ବାଗଲପୁରରୁ ଶାନ୍ତିନିକେତନ
(ଶିକ୍ଷାସନ୍ଧାନ ଛାପିଥିବା ଜଗନ୍ନାଥ ଦାସଙ୍କର ଆତ୍ମଜୀବନୀ ‘ସ୍ମୃତିରୁ ଖିଏ’ରୁ ସଙ୍ଗୃହିତ)
![]() |
କଳା ଭବନ, ବିଶ୍ୱ ଭାରତୀ, ଶାନ୍ତିନିକେତନ : ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍ |
ଜଗତସିଂହପୁରର
ବାଗଲପୁରର
ଗାଁର ଜଗନ୍ନାଥ
ଦାସଙ୍କର
ତିନି ଭାଇ,
ଗୋଟିଏ
ଭଉଣୀ ।
ଜଗା
ଭାଇ
ସବା
ବଡ଼
।
ତାଙ୍କ
ପିଠିକୁ
ସୀତାନାଥ
।
ତାହା
ତଳକୁ
ପୃଥ୍ୱୀନାଥ
ଓ
ବଦ୍ରୀନାଥ
ବାବୁ
।
ତଅପୋଇ
ପରି
ଭଉଣୀ
ଉର୍ମିଳା ସବା
ସାନ
।
ପାଠ
ପଢ଼ା
ପରେ
ସ୍ୱାଧୀନତା
ଆନ୍ଦୋଳନରେ
ମିଶି
ଜଗନ୍ନାଥ
ବାବୁ
ଦୁଇଦୁଇ
ଥର
ଜେଲ
ଯାଇସାରିଥାଆନ୍ତି
।
ଦ୍ୱିତୀୟ
ବିଶ୍ୱଯୁଦ୍ଧ
ଓ
ଭାରତ
ଛାଡ଼
ଆନ୍ଦୋଳନ
ସମୟର
କଥା
।
ଦେଶକୁ
ଓ
ରାଜ୍ୟକୁ
କେମିତି
ଗୋଟାଏ
ମଳିଚିଆ
ବିଷାଦର
ଛାଇ
ଢ଼ାଙ୍କିଥାଏ
।
ଜାତୀୟ
ଆନ୍ଦୋଳନର
ନେତୃତ୍ୱ
ଜେଲ
ଭିତରେ
ସଢ଼ୁଥାଏ
।
ବାହାରେ
ସାମ୍ପ୍ରଦାୟିକ
ରାଜନୀତି
ବର୍ଷାଦିନେ
ଲଗାଣ
ବରଷାରେ
ନଈ
ଫୁଲିଲା
ପରି
ଇଂରେଜମାନଙ୍କର
ସାହାଯ୍ୟ
ପାଇ
ବଢ଼ୁଥାଏ
।
ଜଗାବାବୁ
ଦ୍ୱିତୀୟ
ଥର
ଆନ୍ଦୋଳନ
କରି
ଜେଲ
ଭୋଗି
ଫେରିଲା
ପରେ
ସାଙ୍ଗସାଥିମାନଙ୍କ
ମେଳ
ଭାଙ୍ଗି
ଯାଇଥାଏ
।
କିଛି
ପିଲା
ପାଠ
ପଢ଼ିବାକୁ
ବାହାରକୁ
ଚାଲିଗଲେ
।
ଆଉ
କିଛି
ଲୋକ
ଚାକିରିବାକିରି
ଖୋଜାଖୋଜିରେ
ଲାଗିଥାଆନ୍ତି
।
ଘରେ
ତିନି
ଭାଇ
ପାଠ
ପଢ଼ୁଥାଆନ୍ତି
।
ଜମିବାଡ଼ି
ନାମକୁ
ମାତ୍ର
।
ଗାଁରେ
ଚଳିବା
ପାଇଁ
ସେମିତି
କିଛି
ସଙ୍ଗତି
ନଥାଏ
।
ଜଗାବାବୁଙ୍କ
ପିତୃଦେବ
ମୟୁରଭଞ୍ଜ
ରଜାଙ୍କର
ବନବିଭାଗରେ
ବାଦାମ
ପାହାଡ଼ର
ଲୁହାପଥର
ଖଣି
ପାଖରେ
ପାଇଟି
କରୁଥାଆନ୍ତି
