ମହିମା ଭକ୍ତି କବିତା - 'ଭଜ ଅବର୍ଣ୍ଣ ରୂପକୁ'
ସନ୍ଥ କବି ଭୀମ ଭୋଇ
![]() |
ହମ୍ପିର ପ୍ରସ୍ତର ଦୁଆର ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଭଜ
ଅବର୍ଣ୍ଣ ରୂପକୁ
ବର୍ଣ୍ଣି
ନାହାନ୍ତି ଯୋଗୀଏ ଅବର୍ଣ୍ଣିକା
ପୁରୁଷକୁ । ଘୋଷା ।
ସାରଳା
ଯେ ସିଦ୍ଧମୁନି ବର୍ଣ୍ଣି ନ ପାରିଲେ
ପୁଣି
ଅରୂପ
ଅବ୍ୟୟ ନାମ ଚିହ୍ନି ଧର ତାଙ୍କୁ
।୧।
ନାରଦ
ଅଗସ୍ତି ମୁନି କଣ୍ୱ କପିଳ ଏ ତିନି
ଯୋଗଧ୍ୟାନେ
ମନ ଦେଇ ଦୃଶ୍ୟ ନ ପାଇଲେ ଯା’ଙ୍କୁ
।୨।
ବ୍ରହ୍ମାଏ
କରିଣ ଧ୍ୟାନ ନ ପାଇଲେ ଯନ୍ତ୍ର
ଶୂନ୍ୟ
ଚାରିବେଦରେ
ଲୋଡିଲେ ଅଭୟ ବ୍ରହ୍ମ ପାଦକୁ ।୩।
ଚାରିବେଦେ
ନାହିଁ ସେହୁ ଲୋଡିଲେ ପାଇବେ କାହୁଁ
ଛଡବେଦ
ନ ଭେଟନ୍ତି ଅବର୍ଣ୍ଣିକା ପୁରୁଷକୁ
।୪।
ଏ
ଦେହରେ ରହିଅଛି ଚିହ୍ନି ଧର ଧର
ବାଛି
ଯେ
ଚିହ୍ନି ପାରିବ ତାଙ୍କୁ ରହିବ
ଚାରିଯୁଗକୁ ।୫।
ଭଣିଲେ
ସେ ଭୀମକନ୍ଧ ଖୋଜୁଅଛି ସ୍ୱାମୀପଦ
ପାଉ
ନାହାନ୍ତିଟି ଅନ୍ତ ଅନାମିକା
ପୁରୁଷକୁ ।୬।
No comments:
Post a Comment