Tuesday, September 06, 2016

ସମ୍ବଲପୁରୀରେ ଏଗାରଟି 'ଛଟା'


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

ଅତର୍ ପାନ୍ ପତର୍ 
ମଲ୍ଲୀଫୁଲେ ବଡା ବାସରେ 
ବନ୍ ମଲ୍ଲୀ ସଙ୍ଗେ ପୀରତି କଲେ 
ଘର୍ ମଲ୍ଲୀ ଗଲା ଦଶ ରେ ।

ଆଗୋ ଚକୁ ଯାଗୋ ଚକୁ 
କୁଦାଲି ମାଇଲି ଗୁଆ ଗଛ୍ କୁ
ଗୁଆ ଗଛ୍ ତଲେ ଧମ୍ନା
ତୋର୍ ଅଁଟାରେ ପଏସା ନାଇଁନ ଧନରେ
କିଏ ଦେବ ତୋତେ ମଙ୍ଗ୍ନା ?

ଆନଂ ଗଲା ଯାନଂ ଗଲା
ବାଟେ ବସିଚେ ସରମ୍ ଗଲା ।

ଆରେ ଡାଲିମ୍, ରସ କଦମ୍
ଅଁଟାର୍ ପଏସା ଟିକେ ସାର
ସୁନା ଦେଇଥିଲେ ଶିକଲା କରଠି
କରତି ଗଲାର ହାର ।

ଇ ସବୁ ମାହାଲିଆ 
ତୋର୍ କନିଆ ଆନିଥିଲା
ତୁଚ୍ଛା ଫୁକ୍ଲା ଲିଆ ।

ଉତ୍ସ - ଶ୍ରୀ କୁଞ୍ଜବିହାରୀ ଦାଶ କୃତ 'ଲୋକବାଣୀ ସଞ୍ଚୟନ' (ଷଷ୍ଠ ଭାଗ) । ୧୯୮୨ । ପ୍ରକାଶନର ସ୍ଥାନ କଟକ । ପ୍ରକାଶକ ଶ୍ରୀମତି ପ୍ରେମଲତା ଦାଶ । 

No comments:

Post a Comment