ମହିମା ଭକ୍ତି କବିତା - 'ମହାନିତ୍ୟ ଖେଳ ଦେଖ'
କବି - ଭୀମ ଭୋଇ
![]() |
ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍ |
ମହାନିତ୍ୟ
ଖେଳ ଦେଖ ଜମ୍ବୁଦ୍ୱୀପେ ହେ
ଶରୀରାର୍ଥ
ପରକାଶ ବାହ୍ୟରୂପେ ହେ । ଘୋଷା।
ସତ୍ୟାଦି
ଯୁଗେ ଭକତ
ଯା’ର
ପାଇଁ ତପୋବନ୍ତ
ଅଶେଷ
ବ୍ରହ୍ମାଣ୍ଡ ହିତେ ବିଜେ ଆପେ ହେ
।୧।
ତ୍ରେତୟା
ଯୁଗରେ ତପୀ
ଭକ୍ତମାନେ
ହେଲେ କପି
ସେହି
ବ୍ରହ୍ମଙ୍କୁ ନିରୋପି ଆତ୍ମାସୁଖେ
ହେ ।୨।
ଦ୍ୱାପର
ଯୁଗକୁ ଚାହିଁ
ବ୍ରଜ
ଗୋପାଳୁଣୀ ହୋଇ
ବ୍ରହ୍ମ
ସଙ୍ଗେ ପ୍ରେମ ଅଙ୍ଗେ ନାରୀ ରୂପେ
ହେ ।୩।
ଏ
କଳି ଯୁଗରେ ଦେଖ
ଚାରି ଯୁଗ
ଭକ୍ତଯାକ
ହୋଇଲେଣି
ବ୍ରହ୍ମଲୋକ ପୂର୍ଣ୍ଣ ତପେ ହେ
।୪।
ଜନମି
ଚାରି ଦିଗରେ
ବାଉନ
ପାଟକ ଘରେ
ରହିଲେଣି
ଠାବେ ଠାବେ ଧ୍ୟାୟି ଥୋକେ ହେ ।୫।
ଭଣେ
ଭୀମସେନ ଭୋଇ
ସକଳେ
ପାଇବେ ନାହିଁ
ସଦଜ୍ଞାନ
ମୁକ୍ତିପଦ ଗୁରୁ ମୁଖେ ହେ ।୬।
No comments:
Post a Comment