Wednesday, May 18, 2016

ଶ୍ରୀମନ୍ଦିରର ଖାଦ୍ୟ ସଂସ୍କୃତି : ଏକ ଅଭିଧାନ - ୯

ଉତ୍ସ - ଶ୍ରୀ ସୁରେନ୍ଦ୍ର ନାଥ ଦାସ କୃତ 'ଶ୍ରୀମନ୍ଦିର ଶବ୍ଦକୋଶ'



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ଏମାର କୁଡ଼ୁଆ - ଏକ ପ୍ରକାର କୁଡ଼ୁଆ, ରତ୍ନ ହାଣ୍ଡି ।

ଏମାର ରୋଷ - ଶ୍ରୀମନ୍ଦିର ରୋଷେରେ 'ଏମାରମଠ' ତରଫରୁ କରାଯାଉଥିବା ଭୋଗ ପ୍ରସାଦ ।

ଏଳା - ଅଳେଇଚ

ଓଉ - ପାଞ୍ଚଫଡ଼ାଯୁକ୍ତ ଖଟା ଫଳ ବିଶେଷ ।

ଓରିଆ - ଏକ ପ୍ରକାର ଘୃତାନ୍ନ । ଅଭଡ଼ାରେ ଘିଅ, କମଳାରସ, ଓ ଲୁଣ ଦିଆଯାଇ ପ୍ରସ୍ତୁତ ହୋଇଥିବା ଅନ୍ନ । କୋଠ ଭୋଗରେ ଯେଉଁ ଅଣଚାଳିଶିଟି ଭୋଗ ଅଛି, ତନ୍ମଧ୍ୟରୁ ଏହା ଅନ୍ୟତମ ।   

କଅଁଳପୁଳି - ଶ୍ରୀମନ୍ଦିରରେ ଭୋଗ ସକାଶେ ବଟା ବିରିରେ ନଡ଼ିଆ ଓ ମସଲା ପଡ଼ି ପ୍ରସ୍ତୁତ ହୋଇଥିବା ପିଷ୍ଟକ ବିଶେଷ ।

କଖାରୁ - ଲତାଜାତ ଖାଦ୍ୟ ଫଳ ବିଶେଷ । କୁଷ୍ମାଣ୍ଡ । କଖାରୁ ଦୁଇ ପ୍ରକାର । ବୋଇତି କଖାରୁ ଓ ପାଣି କଖାରୁ । ଉଭୟ କଖାରୁ ଶ୍ରୀମନ୍ଦିରର ରୋଷ ଘରେ ବ୍ୟବହାର କରାଯାଇଥାଏ । ବୋଇତି କଖାରୁ ତରକାରୀ ହୁଏ  ଓ ପାଣିକଖାରୁ ଆମ୍ବିଳ ପ୍ରସ୍ତୁତ କରାଯାଇ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କୁ ଲାଗି ହୋଇଥାଏ । 

No comments:

Post a Comment