ଚିଲିକାର ବିଭବ - ୧
ଡାକ୍ତର ରାଧାଚରଣ ପଣ୍ଡା
![]() |
ଚିଲିକାର ମୁହାଣ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ ଚିତ୍ରୋତ୍ତଳକ - ରଭୀଶ ବ୍ୟାସ |
"କର୍ପୂର ଉଡ଼ିଯାଇ କନା ପଡ଼ିଛି" ବୋଲି ସମସ୍ତେ କହନ୍ତି---, କିନ୍ତୁ ସେଇ କନାରେ ଯେ କର୍ପୁରର ଗନ୍ଧ ରହିଛି, ଏକଥା ଜାଣିବାକୁ କେଇହେଲେ ଇଚ୍ଛା କରନ୍ତି ନାଇଁ--- ଏହାହିଁ ଚିନ୍ତାର ବିଷୟ !
କର୍ପୁର ଉଡ଼ିଯାଉ--- କନା ଯେତେବେଳେ ଆମହାତରେ ରହିଛି---ଚାଲ--- ପୁଣି ନୂଆ କର୍ପୂର ଆଣି ତହିଁରେ ବାନ୍ଧିବା--- ଜଣେତ କେଇ ଏପରି କର୍ପୂର ବାନ୍ଧିଥିଲା--- ଆମେ କିଆଁ ସେପରି ନବାନ୍ଧିବା ? ଏପରି ମନୋଭାବ ଆମର କାଇଁ ?
ଆମ ଓଡ଼ିଶାର ସବୁ 'ବଡ଼' - ବଡ଼ ଠାକୂର, ବଡ଼ନଦୀ, ବଡ଼ଦାଣ୍ଡ, ବଡ଼ପଣ୍ଡା--- ଓଗେର ତା' ପଛକୁ ବଡ଼ ବନ୍ୟା, ବଡ଼ ଦୁର୍ଭିକ୍ଷ, ବଡ଼ ରୋଗ, ବଡ଼ ଗରିବ, ବଡ଼ କୂଲି--- ଇତ୍ୟାଦି, ଏସବୁ---
"ପୂର୍ବ ପୁରୁଷର ପ୍ରତିଷ୍ଠା ବିଶାଳ
ବିକି ଭାଙ୍ଗି ଖାଉଥିବା କେତେ କାଳ"?
ଓଡ଼ିଶାର ପ୍ରକୃତି ସୁନ୍ଦରୀ - ଶୋକ ପାସୋରା ଅପସରା ଭୁବନ--- ଏବଂ ମରାଳ ମାଳିନୀ - ନୀଳାମ୍ବୁ ଚିଲିକା କହିଲେ ଆମଦେଶର ପାଠୁଆ ମାନେ କେବଳ ରାଧାନାଥଙ୍କର 'ଚିଲିକା' କାବ୍ୟଟିକୁ ମନେ ପକାନ୍ତି --- କିନ୍ତୁ ଏ ପ୍ରକୃତି ସୁନ୍ଦରୀ ଗର୍ଭରେ ଓଡ଼ିଶାର କି ବିଭବ-ସମ୍ପଦ ରହିଛି ତା' ଜାଣିବା ପାଇଁ କେତେଜଣ - ବିଶେଷତଃ, ଓଡ଼ିଶାବାସୀ- ଇଚ୍ଛା କରନ୍ତି ? ପ୍ରତିବର୍ଷ ବହୁ ସଙ୍ଖ୍ୟକ ସ୍ଲୁଲଛାତ୍ର --- ଶିକ୍ଷକ---ଦର୍ଶକ ଆସି ଚିଲିକା ଦେଖିଯାନ୍ତି, କିନ୍ତୁ କେଇ ହେଲେ ଏହାର ବିଭବ ନେଇ କିଛି ଆଲୋଚନା ଓ ଅନୁସନ୍ଧାନ କରନ୍ତି କି ନାହିଁ ସନ୍ଦେହ ।
ଯା' ହେଉ ଏକ୍ଷଣି ଏଇ ଚିଲିକା ବିଭବ ନେଇଁ କେତେକଥା ଏଠାରେ ବର୍ଣ୍ଣନା କରିବି:-
No comments:
Post a Comment