Sunday, June 11, 2017

ପର୍ବତରେ ଧର୍ମୋପଦେଶ - ୧୫


ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ



ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଅନନ୍ତର ପାରି ହୋଇ ସେ ଗାଦରୀୟ ଦେଶରେ ଉପସ୍ଥିତ ହୁଅନ୍ତେ ଦୁଇ ଜଣ ଭୂତଗ୍ରସ୍ତ ଲୋକ କବରସ୍ଥାନରୁ ବାହାରି ତାହାଙ୍କ ସାଙ୍ଗରେ ଦେଖା କଲେ । ସେମାନେ ଏପରି ଭୀଷଣ ଥିଲେ, ଯେ ସେହି ବାଟ ଦେଇ କେହି ଯାଇ ପାରୁ ନ ଥିଲେ । ଆଉ ଦେଖ, ସେମାନେ ଉଚ୍ଚସ୍ୱରରେ କହିଲେ, ହେ ଇଶ୍ୱରଙ୍କ ପୁତ୍ର ଯୀଶୁ, ତୁମ୍ଭ ସଙ୍ଗରେ ଆମ୍ଭମାନଙ୍କର କି ସମ୍ପର୍କ ? ତୁମ୍ଭେ କି ନିରୂପିତ ସମୟ ପୂର୍ବରୁ ଆମ୍ଭମାନଙ୍କୁ ଯନ୍ତ୍ରଣା ଦେବାକୁ ଆସିଅଛ ? ସେ ସମୟରେ କିଛି ଦୂରରେ ପଲେ ଘୁଷୁରି ଚରୁଥିଲେ । ତହିଁରେ ଭୂତମାନେ ବିନତି କରି ତାହାଙ୍କୁ କହିଲେ, ଯେବେ ଆମ୍ଭମାନଙ୍କୁ ଛଡ଼ାଅ, ତେବେ ଏହି ଘୁଷୁରି ପଲରେ ଆଶ୍ରୟ ନେବାକୁ ଅନୁମତି ଦିଅ । ସେ କହିଲେ, ଯାଅ ; ତେଣୁ ସେମାନେ ବାହାର ହୋଇ ଘୁଷୁରି ପଲରେ ଆଶ୍ରୟ ନେଲେ ; ଆଉ ଦେଖ ! ସମସ୍ତ ଘୁଷୁରି ଗଡ଼ନ୍ତି ସ୍ଥାନ ଦେଇ ଅତି ବେଗରେ ଧାଇଁ ସମୁଦ୍ରରେ ବୁଡି ମଲେ । ପୁଣି ରକ୍ଷକମାନେ ପଳାଇ ନଗର ମଧ୍ୟରେ ଉପସ୍ଥିତ ହୋଇ ସମସ୍ତ ଘଟଣା ଏବଂ ଭୂତଗ୍ରସ୍ତ ଲୋକଙ୍କ ପ୍ରତି କଣ ଘଟିଲା, ତାହା ମଧ୍ୟ କହିଲେ । ଆଉ ଦେଖ ! ନଗରର ସମସ୍ତ ଲୋକ ଯୀଶୁଙ୍କ ସଙ୍ଗରେ ଦେଖା କରିବାପାଇଁ ବାହାରକୁ ଆସିଲେ ; ପୁଣି ତାହାଙ୍କୁ ଦେଖି ସେମାନଙ୍କ ଅଞ୍ଚଳରୁ ପ୍ରସ୍ଥାନ କରିବାକୁ ବିନତି କଲେ ।  

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ । 

No comments:

Post a Comment