Tuesday, September 06, 2016

ଫୁଟବଲ ଖେଳ



(ଭେଭରେଣ୍ଡ ଏଇଚ୍ଡବଲିଉ ପାଇକ୍ବି.ଏ.ବି.ଡ଼ି.)



ଭିନିସ୍ ନଗରରେ ରାସ୍ତାକଡ଼ିଆ ଫୁଟବଲ୍ ଖେଳର ଆଲୋକଚିତ୍ର (୧୯୬୦)
ଚିତ୍ରୋତ୍ତଳକ - ପାଉଲୋ ମନ୍ତି (୧୯୦୮-୧୯୮୨)

ପୃଥିବୀର ଚାରିଆଡ଼େ ଫୁଟବଲ ଖେଳ ଦେଖାଯାଏ ଏବଂ ଏହା କି ଯୁବା କି ପିଲା ସମସ୍ତଙ୍କ ବିଶେଷ ପ୍ରିୟ ଖେଳ । ଇୟୁରୋପଏସିଆଆଫ୍ରିକା ପ୍ରଭୃତି ମହାଦେଶର ଯେଉଁ ସବୁ ସ୍ଥାନମାନଙ୍କରେ ସାହେବମାନେ ଅଛନ୍ତିସେହି ସବୁ ସ୍ଥାନମାନଙ୍କରେ ଏହି ଖେଳ ବିଶେଷ ଭାବରେ ଦେଖାଯାଏ । ଏହି ଖେଳ ବିଶେଷ ଆମୋଦକର ଏବଂ ସୁଖକର । ମନୁଷ୍ୟ ପ୍ରକୃତିରେ ଏହି ଖେଳ ଗୋଟିଏ କ୍ଷୁଦ୍ର ଯୁଦ୍ଧର ଭାବ ଆଣିଥାଏ । ଏହା କେବଳ ଖେଳ ନୁହେଁତାହାଠାରୁ କିଛି ଅଧିକ । ଚରିିତ୍ରଗଠନ ପାଇଁ ଏହା ଗୋଟିଏ ଶିକ୍ଷାର ସ୍ଥାନ । ପିଲା ଖେଳୁଆଳମାନେ ଅବଶ୍ୟ ଏସବୁ କଥା ଭାବନ୍ତି ନାହିଁସେମାନେ କେବଳ ସାଧାରଣ ଖେଳ ପରି ଏହାକୁ ଖେଳନ୍ତିତାହା ହେଲେ ସୁଦ୍ଧା ଏହା ସେମାନଙ୍କ ଚରିତ୍ରରେ କେତେକ ସୁପରିବର୍ତ୍ତନ ଘଟାଏ ।

ସାମାଜିକ ଚରିତ୍ରଗଠନ ଏହି ଖେଳର ଗୁଣମାନଙ୍କ ମଧ୍ୟରୁ ଅନ୍ୟତମ । ଏସୋସିଏସନ୍ ଫୁଟବଲ୍ ହେଉ ବା ରଗ୍ବି ଫୁଟବଲ ହେଉ ଯେକୌଣସି ଫୁଟବଲ୍ ଖେଳରେ କୋଡ଼ିଏ ତିରିଶ ଜଣ ପିଲାଙ୍କ ମଧ୍ୟରେ ସଦ୍ଭାବ ଜନ୍ମିଥାଏ । ଏହି ଦେଶରେ ଅଧିକାଂଶ ଲୋକ ଆସୋସିଏସନ୍ ଫୁଟବଲ୍ ଖେଳନ୍ତିକିନ୍ତୁ ରଗ୍ବି ଫୁଟବଲ୍ ଖେଳୁଆଳମାନେ ତାଙ୍କ ଖେଳ ବେଶୀ ସୁଖକର ବୋଲି କହନ୍ତି । ରଗ୍ବି ଫୁଟବଲ ଖେଳରେ ଯେଉଁ ବଲ୍ ରେ  ଖେଳ ହୁଏତାହା ଦେଖିବାକୁ ଅଣ୍ଡାପରି । ଏହି ଖେଳ କେବଳ ଗୋଡ଼ରେ ହୁଏନାହିଁବଲ୍ କୁ ଗୋଡ଼ରେ ମାରନ୍ତିସମୟ ସମୟରେ ମଧ୍ୟ ହାତରେ କୁଣ୍ଢେଇ ଧରି ଅପର ପକ୍ଷର ଖେଳୁଆଳମାନଙ୍କ ଭିତର ଦେଇ ଗୋଲ ପୋଷ୍ଟ ଆଡ଼କୁ ଦୌଡ଼ନ୍ତି । ଯେ କୌଣସି ଫୁଟ୍ବଲ୍ ଖେଳ ହେଉଉପକାର ସବୁଥିରେ ସମାନ ।

