ମହିମା ଭକ୍ତି କବିତା - 'କଳିଯୁଗେ ମହିମା ନାମ'
ସନ୍ଥ କବି - ଭୀମ ଭୋଇ
![]() |
ଟ୍ୟୁନିସିଆ ଦେଶର କାଇରୁଆନ ନଗରର ଉକବା ମସଜିଦର ଦ୍ୱାର ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
କଳିଯୁଗେ
ମହିମା ନାମ ହେଲା ଉତ୍ପତ୍ତି
ଭଜ
ଗୁରୁପାଦ ନୁହଁ ଅପ୍ରୀତି । ଘୋଷା
।
ବ୍ରହ୍ମରୂପେ
ରହିଛି ଘୋଟି
ଚିଠିପତ୍ର
ଦେଉଛି କାଟି
ସେ
ନିତି ପ୍ରତି,
ଚନ୍ଦ୍ର
ସୂର୍ଯ୍ୟ ବେନି ଯା ବଚନ ମାନି
ଫେରୁଛନ୍ତି
ଯାର ଆଜ୍ଞା ନ ମେଣ୍ଟି ।୧।
ଠାବେ
ଠାବେ ସମ୍ପଦ କୋଟି
ଅଧିକାରୀ
ଅଛନ୍ତି ଖଟି
ସେ
ଛନ୍ତି ଆକୋଟି,
କଟୁମ୍ବ
ଜଞ୍ଜାଳ କେବେ ନୁହେଁ ଭଲ
ଚିନ୍ତାରେ
ମୋ ମନ ହେଉଛି ଘାଣ୍ଟି ।୨।
ନ
ବସିଲେ ବୈଷ୍ଣବ କତି
ଅର୍ଜିବାରେ
ନିରତେ ମାତି
ସେ
ଦିବସ ରାତି,
ପର
ଧନେ ବଡ ହେବେ ପାପୀ ମୂଢ
ନ
ଜାଣିଲେ ଆତ୍ମା ଉଦ୍ଧାର ଗତି ।୩।
ମାୟା
ମୋହେ ମଜ୍ଜିବେ ନିତି
କରୁଥିବେ
ଅଜ୍ଞାନେ ପ୍ରୀତି
ସେ
ଧର୍ମ ନ ଚିନ୍ତି,
ଭବାର୍ଣ୍ଣବେ
ପଡି ନିଜ ପଥ ହୁଡି
କେହି
ନ ରଖିବେ କାହାର ଜାତି ।୪।
ହୃଦପଦ୍ମେ
ନ ଥିବ ଭୀତି
ବଳାଇବେ
ମନ ପ୍ରକୃତି
ସେ
ପରେ ପୀରତି,
ସର୍ବେ
ଏକାକାର ହୋଇଯିବେ ନର
ଏବେ
ଗୁରୁ ନାମ ଧର ହୋ ଚେତି ।୫।
ନ
ପାଇଣ ଜ୍ଞାନର ଗତି
ଯେଉଁ
ପାଦ ମୋକ୍ଷ ମୁକତି
ସେ
ହୃଦେ ନ ଚିନ୍ତି,
କହେ
ଭୀମଭୋଇ ହେଉଛନ୍ତି ବାଇ
ବିଷ୍ଣୁକୁଟ
ମାୟା ଧନ୍ଦାରେ ମାତି ।୬।
No comments:
Post a Comment