ଅକ୍ଟାଭିଓ ପାଜ୍ ଙ୍କର କବିତା 'ବିରତି'
ଅନୁବାଦ - ଗୋର୍ବାଚୋଭ୍
![]() |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ସେମାନେ ଆସିଛନ୍ତି,
କିଛି ଚଢ଼େଇ ଆଉ–
ଗୋଟେ ତାମସ ଚିନ୍ତା ।
ଗଛର ମର୍ମର,
ଟ୍ରେନ୍ ଏବଂ ଇଞ୍ଜିନ୍ର ଘର୍ଘର,
ମୁହୂର୍ତ୍ତଟିଏ ଆସୁଛି ନା ଯାଉଛି ?
ସୂର୍ଯ୍ୟର ନୀରବତା– ବିଳାପ ଏବଂ ହସ;
ଉଭୟଙ୍କୁ ଭେଦ କରେ,
ତା’ ବର୍ଚ୍ଛା ବିଦ୍ଧ ହୁଏ ଶିଳା ଭିତରକୁ;
ଶିଳା ଚିତ୍କାର କରେ ।
ହୃଦୟ-ସୂର୍ଯ୍ୟ, କମ୍ପିତ ଶିଳା,
ରକ୍ତ ଶିଳା ଯା’ ପାଲଟି ଯାଏ ଗୋଟିଏ ଫଳ:
କ୍ଷତ ଗଭୀର ହୁଏ,
ମୁକୁଳା ହୁଏ ବିନା ଯନ୍ତ୍ରଣାରେ ।
ମୋ’ ଜୀବନ,
ଜୀବନ ସହ ତାଳ ଦେଇ–
ବହି ଚାଲେ, ବହି ଚାଲିଥାଏ ।।
[ପିଏର୍ ରେଭର୍ଦିଙ୍କ ସ୍ମୃତିରେ । ରେଭର୍ଦି ଜଣେ ଚର୍ଚ୍ଚିତ ଫରାସୀ କବି ଥିଲେ ଏବଂ ତାଙ୍କରି ସୃଜନ ସମୂହ ପରବର୍ତ୍ତୀ ସମୟରେ “ସରିଆଲିଜିମ୍”, “ଦାଦାଇଜିମ୍” ଓ “କ୍ୟୁବିଜିମ୍" ଭଳି କଳା ଆନ୍ଦୋଳନକୁ ପ୍ରୋତ୍ସାହନ ଦେଇଥିଲା ।]
No comments:
Post a Comment