ବର୍ତ୍ତମାନ ଦେଖାଯାଉ ଯେ ଉପକାରଗୁଡ଼ିକ କ’ଣ ମୁଁ ଏଠାରେ ସେଥିମଧ୍ୟରୁ କେତେକ ଉଲ୍ଲେଖ କରିବି । କେତେକ ଦେଶରେବିଶେଷତଃ ଏ ଭାରତବର୍ଷରେ ଲୋକେ ମନେ କରନ୍ତି ଯେଫୁଟବଲ୍ ଖେଳ ବୁଦ୍ଧିମାନ ପିଲାମାନପଙ୍କର ସମ୍ମାନ ହାନି କରେ ଏବଂ ବୃଥା ସମୟ ନଷ୍ଟ କରେ । ଏହିପରି କଥା ମୁଁ ଅନେକ ଅଭିଭାବକ ଓ ପିତାମାତାମାନଙ୍କ ଠାରୁ ଶୁଣିଅଛି । କିନ୍ତୁ ଦେଖାଯାଉଛି ଯେଏହା ଗୋଟିଏ ଭ୍ରାନ୍ତି । ଫୁଟବଲ୍ ଖେଳ ଅଭ୍ୟାସ କଲେ ସ୍ୱାସ୍ଥ୍ୟଶରୀରର ତେଜଚଞ୍ଚଳତାକଷ୍ଟ ସହିବା ଶକ୍ତି ଓ ମନୁଷ୍ୟତା ଜନ୍ମେ । ଯେଉଁ ବାଳକ ଫୁଟବଲ୍ କିମ୍ବା ସେହିପରି ଅନ୍ୟ କୌଣସି ଖେଳ ନ ଖେଳି କେବଳ ବହି ପଢ଼ାରେ ସମସ୍ତ ସମୟ କଟାଏତାହାଠାରେ ଏସବୁ ଗୁଣ ଦେଖାଯାଏ ନାହିଁ । ଯେ ଫୁଟବଲ୍ ଖେଳେ,ସେ ଅନ୍ୟାନ୍ୟ ପିଲାମାନଙ୍କଠାରୁ ବେଶି ବଳବାନ୍ବେଶୀ ଚଞ୍ଚଳବେଶୀ ସାହସୀ ଓ ବେଶୀ ତେଜସ୍ୱୀ । ଶାରୀରିକ ଉନ୍ନତି ଫୁଟବଲ୍ ଖେଳର ଉପକାର ମଧ୍ୟରେ ଗୋଟିଏ ସାମାନ୍ୟ ମାତ୍ରଏହି ଖେଳ ଗୋଟିଏ ଶୃଙ୍ଖଳାବଦ୍ଧ ଖେଳ । ପ୍ରତ୍ୟେକ ଦେଶର ଉନ୍ନତି ସେହି ଦେଶର ଲୋକମାନଙ୍କର ସାଧାରଣ ହିତକର କାର୍ଯ୍ୟ ପ୍ରତି ଅନୁରାଗ ଓ ନୀତିଶିକ୍ଷା ଉପରେ ନିର୍ଭର କରେ । ଯେଉଁ ଦେଶରେ ଏକତା ନାହିଁଯେଉଁ ଦେଶର ଲୋକମାନେ କେବଳ ନିଜ ନିଜର ସୁବିଧା ସୁଯୋଗ ପାଇଁ ବ୍ୟସ୍ତ ଏବଂ ତହିଁ ନିମିତ୍ତ ଯେଉଁ ବ୍ୟବସାୟରେ ଲାଗୁଅଛନ୍ତିତହିଁ ପ୍ରତି କୌଣସି ଭ୍ରୁକ୍ଷେପ ଓ ବିଚାର ନାହିଁସେ ଦେଶ ସ୍ୱଭାବତଃ ଦୁର୍ବଳ ଏବଂ ଅନୁନ୍ନତ । ଦେଶରେ ପ୍ରକୃତ ଜାତୀୟ ଜୀବନ ବିକଶିତ ହେବା ପୂର୍ବରୁ ଲୋକଙ୍କର ଏହା ଦୃଢ଼ ରୂପେ ହୃଦୟଙ୍ଗମ କରିବା ଆବଶ୍ୟକ ଯେସେମାନେ ପ୍ରତ୍ୟେକେ ଜାତିର ଗୋଟିଏ ଗୋଟିଏ ଅଂଶ ଅନ୍ୟାନ୍ୟ ମାନଙ୍କର ସେହିମାନଙ୍କ ପରି ସମାନ ଅଧିକାର ରହିଅଛି ଏବଂ ଜାତୀୟ ଉନ୍ନତି ସକାଶେ ନିଜର ସମସ୍ତ ସ୍ୱାର୍ଥ ବଳି ଦେବା ପ୍ରତେକର ଉଚିତ । ଏହିଠାରେ ହିଁ ଫୁଟବଲ୍ ଖେଳର ମୂଲ୍ୟ ରହିଅଛି ।

