Sunday, June 04, 2017

ପର୍ବତରେ ଧର୍ମୋପଦେଶ - ୧୫



ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ



୧୧୫୦ ମସିହାର ଫ୍ରାନ୍ସ୍ ଦେଶର ଏକ ବାଇବେଲର ପୋଥି ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଅନନ୍ତରେ ସେ ନାବରେ ଚଢ଼ନ୍ତେ ତାହାଙ୍କର ଶିଷ୍ୟମାନେ ତାହାଙ୍କ ପଶ୍ଚାତ୍ ଗମନ କଲେ । ଆଉ ଦେଖ, ସମୁଦ୍ରରେ ଏପରି ପ୍ରବଳ ଝଡ଼ ଉଠିଲା, ଯେ ମହାଢ଼େଉରେ ନାବ ଆଚ୍ଛନ୍ନ ହେଲା; ମାତ୍ର ସେ ନିଦ୍ରିତ ଥିଲେ । ଏନିମନ୍ତେ ଶିଷ୍ୟମାନେ ଆସି ତାହାଙ୍କର ନିଦ୍ରା ଭାଙ୍ଗି କହିଲେ, ହେ ପ୍ରଭୁ, ରକ୍ଷା କରନ୍ତୁ, ଆମ୍ଭେ ସମସ୍ତେ ମଲୁଁ । ପୁଣି ସେ ସେମାନଙ୍କୁ କହିଲେ, ହେ ଅଳ୍ପ ବିଶ୍ୱାସିମାନେ, କିହେତୁ ଭୟ କର ? ତହୁଁ ସେ ଉଠି ବାୟୁ ଓ ସମୁଦ୍ରକୁ ଧମକ ଦେଲେ; ତହିଁରେ ସମସ୍ତ ସୁସ୍ଥିର ହେଲା । ଏଣୁକରି ଲୋକମାନେ ଆଶ୍ଚର୍ଯ୍ୟ ଜ୍ଞାନ କରି କହିଲେ, ଆଃ ! ଏ କିପ୍ରକାର ମନୁଷ୍ୟ, ଯେଣୁ ବାୟୁ ଓ ସମୁଦ୍ର ଏହାଙ୍କର ଆଜ୍ଞା ମାନନ୍ତି । 

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ । 

No comments:

Post a Comment