।
ନିଜେ
ଚଳି
ଗାଁକୁ
ଯାହା
ପଠାନ୍ତି
ସେଥିରେ
ଜଗାବାବୁଙ୍କ
ମାଁ
ଦୁଃଖେସୁଖେ
ପରିବାରର
ତରୀକୁ
ସଂସାରପାରାବାର
ଉପରେ
ହାଉଲେ
ହାଉଲେ
ଟାଣି
ଆଗକୁ
ନିଅନ୍ତି
।
ପିତୃଦେବ
ଚାକିରି
ଖଣ୍ଡିଏ
ଯୋଗାଡ଼
କରିବା
ପାଇଁ
ମାଟିରିକି
ପାଠ
ପଢ଼ିଥିବା ପୁତ୍ରମଣିଙ୍କୁ
ଡକରା
ଦେଲେ
।
ପୁଅ
ବାଦାମପାହାଡ଼
ଯାତ୍ରା କଲେ ।
ସେତେବେଳେ
ବାଦାମପାହାଡ଼ରୁ
ଲୁହାପଥର
ବୋଝେଇ
ହୋଇ
ନିଇତି
ମାଲବୁହା
ରେଳଗାଡ଼ି
ଟାଟାନଗର
ଯାଏଁ
ଚାଲୁଥାଏ
।
ଗୋଟିଏ
ଯାତ୍ରୀବାହୀ
ରେଳଗାଡ଼ି
ମଧ୍ୟ
ଚାଲୁଥାଏ
ବାଦାମପାହାଡ଼
ଠାରୁ
ଟାଟାନଗର
।
ଜଗାବାବୁ
ପିତୃଦେବ
ଦେଇଥିବା
କୁକୁଡ଼ା,
ପନିପରିବା
ଇତ୍ୟାଦି
ହାତଗୁଞ୍ଜା
ନେଇ
ଟାଟାନଗର
ଯାଆନ୍ତି
ଚାକିରୀ
ସନ୍ଧାନରେ
।
ମାତ୍ର
ବାପାଙ୍କ
ପରି
ପୁଅ
ପାଇଟି
କରିପାରନ୍ତି
ନାହିଁ
।
ଛୋଟଛୋଟ
ଚାକିରୀରେ
ପଶନ୍ତି
।
ପୁଣି
ଛାଡ଼ନ୍ତି
।
କେଉଁଠାରେ
ତିଷ୍ଠିପାରନ୍ତି
ନାହିଁ
।
କଟକ,
ବାଦାମପାହାଡ଼,
ବାଗଲପୁର
ଓ
ଟାଟାନଗରର
ବିନ୍ଦୁମାନଙ୍କୁ
ଧରି
ନିଜର
ଘନଘନ
ଯ।ତ୍ରା
ଦ୍ୱାରା
ବିକୃତ
ଆକୃତିର
ଗୋଟିଏ
ଚତୁର୍ଭୁଜ
ନିର୍ମାଣ
କରିବାରେ
ହିଁ
ସମୟ
ଅତିବାହିତ
ହୁଏ
।
ନିଜର
ପଢ଼ାଶୁଣାର
ପରିଧି
ଓ
ତାହା
ଉପରେ
ଭବିଷ୍ୟତ
ତିଆରି
କରିବାର
ସମ୍ଭାବନା
ବିଷୟରେ
ଜଗାଭାଇ
ଟିକେ
ସନ୍ଦିହାନ
ଥିଲେ
।
ଏତିକିବେଳେ
ତାଙ୍କ
ଗାଁ
ବାଗଲପୁରର
ଚିତ୍ତ
(ଓଡ଼ିଆ
ଗଦ୍ୟ
ସାହିତ୍ୟର
ଭବିଷ୍ୟତର
ଯୁଗସ୍ରଷ୍ଟା
ଚିତ୍ତରଞ୍ଜନ
ଦାସ)
ଗୋଟିଏ
ସରକାରୀ
ବୃତ୍ତି
ପାଇ
ଶାନ୍ତିନିକେତନ
ପଢ଼ିବାକୁ
ଗଲେ
।
ଚିତ୍ତବାବୁ
ମଝିରେ
ମଝିରେ
ବାଗଲପୁର
ଆସି
ଶାନ୍ତିନିକେତନ
ବିଷୟରେ
ବିବରଣୀ
ଦେଉଥାଆନ୍ତି
।