ଭଲ ଫୁଟବଲ୍ ଖେଳାଳି ଜଣେ ସ୍ୱଦେଶବତ୍ସଳ ପରି ଶିକ୍ଷା କରେ ଯେସେ ଦଳର ଗୋଟିଏ ଅଂଶ ମାତ୍ର । ସେ ନିଜର ଉପକାର ପାଇଁ ବା ବୁଦ୍ଧିର ତାତ୍ପର୍ଯ୍ୟ ଦେଖାଇବା ପାଇଁ କେବଳ ଯେ ଖେଳେତାହା ନୁହେଁ । ଯେଉଁ ଦଳରେ ସେ ଖେଳୁଅଛିସେହି ଦଳର ଜୟ ଲାଗି ଅନ୍ୟମାନଙ୍କ ସହିତ କେବଳ ଚେଷ୍ଟା କରୁଅଛି । ଯେଉଁ ଖେଳାଳିମାନେ ଦର୍ଶକମାନଙ୍କ ପାଖରେ ନିଜର ବଡ଼ିମା ଦେଖାଇବ ପାଇଁ ବଲ୍ କୁ ଘେନି ଦୌଡ଼ନ୍ତିସେମାନେ ସେହି ଦଳର ଅନିଷ୍ଟକାରୀ । ଯେଉଁ ସମୟରେ ବଲ୍ କୁ ଅନ୍ୟ ଖେଳାଳି ଆଡ଼କୁ ମାରିଦେବା ଉଚିତସେ ସମୟରେ ତାହା ନକରି ଯେଉଁମାନେ ନାନା ପ୍ରକାର କୌଶଳ କରି ଖୁବ୍ ଦ୍ରୁତଗତିରେ ଦୌଡ଼ି ଆଶ୍ଚର୍ଯ୍ୟଜନକ ଖେଳ ଦେଖାନ୍ତିସେମାନେ ଦଳର କୌଣସି ହିସାବରେ ମଙ୍ଗଳ କରନ୍ତି ନାହିଁ । ବିଜ୍ଞ ପରି ଦର୍ଶକମାନେ ଅବଶ୍ୟ ସ୍ୱୀକାର କରିବେ ଯେସେମାନଙ୍କର ଏହି ପ୍ରକାର ଚତୁରତା ଦଳର ବଳବୃଦ୍ଧି ନକରି ବରଂ ଦଳକୁ ଦୁର୍ବଳ କରି ପକାଏ । ଏହିପରି ଖେଳାଳୀମାନେ ଯେତେବେଳ ପର୍ଯ୍ୟନ୍ତ ଏହା ବୁଝିନାହାନ୍ତି ଯେସେମାନେ ଦଳର ଗୋଟିଏ ଗୋଟିଏ କ୍ଷୁଦ୍ର ଅଂଶଦଳର ତୁଳନାରେ ସେମାନଙ୍କର ମୂଲ୍ୟ ଖୁବ୍ ଅଳ୍ପସେ ପର୍ଯ୍ୟନ୍ତ ସେମାନେ ଦଳର ଦୁର୍ବଳ ଅଙ୍ଗ ହୋଇ ରହିଥିବେ । ସେମାନଙ୍କର ଏହା ଶିକ୍ଷା କରିବା ଉଚିତ ଯେସେମାନେ ଦଳ ଲାଗି ନିଜ ନିଜର ସ୍ୱାର୍ଥ ତ୍ୟାଗ କରିବେ  
ଯେଉଁମାନେ ଦେଶର ମଙ୍ଗଳ କରିବାକୁ ଯାଉଛନ୍ତିଫୁଟବଲ୍ ଖେଳ ସେମାନଙ୍କୁ ନିୟମ ଶିକ୍ଷାନିୟମାଧୀନରେ ଚାଲିବାନିଜ ସ୍ୱାର୍ଥ ତ୍ୟାଗ କରିବାଦଳର ମଙ୍ଗଳ ପାଇଁ ସର୍ବଦା ସଚେଷ୍ଟ ହେବା ପ୍ରଭୃତି ଗୁଣଗୁଡ଼ିକ ଶିକ୍ଷା ଦେଉଅଛି । ଏଗୁଡ଼ିକ କିଛି ସାମାନ୍ୟ ନୁହେଁ । ଏହି ଗୁଣଗୁଡ଼ିକ ଦେଶର କର୍ମକ୍ଷେତ୍ରରେ ଦେଖାଇପାରିଲେ ତୁମ୍ଭେମାନେ ପ୍ରକୃତ ଦେଶବାସୀ ହୋଇପାରିବ ଏବଂ ଦେଶର ଯଥେଷ୍ଟ ଉନ୍ନତି କରିପାରିବ ।

