ମହିମା ଭକ୍ତି କବିତା - 'ଶୂନ୍ୟବାସୀ ମର୍ତ୍ତ୍ୟେ ଆସି'
କବି - ଭୀମ ଭୋଇ
![]() |
ପ୍ରଥମ ଶତାବ୍ଦୀର ରୋମୀୟ ଭିଲ୍ଲାରେ ଅଙ୍କିତ ଦୁଆରର ଚିତ୍ର ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଶୂନ୍ୟବାସୀ
ମର୍ତ୍ତ୍ୟେ ଆସି
ବିଜେ
କଲେ ରବି ତଳେ । ଘୋଷା।
ଲୋଡ
ଯାଇଁ ଚାରି ଦିଗେ
ଏକ ମନ
ହୋଇ ସର୍ବେ
ନିଶ୍ଚୟେ
ପାଇବ ଭେଟ,
ହୃଦେ
ସୁମରି ଡାକିଲେ ।୧।
ଉଚ୍ଚବାଚ
କଥା ଛାଡ
ନିଷ୍କାମ
ପ୍ରେମରେ ବୁଡ
ପ୍ରସନ୍ନ
ହୋଇବେ ପ୍ରଭୁ ଯହିଁ ଇଚ୍ଛା ତହିଁ
ଥିଲେ ।୨।
ମନ
ମୋଟ ହୋଇବାରୁ
ଶ୍ରୀଗୁରୁ
ମଣିଲେ ଗୁରୁ
ପଥରେ
କଚାଡି ଦେଲେ ଏବେ ହୋ ଚେତ ସକଳେ
।୩।
ଏକାକ୍ଷର
ପଦ ଧ୍ୟାୟି
ଡାକ
ଏକମୁଖ ହୋଇ
ଗୁପତରେ
ଦେହ ଧରିଛନ୍ତି ଅବନୀ ମଣ୍ଡଳେ
।୪।
ଅନ୍ଧାର
ହେଲା ବ୍ରହ୍ମାଣ୍ଡ
ଜମ୍ବୁଦ୍ୱୀପ
ନବଖଣ୍ଡ
ରହିବ
ଯେବେ ତ୍ରିପୁରେ ଠାବ କର ଏତେ ବେଳେ
।୫।
ଯେ
ଅବା ଅଛ ଭକତ
ସମ୍ଭାଳି
ରଖ ଜଗତ
ଭଣେ
ଭୀମ କନ୍ଧ ପୃଥ୍ୱୀ ବଞ୍ଚାଅ ଏ
କଳି କାଳେ ।୬।
No comments:
Post a Comment