ସେଥିରୁ
ଜଗାଭାଇ
ଜାଣିବାକୁ
ପାଇଲେ
ଯେ
କବିଗୁରୁଙ୍କର
ଆଶ୍ରମରେ
କଳାଶିକ୍ଷାର
ମଧ୍ୟ
ସୁନ୍ଦର
ବ୍ୟବସ୍ଥା
ଅଛି
।
ମନସ୍ତାପରୁ
ଦୂରରେ
ରହିବା
ପାଇଁ
ଜଗନ୍ନାଥ
ବାବୁ
ବହିପତ୍ର
ପଢ଼ାପଢ଼ି
ଓ
କଳାଚର୍ଚ୍ଚା
ଓ
ଅଭ୍ୟାସରେ
ମଜ୍ଜି
ରହନ୍ତି
।
ସମୟ
ଯେନତେନ ଉପାୟରେ
କଟିଯାଏ
।
ଏହି
ସମୟରେ
ସମାଜ
ଖବରକାଗଜରେ
ଏକ
ବିଜ୍ଞାପନ
ଛପାଯାଇଥିବାର
ସେ
ଦେଖିଲେ
।
ବିଜ୍ଞାପନଟି
ଏକ
ସରକାରୀ
ବୃତ୍ତିର
ଥିଲା
।
ଶିକ୍ଷା
ବିଭାଗ
ତରଫରୁ
।
ବୃତ୍ତିଟି
କଳା
ଶିକ୍ଷା
ପାଇଁ
ଉଦ୍ଦିଷ୍ଟ
।
ଗୋଟିଏ
ଛାତ୍ରଟିଏ
ପାଇଁ
। ଆରଟି
ଜଣେ
ଛାତ୍ରୀ
ପାଇଁ
।
କବିଗୁରୁଙ୍କର
କୁଞ୍ଜବନରେ,
ଶାନ୍ତିନିକେତନରେ
।
ବୃତ୍ତିଟିର
ପ୍ରଥମ
ପାହାଚ
ଦରଖାସ୍ତ
।
ତାହାପରେ
ପରୀକ୍ଷା
ଓ
ସାକ୍ଷାତକାର
।
ଉଭୟ କଟକରେ । ପରୀକ୍ଷାରେ ଜଗା
ଭାଇ ପ୍ରଥମ ହେଲେ । ଷାଠିଏ ଟଙ୍କାର
ସରକାରୀ ବୃତ୍ତି ପାଇଲେ ।
ଶାନ୍ତିନିକେତନରେ କଳାଶିକ୍ଷାର
ବାଟ ଫିଟି ଗଲା । ହେଲେ ସେଠାକୁ
ଯିବେ କେମନ୍ତେ ?
ବାଟ
ଖର୍ଚ୍ଚ ପାଇଁ ନିଜ ପାଖରେ ଟଙ୍କା
ପଇସା ନଥାଏ । ଘରେ ମାଆଙ୍କ ପାଖରେ
ଥିବା କଉଡ଼ିମୁଣି ମଧ୍ୟ ଖାଲି ।
ବାପାଙ୍କୁ ମାଗିବାକୁ ଇଚ୍ଛା
ନଥାଏ । ଅଗତ୍ୟା ସବୁ ନିମ୍ନମଧ୍ୟବିତ୍ତ
ଯାହା କରନ୍ତି,
ଜଗାବାବୁ
ମଧ୍ୟ ତାହା କଲେ । ସ୍ତ୍ରୀଙ୍କର
କିଛି ଗହଣା ବିକିଲେ । କାହ୍ନୁ
ଭାଇଙ୍କଠାରୁ କିଛି ହାତଉଧାରି
କଲେ । ଉତ୍କୃଷ୍ଟକଳାର ଦେଶ,
ଯେଉଁଠାରେ
କଳାର ଅର୍ଥ ସେତେବେଳେ ଥାଏ ଡ଼୍ରଇଁ
ମାଷ୍ଟର ବନିବାର ଟେରେନିଙ୍ଗି,
ସେ
ଦେଶକୁ ଛାଡ଼ି ବାବୁ ବାହାରିଲେ
ଦେଶକୁ କଳାକ୍ଷେତ୍ରରେ ନୂଆ ବାଟ
ଦେଖାଇଥିବା ନନ୍ଦନବନକୁ,
ଶାନ୍ତିନିକେତନକୁ
