ଶାଶୁମାନଙ୍କ ଉପରେ କିଛି ଓଡ଼ିଆ ଢ଼ଗ ଢ଼ମାଳୀ
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
୧
ଶାଶୁ ତମ୍ ତମ୍ ବୋହୂକୁ
ବୋହୂ ସବାଖାଇ କାହାକୁ ମାରିବ
ମାରୁଥାଏ ଚୂଲୀ ମୁହଁକୁ । (ଢ଼ଗ)
୨
ଶାଶୁ ବୋହୂ ଦୁହେଁ ଦେଉଳକୁ ଗଲେ
ଯେଝା ଶୁଭ ଯିଏ ମନାସିଲେ । (ଲୋକୋକ୍ତି)
୩
ଶାଶୁ ବୋହୂଙ୍କର ଠକର କଳି
ରାତିରେ ଖାଆନ୍ତି ବିରି ଚକୁଳି । (ଢ଼ଗ)
୪
ଶାଶୁ କାଣୀ ବୋହୂ କାଣୀ
ନଣନ୍ଦ ଆଖିରେ ଫୁଲା ।
ଘର ଚାଲିପାଖେ ବୁଲି ଅଇଲି
ନ ପାଇଲି ଚୁନା କୂଲା । (ଛଟା)
୫
ଶାଶୁର ଘର ଢ଼ମ କହିବି କେତେ
ବିଞ୍ଚଣା ପଡ଼ି ଧାନ ଶୁଖେ ଯେତେ । (ଛଟା)
ଉତ୍ସ - ଶ୍ରୀ କୁଞ୍ଜବିହାରୀ ଦାଶ କୃତ 'ଲୋକବାଣୀ ସଞ୍ଚୟନ' - ଷଷ୍ଠ ଭାଗ ।
ଉତ୍ସ - ଶ୍ରୀ କୁଞ୍ଜବିହାରୀ ଦାଶ କୃତ 'ଲୋକବାଣୀ ସଞ୍ଚୟନ' - ଷଷ୍ଠ ଭାଗ ।
No comments:
Post a Comment