ମହିମା ଭକ୍ତି କବିତା - 'ଧୂନି ଘରେ ରାଧିକା ବିଳାସ ଗୋ'
ସନ୍ଥ କବି ଭୀମ ଭୋଇ
![]() |
ଦକ୍ଷିଣ ଭାରତର ନାମଦ୍ରୋଲିଙ୍ଗ ମଠର ଦୁଆର ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଧୂନି
ଘରେ ରାଧିକା ବିଳାସ ଗୋ,
କରିବେ
ଭଗତେ ଖେଡରସ ଗୋ,
ଦେଖି
ଚାଲ ଯିବା ହୋଇ ବେଶ ଗୋ । ଘୋଷା ।
ମଦନ
ମୋହନ ହରି ଲାବଣ୍ୟ ମୂରତି ଧରି
ଭଜ
ଯାଇ ପାଶ ଗୋ,
ଜନ୍ମ
ମୃତ୍ୟୁ ନାଶ
ସକଳେ
ବେଢିବା ଆସ ଚାରିଦ୍ୱାରେ ଦଶଦିଶ
କାହିଁ
ଯିବେ ପ୍ରଭୁ ପୀତବାସ ଗୋ ।୧।
ମୋହନ
ମଦନ ବଂଶୀ ଜୀବନେ ଘେନି ଯାଉଛି
ଋତୁ
ମଧୁ ମାସ ଗୋ,
ଫୁଟିଅଛି
ପୁଷ୍ପ
ମୋହର
ମନକୁ ଏହା ବିଚାର ଦୁଶୁଛି ଯାହା
ପିଉଥାନ୍ତି
ସୁଧା ମଧୁରସ ଗୋ ।୨।
ଦୁଃଖୀର
ଦୁଃଖୀ ଜୀବନ ଏ ମୋର ଗଳା ରତନ
ଭାବ
ଭୋଳେ ବଶ୍ୟ ଗୋ,
ଅଭାବେ
ଅଦୃଶ୍ୟ
ଅନାହତ
ଧୂନି ମଧ୍ୟେ ବିଜୟେ ଅନାମ ଭେଦେ
ଧରି
ରୂପ ବର୍ଣ୍ଣ ପରକାଶ ଗୋ ।୩।
ଆସି
ପାହିଲାଣି ଦିନ ପିଣ୍ଡ ପ୍ରାଣ
ଦିଅ ଦାନ
ବୁଝୁଅଛ
କିସ ଗୋ,
ତେଜ
ଗୃହ ବାସ
କେହି
ନ କରୁଛ ସତ,
ଏହି
ଗୋ ଯଶୋଦା ସୁତ
ସାକ୍ଷୀଛନ୍ତି
ଧରିତ୍ରୀ ଆକାଶ ଗୋ ।୪।
ନବୀନ
ନଟନାଗର ଗୋପ ଯୁବତୀଙ୍କ ବର
ନବରଙ୍ଗେ
ବେଶ ଗୋ,
କରିବେ
ରାହାସ
ସାତଦିନ
ସାତରାତି ଢାଳିବେ ଚାମର ଛତ୍ରି
ଚାହିଁଲେ
ଖଣ୍ଡିବ ପାପ ଦୋଷ ଗୋ ।୫।
ହୋଇବ
ଅବଶ୍ୟ ଦେଖ ଜାଣିବେ ଜଗତ ଯାକ
ବଟମୂଳେ
ଦୃଶ୍ୟ ଗୋ,
କାଳିନ୍ଦୀ
ପାରୁଶ
ଥାଅରେ
ମୋ ପିଣ୍ଡେ ଜୀବ ଦେଖିବ ପ୍ରଭୁଙ୍କ
ଭାବ
ଭଣିଲେ
ଭଗତ ଭୀମ ଦାସ ଗୋ ।୬।
No comments:
Post a Comment