ମହିମା ଭକ୍ତି କବିତା - 'ମନର ଭିତରେ କଲେ ଭକତି ଗୋ'
ସନ୍ଥ କବି ଭୀମ ଭୋଇ
ପ୍ରାଚୀନ ରୋମ ନଗରୀର ପମ୍ପେଇ ନଗରର ଦୁଆର |
ମନର
ଭିତରେ କଲେ ଭକତି ଗୋ
ଅନ୍ତର୍ଯ୍ୟାମୀ
ଗୁରୁଦେବ ଜାଣନ୍ତି ଗୋ । ଘୋଷା ।
ନାମକୁ
ଭଜିଲେ ଚିହ୍ନି ପାଷାଣ ହୁଅଇ ପାଣି
କାଷ୍ଠ
ପଲ୍ଲବନ୍ତି ଗୋ,
କୁସୁମ
ଫୁଟନ୍ତି
ଥିଲେ
ପୂର୍ବର ବାସନା ଗୁଣ ତା’ର ପଡେ
ଚିହ୍ନା
ମୂକ
ଜଡା ଚାରିବେଦ କହନ୍ତି ଗୋ ।୧।
ମୂର୍ଖ
ହୁଅନ୍ତି ପଣ୍ଡିତା,
ପା’ନ୍ତି
ଜ୍ଞାନ ହେତୁ ଚେତା
ବାନା
ଉଡେ ପୃଥ୍ୱୀ ଗୋ,
ବଢିଲେ
କୀରତି
ଅନୁଭବ
ଥିଲେ ବୁଦ୍ଧି ପାଇବ ବ୍ରହ୍ମକୁ
ସାଧି
ପ୍ରାପତ
ହୁଅଇ ଗତି ମୁକତି ଗୋ ।୨।
ଅନ୍ଧାର
ଘରରେ ନିତି ବିନା ତଇଳରେ ବତୀ
ଲଗାଇ
ପାରନ୍ତି ଗୋ,
ନିଷ୍ଠା
ଥିଲେ ମତି
ଆରତେ
ଭଜିଲେ ନାମ ଦଣ୍ଡି ନ ପାରଇ ଯମ
ପଙ୍ଗୁ
ଗିରିବର ଲଙ୍ଘି ଯାଆନ୍ତି ଗୋ ।୩।
ଅକର୍ମରୁ
କର୍ମ ଉଦେ ଗମନ୍ତି ଅନାମ ଭେଦେ
ଛିଡେ
ଭବ ଭ୍ରାନ୍ତି ଗୋ,
ନ
ପଡେ ବିପତ୍ତି
କାମନା
କଳ୍ପନା ଇଚ୍ଛା ପୂର୍ଣ୍ଣ ହୁଏ
ମନୋବାଞ୍ଛା
ଅବଶ୍ୟ
ସେ ଫଳ ବସି ଭୁଞ୍ଜନ୍ତି ଗୋ ।୪।
ନିଶବ୍ଦ
ଘରୁ ଶବଦ ଜନ୍ମ ହୋଇ ଚାରିବେଦ
ମହିମା
ଜାଣନ୍ତି ଗୋ,
ଶାସ୍ତ୍ରେ
ବଖାଣନ୍ତି
ଲାଗିଥାଇ
ବିଷ୍ଣୁ ତେଜ ପଣ୍ଡିତ ସୁଜ୍ଞାନୀ
ବୁଝ
କବିକୃତ
କରି ପଦ ଯୋଡନ୍ତି ଗୋ ।୫।
ଅନ୍ତର୍ଗତ
କଥା ସବୁ ଜାଣନ୍ତି ଅଲେଖ ପ୍ରଭୁ
ସର୍ବଠାରେ
ଥା’ନ୍ତି ଗୋ,
ରୂପେ
ନ ଦିଶନ୍ତି
କହେ
ଭୀମ ଅରକ୍ଷିତ ନିର୍ଣ୍ଣୟ ବୁଝିଲେ
ତତ୍ତ୍ୱ
ଲକ୍ଷେ
ଯୋଜନରେ ଥିଲେ ଶୁଣନ୍ତି ଗୋ ।୬।
No comments:
Post a Comment