।
ସେତେବେଳକୁ
୧୯୪୬ ମସିହା । ଦେଶ ସ୍ୱାଧୀନ ହେବ
ବୋଲି ଜଣାପଡ଼ିବାକୁ ଆରମ୍ଭ କରିଥାଏ
। ସେଥିପାଇଁ କ୍ଷମତା ବିବାଦ ଓ
ସାମ୍ପ୍ରଦାୟିକ କନ୍ଦଳ ମଧ୍ୟ
ବ୍ୟାପିଚାଲିଥାଏ । ହିନ୍ଦୁ-ମୁସଲମାନ
ଗଣ୍ଡଗୋଳର ଗୋଟିଏ ବଡ଼ କେନ୍ଦ୍ର
ଥାଏ କଲିକତା । ଆଗରୁ କେବେ କଲିକତା
ଯାଇନଥାଆନ୍ତି ଜଗାବାବୁ । ପୁଣି
ହାଣକାଟର ହୋ । ମନରେ ଦକ ରଖି ବାବୁ
ଘରୁ କଟକ ଆସିଲେ ଟେରେନେ ଧରିବା
ନାଗି । ସାଥିରେ ଟିଣ ସୁଟୁକେଶ
ଗୋଟିଏ । ସେଥିରେ ଲୁଗା ଦୋଟି ।
ଗାମୁଛା ଗୋଟିଏ । ମା ଚୁଡ଼ା ଓ
ଗୁଡ଼ ସାଥିରେ ଦେଇ ପଠାଇଥାଆନ୍ତି
। ଭୋକକଲେ କଦଳୀ କିଣି ଚୁଡ଼ା,
ଗୁଡ଼,
କଦଳୀ
ଚକଟି ଉଦରଜ୍ୱାଳା ଶାନ୍ତି କରିବା
ପାଇଁ ।
କଟକର
ଟେସନଟି ଥିଲା କୁନିଟିଏ । ହେଲେ
ସେଥିରେ ନୋକ ଥାଟପଟାଳି । କଟକରୁ
ବେଙ୍ଗଲ ନାଗପୁର ରେଳବାଇର ରେଳ
ଚାଲୁଥାଏ । ମାନ୍ଦ୍ରାଜ ପାଇଁ
ମାନ୍ଦ୍ରାଜ ମେଲ ଓ ପୁରୀଠାରୁ
ପୁରୀ ଏକ୍ସପ୍ରେସ ଇତ୍ୟାଦି ଗାଡ଼ି
ଛାଡ଼େ । କଲିକତା ପାଇଁ ଗୋଟିଏ
ଯାତ୍ରୀବାହୀ ଗାଡ଼ି ପୁରୀଠାରୁ
ହାବୁଡ଼ା ପର୍ଯ୍ୟନ୍ତ ଚାଲେ ।
କଲିକତା ଯିବାଲାଗି ଅଧିକାଂଶ
ଯାତ୍ରୀ ସେତେବେଳେ କଟକରୁ ହିଁ
ଉଠନ୍ତି । କଟକରୁ ଓପରବେଳା ଗାଡ଼ି
ଛାଡ଼ି ଭୋଅରୁଭୋଅରୁ ହାବୁଡ଼ାରେ
ଯାଇଁ ଲାଗେ । ସେତେବେଳେ ଯାତ୍ରୀବାହୀ
ଗାଡ଼ିରେ ତୃତୀୟ ଶ୍ରେଣୀ ଡବା
ମଧ୍ୟ ଥାଏ । ମହାତ୍ମା ଗାନ୍ଧୀ
ସବୁବେଳେ ଏଇ ତୃତୀୟ ଶ୍ରେଣୀ ଡବାରେ
ହିଁ ଯାତାୟତ କରୁଥିଲେ ।
ରେଳଗାଡ଼ିରେ
ଜଗାବାବୁ ସେହି ତୃତୀୟ ଶ୍ରେଣୀ
ଟିକଟ ଗୋଟିଏ କାଟି ବସିଲେ । ଡବାସାରା
କଲିକତାର ଝୋଟକଳର ଶ୍ରମିକ ଭରତି
। ଆଜିକାଲି ଯେମିତି ଓଡ଼ିଶାରୁ
