"ଶିଶୁଗୀତ"
କବି - କୃଷ୍ଣମୋହନ ପଟ୍ଟନାୟକ (୧୮୭୭-୧୯୪୦)
![]() |
ସହବାଦୀମାନଙ୍କର ଚିହ୍ନ ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଘର ପୋଡ଼ିଗଲା ଆମ ସାଇରେ
ଆମ ସାଇ ପିଲା ଛୁଟିରେ ଖରେ ।
ନିଆଁ ଲିଭିଯା'ନ୍ତେ ଆସିଲେ ଫେରି
ବାଟେ ଜଣେ ଲୋକ ଦେଲା ପଚାରି -
"ପରଘରେ ସେଣେ ଲାଗିଲା ନିଆଁ
ତୁମେରେ ବାଉଳା ହୋଇଲ କିଆଁ ?"
ପିଲାଯାକ ଭାଳି କଲେ ଉତ୍ତର -
"ସହଜ କଥାଟା ବୁଝି ନ ପାର ?
ଆମର ବିପତ୍ତି ପଡ଼ିବ ଯେବେ
କିଏ କିମ୍ପା ଆଉ ଚାହିଁବ ତେବେ ।
ଜାତି-ଭାଇ ଯେବେ ହୋଇଲା ପର
କାହାକୁ ଘେନି କେ କରିବ ଘର ?
ଅସମୟେ ଯଦି ଏକୁ ଆରେକ
ଖୋଜୁଥିବ, ଥିବ ଜାତିର ଟେକ । "
ଶ୍ରୀ ମହେଶ୍ୱର ମହାନ୍ତି ସମ୍ପାଦିତ (୨୦୧୫), 'ଓଡ଼ଆ ଶିଶୁ-କିଶୋର କବିତା' (ସାହିତ୍ୟ ଏକାଡ଼େମୀ : ନୂଆଦିଲ୍ଲୀ) ରୁ ସଙ୍ଗୃହିତ ।
ଶ୍ରୀ ମହେଶ୍ୱର ମହାନ୍ତି ସମ୍ପାଦିତ (୨୦୧୫), 'ଓଡ଼ଆ ଶିଶୁ-କିଶୋର କବିତା' (ସାହିତ୍ୟ ଏକାଡ଼େମୀ : ନୂଆଦିଲ୍ଲୀ) ରୁ ସଙ୍ଗୃହିତ ।
No comments:
Post a Comment