Monday, June 19, 2017

ମାର୍କସ୍ ଅରିଲସ୍ 


ବିଚାରମାଳା (ମେଡ଼ିଟେସନ୍ସ୍)  : ଦ୍ୱିତୀୟ କାଣ୍ଡ - ପଞ୍ଚମ ଓ ଷଷ୍ଠ ଅଧ୍ୟାୟ


ରୋମୀୟ ସମ୍ରାଟ ଓ ସ୍ଟୟିକ ଦାର୍ଶନିକ ସେନେକା
ସପ୍ତଦଶ ଶତାବ୍ଦୀର ଅଜ୍ଞାତ ଶତାବ୍ଦୀ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ପଞ୍ଚମ ଅଧ୍ୟାୟ


ପ୍ରହର ପରେ ପ୍ରହର ଏହା ତୁମର ଧ୍ୟେୟ ହୋଇ ରହୁ - ଜଣେ ରୋମୀୟ ଭାବରେ ତଥା ଜଣେ ମନୁଷ୍ୟ ଭାବେ, ଯାହା ଉପସ୍ଥିତ ତାହାକୁ ମାନବିକ, ନ୍ୟାୟସଙ୍ଗତ ତଥା ସ୍ୱାଧୀନ ଭାବରେ ଉଚିତ ତଥା ପ୍ରାକୃତିକ ମର୍ଯ୍ୟାଦାର ସହ ସମ୍ପାଦିତ କରିବା । ଅନ୍ୟ କୌଣସି ବ୍ୟାପାରରୁ ନିଜର ମନକୁ ମୁକ୍ତ ରଖ । ଏହା ତୁମ୍ଭେ କରିବା ନିଶ୍ଚିତ ସମ୍ଭବ, ଯଦି ତୁମ୍ଭେ ନିଜର ସମସ୍ତ କାର୍ଯ୍ୟକୁ, ନିଜ ମନରୁ ସମସ୍ତ ବାଟବଣା ଚିନ୍ତା, ତର୍କର ନିର୍ଦ୍ଦେଶରୁ ଭାବନା-ଭିତ୍ତିକ ପଳାୟନ, ପ୍ରଦର୍ଶନର କାମନା, ଆତ୍ମ ପ୍ରଶସ୍ତି ତଥା ନିଜର ସ୍ଥିତାବସ୍ଥା ସହ ଅସନ୍ତୋଷ, ଆଦିକୁ, ଦୂରେଇ ଦେଇ, ଏପରି ଭାବରେ କରିପାରିବ, ଯେପରି ସେହି କାମଟି ତୁମ୍ଭର ଜୀବନର ଅନ୍ତିମ କାର୍ଯ୍ୟ । ଦେଖ, ମନୁଷ୍ୟକୁ କେତେ କମ ଜିନିଷ ଉପରେ ପ୍ରଭୁତ୍ୱ ବଜାୟ ରଖିବା ଆବଶ୍ୟକ, ଯାହା ଫଳରେ କି ତାହାର ଜୀବନ ହୋଇପାରିବ ନୀରବ ଓ ଦିବ୍ୟ: ତାହାକୁ କେବଳ ଏହି କେତୋଟି ଉପଦେଶକୁ ଆଚରଣରେ କରିବାକୁ ପଡ଼ିବ, ଏବଂ ଦେବତାମାନେ ତାହାଠାରୁ ଆଉ କିଛି ଅଧିକର ଅପେକ୍ଷା ରଖନ୍ତି ନାହିଁ ।

ଷଷ୍ଠ ଅଧ୍ୟାୟ


ଯାଅ, ଯାଅ, ହେ ମୋର ଆତ୍ମନ୍ ! ନିଜକୁ ତିରଷ୍କୃତ ଓ ଅପମାନିତ କରିବା ନିମନ୍ତେ ! ହେଲେ ଆହୁରି ଅଳ୍ପ ସମୟ ମଧ୍ୟରେ ହିଁ ନିଜର ମହତ ରଖିବା ନିମନ୍ତେ ସମୟ ଅତିବାହିତ ହୋଇଯିବ । ମନୁଷ୍ୟର ଏକ ହିଁ ଜୀବନ, ତୁମର ଅନ୍ତ ଅତି ନିକଟରେ, ହେଲେ ତେବେ ମଧ୍ୟ ନିଜର ମହତ ପାଇଁ ତୁମ୍ଭେ ଲୋଚନ ଫେଡ଼ ନାହିଁ, କିନ୍ତୁ ନିଜର ଆନନ୍ଦକୁ ଅନ୍ୟମାନଙ୍କର ମନ ଓ ମତ ଉପରେ ନିର୍ଭରଶୀଳ କରି ରଖ । 

No comments:

Post a Comment