ଯାଉଥିବା ଆଇଟି ଶିଳ୍ପର ଶ୍ରମିକମାନଙ୍କ
ପାଟିରେ ହିନ୍ଦି ଓ ଇଂରାଜୀ ଛଡ଼ା
ଆଉ ଅନ୍ୟ କୌଣସି ଭାଷା ପଉଟୁନାହିଁ,
ସେଇମିତି
ସେତେବେଳେ କଲିକତାର ଝୋଟକଳର
ଶ୍ରମିକମାନେ ଖାଲି ବଙ୍ଗାଳୀ ହିଁ
ଚୋବାଉଥିଲେ । ତାଙ୍କ ପାଟିରେ ଆଉ
ଓଡ଼ିଆ ଭଳି ଅସଭ୍ୟ ଭାଷା ପଶିପାରୁନଥିଲା
। ତୃତୀୟ ଶ୍ରେଣୀର ରେଳ ଡବାରେ
ବସିବା ନିମନ୍ତେ ଛାରପୋକଭର୍ତ୍ତି,
ସରୁସରୁ
କାଠପଟା । ଲୋକ ମାଳକୁମାଳ । ସେଇଥିରେ
ଗେଞ୍ଜିଗାଞ୍ଜି ହୋଇ,
ଅଣ୍ଟା
ସଳଖି ବସିବାକୁ ହୁଏ ।
କଟକରୁ
ସିଧା ଶାନ୍ତିନିକେତନକୁ ରେଳଗାଡ଼ି
ନାହିଁ । ହାବୁଡ଼ାରେ ଓହ୍ଲାଇ
ଶାନ୍ତିନିକେତନ ପାଇଁ ଆଉ ଗୋଟିଏ
ଟେରେନେ ଧରିବାକୁ ହେଲା । ହାବୁଡ଼ାରେ
ଓହ୍ଲାଇ ଜଗାବାବୁ ପଚରାଉଚରା କରି
ବୁଝିଲେ ଯେ,
ଶାନ୍ତିନିକେତନ
ପାଇଁ ପାଖର ଟେସନ ହେଲା ବୋଲପୁର
। ବୋଲପୁର ଯିବା ପାଇଁ କିଛି ସମୟ
ପରେ ଛାଡ଼ୁଥିବା କିଉଲ ଏକ୍ସପ୍ରେସ
ଉତ୍ତମ ହେବ । କିଉଲ ଏକ୍ସପ୍ରେସ
କିଉଲ ଯିବା ବାଟରେ ପଡ଼େ ବୋଲପୁର
ଟେସନ । ବର୍ଦ୍ଧମାନ ପର୍ଯ୍ୟନ୍ତ
ଏକ୍ସପ୍ରେସ ଓ ତାହାପରେ ପାସେଞ୍ଜର
ବା ଯାତ୍ରୀବାହୀ ଗାଡ଼ି ବନିଯିବ
। କିଉଲ ଏକ୍ସପ୍ରେସ ପାସେଞ୍ଜର
ଗାଡ଼ି ବନିଗଲା ପରେ ସେତେବେଳର
ପ୍ରଥମ ଯାତ୍ରୀ ହଲ୍ଟ ଥିଲା ବୋଲପୁର
। ଏଣୁ ପାସେଞ୍ଜର ଗାଡ଼ିରେ ଯେଉଁ
ଧକଡ଼ଚକଡ଼,
ସେଥିରୁ
ରକ୍ଷାମିଳିଯିବ । ବୋଲପୁର ଟେସନଠାରୁ
ଅଳପ କେଇ ମାଇଲି ଦୂରରେ ବିଶ୍ୱବିଦ୍ୟାଳୟ
ପରିସର । ସେଠାରେ ପହଞ୍ଚିବା ପାଇଁ
ରେଳଗାଡ଼ିରୁ ଓହ୍ଲାଇ ଅନ୍ୟ
ବ୍ୟବସ୍ଥା କରିବାକୁ ହେବ ।
ହାଉଡ଼ାରୁ
କିଉଲ ଏକ୍ସପ୍ରେସ ସକାଳ ଆଠଟାରେ
ଛାଡ଼ିଲା । ବାଟରେ ଜଗାବାବୁ କିଛି
