Thursday, June 08, 2017

ଲଣ୍ଡନ : ପୃଥିବୀର ସବୁଠାରୁ ବଡ଼ ସହର


ଗୋପୀନାଥ ମହାନ୍ତି 


୧୫୯୩ ମସିହାର ଲଣ୍ଡନର ମାନଚିତ୍ର
ମାନଚିତ୍ରକାର - ଜନ୍ ନର୍ଡ଼େନ୍ (୧୫୪୭-୧୬୨୫)
ଚିତ୍ର କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ବିଲାତର ରାଜଧାନୀବ୍ରିଟି ସାମ୍ରାଜ୍ୟର କେନ୍ଦ୍ର ଲଣ୍ଡନ ପୃଥିବୀର ସବୁଠାରୁ ବଡ଼ ସହର । ତାର ଲୋକ ସଂଖ୍ୟା ଅଶୀ ଲକ୍ଷ ଅର୍ଥାତ ଦେଢ଼ ଶହଟି କଟକ ମିଶିଲେ ଯେତିକି ସେତେ । ଲଣ୍ଡନର ଧନ ଦଉଲତ ପ୍ରାୟ ଆଠ ହଜାର କୋଟି ଟଙ୍କା । ଲଣ୍ଡନ ସହରରେ ବାର ଲକ୍ଷରୁ ବେଶୀ ମଟର ଗାଡ଼ି ଅଛି । ଏଠି ମଟର ଗାଡ଼ି ଦୁର୍ଘଟଣାରେ ଦିନକୁ ହାରାହାରି ଦଶ ଜଣ ଲୋକ ମରନ୍ତି ।

ଏହି ସହରଟି ବହୁ ପୁରାତନ ସହର । କେତେକଟି ପ୍ରଧାନ କାରଣରୁ ଏ ସହରଟି ଏତେ ବଡ଼ ହୋଇ ଉଠିଛି । ବିଲାତର ବଡ଼ ନଦୀ ଟେମସ୍ ନଦୀ ଉପରକୁ ଠିକ୍ ଯେତିକି ଦୁର ପର୍ଯ୍ୟନ୍ତ ବଡ଼ ବଡ଼ ଯାହାଜ ଯାଇ ପାରିବସେଠାରେ ଏ ସହର । ଅର୍ଥାତ ସେ ପାରିରୁ ଜିନିଷ ଆସିଲେ ଠିକ ଏଇ ସ୍ଥାନରେ ମାଲ ଉତାରି ଦେବ । ଆଉ ଉପରକୁ ଯାଇ ହେବନି । ଲଣ୍ଡନର ମୁହାଁମୁହିଁ ଠିକ୍ ସମୁଦ୍ର ଆର ପାଖେ ସ୍କେଲ୍ଟ ନଦୀର ମୁହାଁଣ । ଯେଉଁ ବାଟେ ଇଉରୋପ ମହାଦେଶ ଭିତରକୁ ବାଣିଜ୍ୟ ପଦାର୍ଥ ଯାଇ ପାରିବ ।

ଯଦି ଆମେ ପୂର୍ବ ଆଡ଼ୁ ଦେଖିଯିବା ତା ହେଲେ ପ୍ରଥମେ ଆଖିରେ ପଡ଼ିବ ଜାହାଜ ଆଉ ଅସଂଖ୍ୟ ଡ଼ଙ୍ଗା । ତାହା ତଳକୁ ସାମୁଦ୍ରିକ ଯୁଦ୍ଧ ବିଜ୍ଞାନ ଶିଖେଇବା ପାଇଁ ରୟାଲ ନ୍ୟାଭ୍ୟାଲ କଲେଜ ଅଛି । ଇଂରେଜ ଜାତିର ସବୁ ଉନ୍ନତିର ହେତୁ ହେଉଛି ନୌ ଶକ୍ତି । ଆଗକୁ ଅଛି ବିଖ୍ୟାତ “ଟାଉଆର୍ ବ୍ରିଜ୍” ପୋଲଯାହା ତଳେ ଅସଂଖ୍ୟ ଯାହାଜ ଓ ଡ଼ଙ୍ଗା ଯାତାୟାତ କରୁଛି । ବଡ଼ ଜାହାଜ ଗଲାବେଳେ ଏଠି ଗୋଟାଏ ଣ୍ଟା ବାଜେ । ଉପରୁ ସବୁଲୋକ ଚାଲିଗଲେ ପୋଲଟା ଦୁଇଭାଗ ହୋଇଯାଇ ଦୁଇପାଖେ ଆକାଶକୁ ହାତ ଟେକେତଳେ ବଡ଼ ଯାହାଜ ଚାଲିଯାଏ । ତା ପରେ ଦୁରକୁ ବିଲାତର ପାର୍ଲିମେଣ୍ ସଭାଗୃହ । ଏ ସ୍ଥାନର ଉତ୍ତରକୁ ଓ ପୂର୍ବକୁ ଅଛି ଇଷ୍ଟ୍-ଣ୍ଡ୍-ପଡ଼ାକେବଳ ଗରିବଙ୍କ ବସ୍ତି । ଏ ଞ୍ଚଳରକୁତ୍ସିତ ବିବତ୍ସତାଅନାହାରଦୁର୍ଭିକ୍ଷ ଓ ଦୁର୍ଭାଗ୍ୟ ଧନିକର ପ୍ରାସାଦ ଓ ବିଳାସ ସେ ପାଖେ କଳଙ୍କ ପରି ରହିଛି । ଏଠି ସବୁ ଅପରିସ୍କୃତ ଓ ଅସୁନ୍ଦର ।

