Sunday, June 18, 2017

ପର୍ବତରେ ଧର୍ମୋପଦେଶ - ୧୬


ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଅନନ୍ତର ଯୀଶୁ ନାବରେ ପାରିହେଲେ, ଆଉ ନିଜ ନଗରକୁ ଆସିଲେ । ଆଉ ଦେଖ, କେତେ ଲୋକ ଜଣେ ପକ୍ଷାଘାତୀକି ଖଟ ଉପରେ ଶୁଆଇ ତାହଙ୍କ ନିକଟକୁ ଆଣିଲେ ; ତହିଁରେ ଯୀଶୁ ସେମାନଙ୍କର ବିଶ୍ୱାସ ଦେଖି ସେହି ପକ୍ଷାଘାତୀକି କହିଲେ, ହେ ପୁତ୍ର, ସୁସ୍ଥିର ହୁଅ, ତୁମ୍ଭର ପାପ ସବୁ କ୍ଷମା ହେଲା । ଏ କଥା ଶୁଣି ଥୋକାଏ ଅଧ୍ୟାପକ ମନେ ମନେ କହିଲେ, ଏହି ମନୁଷ୍ୟ ଇଶ୍ୱରଙ୍କୁ ନିନ୍ଦା କରୁଅଛି । ସେତେବେଳେ ଯୀଶୁ ସେମାନଙ୍କର ଏହି ଭାବନା ବୁଝି କହିଲେ, କାହିଁକି ମନେ ମନେ ଏମନ୍ତ କୁ ଭାବନା କରୁ ଅଛ ? ତୁମ୍ଭର ପାପସବୁ କ୍ଷମା ହେଲା, କିଅବା ତୁମ୍ଭେ ଉଠି ଚାଲ, ଏହି ଦୁଇ ମଧ୍ୟରୁ କେଉଁଟା କହିବା ସହଜ ? ପୁଣି ପୃଥିବୀରେ ପାପ ମାର୍ଜନା କରିବାକୁ ମନୁଷ୍ୟପୁତ୍ରଙ୍କର ପରାକ୍ରମ ଅଛି, ଏହା ଯେପରି ତୁମ୍ଭେମାନେ ଜାଣିବ, (ଏଥର ସେ ପକ୍ଷାଘାତୀକି କହିଲେ,) ଉଠ, ଆପଣା ଖଟ ଉଠାଇ ନିଅ, ଆଉ ଘରକୁ ଯାଅ । ଏଥିରେ ସେ ଉଠି ଆପଣା ଘରକୁ ଚାଲିଗଲା । ଲୋକ ସମସ୍ତ ଏରୂପ ଦେଖି ଭୀତ ହେଲେ, ଆଉ ଇଶ୍ୱର ମନୁଷ୍ୟକୁ ଏମନ୍ତ ପରାକ୍ରମ ଦେଇଅଛନ୍ତି, ଏଥିପାଇଁ ତାହାଙ୍କର ଧନ୍ୟବାଦ କଲେ ।

ଅନନ୍ତର ଯୀଶୁ ସେଠାରୁ ଯାଉଁ ଯାଉଁ କରସଞ୍ଚୟ ସ୍ଥାନରେ ବସିଥିବା ମାଥିଉ ନାମକ ଏକ ଜଣକୁ ଦେଖି ତାହାକୁ କହିଲେ, ଆମ୍ଭର ପଛେ ଆସ । ତହିଁରେ ସେ ଉଠି ତାହାଙ୍କର ପଶ୍ଚାତ୍ ଗମନ କଲା ।

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ । 

No comments:

Post a Comment