କଦଳୀଫଳ ଉଦରସ୍ଥ କଲେ । ଟେରେନେ
ଯଥା ସମୟରେ ଦିନ ୧୨ଟା ବେଳେ ଯାଇଁ
ବୋଲପୁରଠାରେ ପହଞ୍ଚିଲା । ଷ୍ଟେସନଟି
କ୍ଷୁଦ୍ରାତିକ୍ଷୁଦ୍ର ହୋଇଥିବାରୁ
କିଉଲ ଏକ୍ସପ୍ରେସ ସେଠାରେ ଅଳପ
ସମୟ ରହି ଅତି ଶୀଘ୍ର ଗନ୍ତବ୍ୟ
ଅଭିମୁଖେ ଯାତ୍ରା କଲା । ଜଗନ୍ନାଥ
ଆଜ୍ଞା ଟେସନ ଛାଡ଼ି ପଦାକୁ ଆସିଲେ
। ଆଖି ଆଗରେ ଷ୍ଟେସନ ପ୍ରାନ୍ତର
ଭିତରେ ଗାଢ଼ ନୀଳରଙ୍ଗର ଗୋଟିଏ
ମୋଟର ବସ । ବସ ଉପରେ ବଙ୍ଗଳା ଲିପିରେ
ଲେଖା ହୋଇଛି ‘ଶାନ୍ତିନିକେତନ’
। ଆସନ ଗୁଡ଼ିକ ଗଦିଯୁକ୍ତ ।
ଗଦିଗୁଡ଼ିକ ଛାଉଣି ହୋଇଛି ବାଦାମୀ
ରଙ୍ଗରେ ଖୋଳରେ । ଠିଆ ହୋଇଛି
ଛାତ୍ର ଓ ଅଭିଭାବକମାନଙ୍କୁ
ବିଶ୍ୱବିଦ୍ୟାଳୟର ପରିସରକୁ
ବାହିନେବା ପାଇଁ ।
ବୋଲପୁର
ଟେସନରୁ ଶାନ୍ତି ନିକେତନ ହେଇ
ହେଇ ତିନି ମାଇଲି । ବସ ଛାଡ଼ିଲା
। ନାଲି ରାସ୍ତା । ଖାଲ ଢ଼ିପ ଭରା
। ବସଟି ପୁରୁଣା । କବିଗୁରୁଙ୍କର
ସ୍ମୃତିବହନ କରୁଥିବାରୁ ତାହାର
ସମ୍ଭ୍ରାନ୍ତ ଗରିମା ବଜାୟ ରଖିବା
ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ
ସେଥିରେ ମରାମତି କରି ନୂଆ ଯାନ୍ତ୍ରିକ
କଳକବଜା ଇତ୍ୟାଦି ଯୋଡ଼ନ୍ତି
ନାହିଁ । ପୁରୁଣା ମରାମତି ହୋଇନଥିବା
ନରମ ଗଦିଯୁକ୍ତ ଆସନବାଲା ଗାଡ଼ି
। ତାହା ସହିତ ଖମାଭର୍ତ୍ତି ପଥ ।
ଝୁଲି ଝୁଲି ହାତୀ ପିଠିରେ ବସିଗଲା
ଭଳିଆ ଲାଗେ । ବସଟି ଯାଇ ଶେଷକୁ
ଲାଗିଲା ବିଶ୍ୱବିଦ୍ୟାଳୟର
ଅତିଥିଭବନରେ । ଶାନ୍ତିର ନିକେତନର
ବିଶ୍ରାନ୍ତିର ପ୍ରକୋଷ୍ଠରେ ।
(ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ର ୧୧ତମ ଖଣ୍ଡର ୧୧ତମ ସଂଖ୍ୟାରେ ୨୦୧୬ ମସିହାରେ ପ୍ରକାଶିତ)