ବ୍ୟାଙ୍କ ଅଫ ଙ୍ଗଲ୍ୟାଣ୍ଡ ଓ ସେ ଞ୍ଚଳର ପ୍ରାସାଦ ସବୁ ପୃଥିବୀର ବ୍ୟବସାୟର କେନ୍ଦ୍ର । ଦିନବେଳେ ସହସ୍ର ସହସ୍ର ଲୋକ ଏଠାକୁ ଆସନ୍ତି ।ନ୍ଧ୍ୟା ସମୟରେ ଏଠି ଶୂନଶାନ୍କେବଳ କେତେଟା ପାରାକେତେଟା ବିରାଡ଼ି ଓ କେତେ ଜଣ ପୁଲିସ୍ ଜଗୁଆଳି ମାତ୍ର ଥାଆନ୍ତି । ପୃଥିବୀରେ ଯେତେ ବଡ଼ ବଡ଼ ବ୍ୟବସାୟର କମ୍ପାନୀ ସବୁ ଅଛିସେମାନଙ୍କର ଏଠି ଶାଖା ଅଫିସ୍ ଅଛି । ଏଠି କୋଟି କୋଟି ଟଙ୍କାର କାରବାର ।

ତା ପରେ ପଡ଼ିବ ବିଖ୍ୟାତ ଲଣ୍ଡନ ପୋଲ । କାଳକ୍ରମେ ସହର ପଶ୍ଚିମକୁ ପଶ୍ଚିମକୁ ବଢ଼ୁଛି । ଷ୍ଟ୍ରାଣ୍ଡ୍ ରାସ୍ତାର ଦୁଇପାଖରେ ବଡ଼ ଦୋକାନଥିଏଟର ଓ ହୋଟେଲ । ଆଗକୁ ଗୋଟିଏ ଛକ ଉପରେ ନେଲସନ୍ ଙ୍କର ପ୍ରତିମୁର୍ତି,- ଟ୍ରାଫାଲଗର୍ ନୌ-ଯୁଦ୍ଧରେ ସେ ନେପୋଲିୟନ୍ ଙ୍କୁ ହରାଇଦେଇ ନିଜେ ମରିଥିଲେ । ଇଂରେଜ ଜାତି ଅତି କର୍ତ୍ତବ୍ୟପରାୟଣ । କର୍ତ୍ତବ୍ୟ ସମ୍ମୁଖରେ ଏମାନେ ଜୀବନକୁ ତୁଛ ମନେ କରନ୍ତି ।

ବ୍ରିଟିଶ୍ ମିଜିୟମ୍ ପୃଥିବୀର ଜ୍ଞାନ ବିଜ୍ଞାନର ଗନ୍ତାଘର । ଆହୁରି ଦୁରକୁ ଦିଶିବ ବଙ୍କିଙ୍ଗହ୍ୟାମ୍ ରାଜପ୍ରାସାଦ । ତା ସେପାଖକୁ ଅନେକ ପାର୍କ ବଗିଚା । ସହରର ଗହଳି କଳରବ ଓ କୋଠା ମଝିରେ ଏଗୁଡ଼ିକ ଗୋଟେ ଗୋଟେ ଶାନ୍ତିର ସ୍ଥାନ ।