କେବଳ ସେତିକି ନୁହେଁଫୁଟବଲ୍ ଖେଳରୁ ଆମ୍ଭେମାନେ ସାହସସତ୍ସ୍ୱଭାବସଙ୍ଗଲିପ୍ସା ଶିକ୍ଷା କରିଥାଉ। ଖେଳଟି ବିଧିମତେ ସାଧୁଭାବରେ ହେଲେ ଏସବୁ ଗୁଣ ସମ୍ଭବନହେଲେ ନୁହେଁ ।

ବିଧିମତେ ଖେଳଟି କିପରି ହଁଫୁଟବଲ୍ ଖେଳ ‘ବନ୍ଧୁମାନଙ୍କ ମଧ୍ୟରେ ସଦ୍ଭାବ ଅକ୍ଷୁର୍ଣ୍ଣ ରଖି ଦକ୍ଷତା ପ୍ରଦର୍ଶନର କ୍ଷେତ୍ର ।’ ଯଦି ଆମ୍ଭେମାନେ ଏହି ଭାବଟିକୁ ସର୍ବଦା ହୃଦୟରେ ରଖି ଖେଳୁତାହା ହେଲେ ପ୍ରକୃତ ବିଧିମତେ ଖେଳ ହେଲା । ଏହି ଭାବଟି ଅତ୍ୟନ୍ତ ଗୁରୁତର ଓ ସମସ୍ତଙ୍କର ଚିନ୍ତା କରିବାର ବିଷୟ ।