ଏ ପାର୍କ ଗୁଡ଼ିକ ତିନି ଶହ ଚାରି ଶହ ମାଣ ଜମି ମାଡ଼ି ବସିଛି । ଗଛଲତାଫୁଲଝରଣା ଓ ପୋଖରିରେ ଏପରି ସଜା ହୋଇଛି ଯେ ନନ୍ଦନକାନନ ସ୍ୱର୍ଗରୁ ମର୍ତ୍ତ୍ୟକୁ ଛିଣ୍ଡି ପଡ଼ିଥିବା ପରି ଲାଗେ । ପୋଖରିରେ ହଂସ ଖେଳୁଛନ୍ତିଜଙ୍ଗଲରେ ମୟୁର ବୋବାଉଛି । ଚାରିଆଡ଼ ବଣ,ଅଥଚ ଚାରିଆଡ଼ ସୁନ୍ଦର । ଗୋଡ଼ ତଳେ ସାଉଁଳିଆ କଅଁଳ ଘାସର ଶେ । ଏଠାକୁ ଆସି ଏତେ ଲୋକଙ୍କ ହସ ହସ ଉଜ୍ଜଳ ମୁହଁ ଦେଖିଲେ ଲୋକ ଭୋକ ଶୋଷ ଭୁଲିଯିବ । ଏଠି ଖୋଲା ପବନ ମିଳେ ଆନନ୍ଦ ଓ ଫୁର୍ତ୍ତି କରାଯାଇପାରେ । ପାର୍କ ପୋଖରୀରେ ପଇସା ଦେଇ ପହଁରା ଯାଇପାରେ ଓ ନାଆ ଖେଳାଯାଇପାରେ ।

ଲଣ୍ଡନ୍ ସହରରେ ମାଟିତଳେ ସୁଡ଼ଙ୍ଗରେ ରେଳଗାଡ଼ି ଚାଲେତେଣୁ ଗହଳିକୁ ଡ଼ରି ଅନେକ ତଳ ରେଳ ବା ଟିଉବ୍ ରେଳଉଏରେ ଯାଆନ୍ତି । ଉପରେ ରାସ୍ତାରେ ଦୋତାଲା ଟ୍ରାମ୍ ଓ ବସ୍ ଚାଲୁଛି । ଦୁଇପାଖେ ଦଶତାଲା କୋଠା । ରବିବାର ଛଡ଼ା ଅନ୍ୟ ଦିନ କଚିରିକୁ ଗଲାବେଳେ ଓପାଞ୍ଚଟାରେ କଚେରିରୁ ଫେରିଲାବେଳେ ରାସ୍ତାରେ ଗାଡ଼ି ମଣିଷ ଖୁନ୍ଦି ହୋଇଯାଆନ୍ତି ।

ଲଣ୍ଡନ୍ ର ପୁଲିସ୍ ବାଲା ଉପରେ ଭାରି ଦାୟିତ୍ୱ । ପୃଥିବୀର ଅନ୍ୟ କୌଣସିଠାରେ ଏପରି ଧୁରନ୍ଦର ପୁଲିସବାଲା ନାହାନ୍ତି । ଏମାନେ ରାସ୍ତାରେ ଲୋକଙ୍କ ଆତଯାତ ଉପରେ ଜବତ ରଖିଥାନ୍ତି । ସାହେବମାନେ ଏପରି ଆଇନ ବାଧ୍ୟ ଲୋକ ଯେ ପୋଲିସବାଲା ରୋକିଦେଲେ କେହି ପାହୁଣ୍ଡେ ଯିବେ ନାହିଁତେଣେ ମୁହୁର୍ତ୍ତକ ଡେ଼ରିରେ ପଛେ ହଜାର ହଜାର ଟଙ୍କା ଲୋକସାନ ହେଉ ।

ଲଣ୍ଡନର ଆହୁରି ଗୋଟେ କଥା ଚିର ଦିନ ମନେ ରହେ । ସେ ହେଉଛି ଏ ସହରର ପରିଚ୍ଛନ୍ନତା । ରାସ୍ତା ଓ ଘର ଏପରି ପରିଛନ୍ନ ଯେସେଠି ଖଣ୍ଡେ କାଗଜ ସୁଦ୍ଧା ପାଇବ ନାହିଁ । ଏତେ ବଡ଼ ସହରଏତେ ଜନତାତଥାପି ଏତେ ପରିଷ୍କୃତ ପରିଚ୍ଛନ୍ନ ।

ବି.ଦ୍ର. : ଶ୍ରୀ ଗୋପୀନାଥ ମହାନ୍ତି ଲିଖିତ 'ଭୌଗଳିକ କାହାଣୀ'ରୁ ସଙ୍ଗୃହିତ ।

No comments:

Post a Comment