ଯେହେତୁ ପ୍ରତ୍ୟେକ ପକ୍ଷ ପରସ୍ପରକୁ ପରାଜୟ କରିବାକୁ ପ୍ରାଣପଣେ ଚେଷ୍ଟା କରୁଅଛି ଏହା ନିଶ୍ଚୟ ଗୋଟିଏ ପ୍ରତିଯୋଗିତା କ୍ଷେତ୍ର । କିନ୍ତୁ ଏହା କେବଳ ପ୍ରତିଯୋଗିତା ନୁହେଁଦକ୍ଷତା ପ୍ରଦର୍ଶନର ପ୍ରତିଯୋଗିତା । ଏଥିରେ ଭଲମନ୍ଦ ଯେକୌଣସି ଭାବରେ ଜୟ କଲେ ଚଳିବ ନାହିଁ । କେବଳ ବଳ ଦେଖାଇ ଧୁମ୍ ଧାମ୍ କରି ଖେଳିଲେ ଫୁଟ୍ ବଲ୍ ଖେଳ ହୁଏନାହିଁ । ଯେଉଁମାନେ ପ୍ରକୃତ ଦକ୍ଷ ଖେଳୁଆଳସେମାନେ ବିବେକୀ ଦର୍ଶକମାନଙ୍କଠାରୁ ଦୁର୍ନାମ ଏବଂ ନିନ୍ଦା ପାଇବା ପରିବର୍ତ୍ତେ ପରାଜୟ ଲଭିବାକୁ ବେଶୀ ପସନ୍ଦ କରନ୍ତି । ଯେକୌଣସି ପ୍ରକାରେ ଜୟଲାଭ କଲେ ହେଲା ନାହିଁ । ନିଜର ସମ୍ମାନ ରକ୍ଷା କରି ବିପକ୍ଷଠରୁ ତୁମ୍ଭେ ଯେ ବେଶୀ ଚତୁର ଏବଂ ଦକ୍ଷଏହି ଭାବ ଦେଖାଇ ଜୟ ଲାଭ କରିବାକୁ ହେବ । ସମୟ ସମୟରେ ଗୋଟିଏ ଗୋଟିଏ ବଳବାନ୍ ଦଳ କେବଳ ବଳ ଓ ବିଶୃଙ୍ଖଳା ପ୍ରୟୋଗ କରି ଜିତିଯାଆନ୍ତି । ସେମାନେ ଖେଳପଡ଼ିଆରେ ଜିତନ୍ତି ସତ କିନ୍ତୁ ସେମାନଙ୍କର ଏ ପ୍ରକାର ଜୟ ନୈତିକ ଭାବରେ ସାଧାରଣ ଦୃଷ୍ଟିରେ ଅତି ନୀଚ । ଦଳରେ ଥିବା ଖେଳୁଆଳମାନଙ୍କର ବଳ ଅବଶ୍ୟ ଫଳ ହୋଇଥାଏମାତ୍ର ଖେଳର ସମସ୍ତ ବିଧିଗୁଡ଼ିକ ସମ୍ପୂର୍ଣ୍ଣରୂପେ ପାଳନ କରି ଅତି ଚତୁର ଭାବରେ ବଳ ପ୍ରୟୋଗ ଦ୍ୱାରା ଜୟ କରିବା ହିଁ ପ୍ରକୃତ ଜୟ । ଏହି ପ୍ରକାର ନିୟମ ପାଳନ କରିବାର ଶିକ୍ଷା ହିଁ ଏହି ଖେଳ ଗୋଟିଏ ମହତ୍ତର ଶିକ୍ଷା । ଭଲ ଖେଳାଳି ଯେସେ ପଛକେ ହାରିଯିବ କିନ୍ତୁ କୌଣସି ପ୍ରକାର ଅନ୍ୟାୟ କରି ବା ଖେଳର ନିୟମ ଭଙ୍ଗ କରି ଜିତିବାକୁ ଇଚ୍ଛା କରିବ ନାହିଁ । ଅନ୍ୟାୟଗୁଡ଼ିକ ଜଣା ପଡ଼ିଯିବାର ଉପାୟ ନଥିଲେ ସୁଦ୍ଧା ସେ ତାହା କରିବ ନାହିଁ। ଯେତେବେଳେ ସେ ଅନୁଭବ କରେ ଯେ ଜୟଳାଭ କରିବାର ସେ ଉପଯୁକ୍ତସେତେବେଳେ ଜୟ ତା ପ୍ରତି ଆନନ୍ଦଦାୟକ । ନତୁବା ସେ ସେଥିରେ ଆନନ୍ଦ ପାଏନାହିଁ।

ଖେଳରେ ପ୍ରତିଯୋଗିତା କଥା କହିବାକୁ ଯାଇ ମୁଁ କହୁ ନାହିଁ ଯେବିପକ୍ଷ ଦଳ ପ୍ରତି ଆମ୍ଭମାନଙ୍କର ସଦ୍ଭାବବନ୍ଧୁତା ଓ ସହାନୁଭୂତି ଇତ୍ୟାଦି ଦୂରକୁ ଫୋପାଡ଼ି ଦେବା । ଏଗୁଡ଼ିକ ରକ୍ଷା କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ । ଉଦାହରଣସ୍ୱରୂପ ମୁଁ କହିପାରେ ଯେ ମଲ୍ଲଯୁଦ୍ଧରେ ମଲ୍ଲମାନେ ତାଙ୍କର ଭୀଷଣ ଯୁଦ୍ଧ ଆରମ୍ଭ କରିବା ପୂର୍ବରୁ ପରସ୍ପର କରମର୍ଦ୍ଦନ କରନ୍ତି ଏବଂ ଶେଷରେ ପରାଜିତ ମଲ୍ଲ କଥା କହି ନପାରୁଥିଲେ ସୁଦ୍ଧା ତା’ର ଶତ୍ରୁକୁ ଆଲିଙ୍ଗନ କରିଥାଏ । ଏହି ରୀତି ଇଂଲଣ୍ଡ ପ୍ରଭୃତି ଦେଶର ସ୍କୁଲ ଦଳମାନଙ୍କ ଭିତରେ ଦେଖାଯାଇଥାଏ । ପରାଜିତ ଦଳ ପ୍ରଥମେ ଜୟ କରିଥିବା ଦଳକୁ ଉତ୍ସାହିତ କରି ଆନନ୍ଦଧ୍ୱନି କରନ୍ତି । ତଦ୍ୱାରା ସେମାନେ ନିଜର ନମ୍ରତା ଦେଖାଇ ବିଧିମତେ ପରାସ୍ତ ହୋଇଥିବାର ପ୍ରକାଶ କରନ୍ତି । ଅନ୍ୟପକ୍ଷ ମଧ୍ୟ ସେମାନଙ୍କୁ ଆଲିଙ୍ଗନ କରି ଆନନ୍ଦଧ୍ୱନି କରନ୍ତି । ଏହିପରି ରୀତିରେ ପରସ୍ପର ମଧ୍ୟରେ ଆଳାପ ନ ହେବା କ୍ୱଚିତ ଦେଖାଯାଏ । ଯେଉଁଠାରେ ଏହି ରୀତି ଦେଖା ନଯାଏସେଠାରେ ବୁଝିବାକୁ ହେବ ଯେଖେଳ ସାଧୁଭାବରେ ସମ୍ପନ୍ନ ହୋଇନାହିଁ କିମ୍ବା ପରସ୍ପର ମଧ୍ୟରେ ହିଂସା ଭାବ ସ୍ଥାନ ପାଇଅଛି । ଯୋଗ୍ୟତର ଲୋକର ଜୟରେ ଆନନ୍ଦ ପ୍ରକାଶ କରିବା ଓ ପରାଜିତ ପ୍ରତି ଉଦାର ଭାବ ଦେଖାଇବା ଅବଶ୍ୟ ମନୁଷ୍ୟର ଐଶରିକ ଗୁଣ । ଏହା କଲେ ମନୁଷ୍ୟ ତାହାର ମନର ସମସ୍ତ ବୃତ୍ତି ପ୍ରବୃତ୍ତିଗୁଡ଼ିକୁ ଦମନ କରିଅଛି ବୋଲି ଜଣାପଡ଼େ ।


ଅତଏବ ମୋର ଦୃଢ଼ ବିଶ୍ୱାସ ଯେଯଦିବା ପିଲାମାନଙ୍କ ପ୍ରତି ଫୁଟ୍ବଲ୍ କେବଳ ଗୋଟିଏ ଖେଳଅଭିଭାବକମାନେ ଅବଶ୍ୟ ବୁଝିବେ ଯେଏହା ଜୀବନ ସଂଗ୍ରାମ ପାଇଁ ଉପଯୁକ୍ତ ଗୁଣଗୁଡ଼ିକ ଶିକ୍ଷା କରିବାର ଗୋଟିଏ କ୍ଷେତ୍ରଆଉ ସେମାନଙ୍କ ମନରେ ଖେଳ ସମ୍ବନ୍ଧରେ ଯେଉଁ ଭ୍ରାନ୍ତି ଅଛି,ତାହା ଦୂର ହୋଇଯିବ ।

ବି.ଦ୍ର. ଏହି ଲେଖାଟି ୧୯୨୦ ମସିହାରେ ପ୍ରକାଶିତ ପଞ୍ଚାମୃତ ପତ୍ରିକାର ପ୍ରଥମ ଭାଗର ପ୍ରଥମ ସଂଖ୍ୟାରେ ଛପା  ହୋଇଥିଲା ।

No comments:

Post a Comment