ଶ୍ୟାମାମଣୀ ଦେବୀଙ୍କ ସହ ସାକ୍ଷାତକାର - ୭
![]() |
ଚୈତନ୍ୟ ସଙ୍କୀର୍ତ୍ତନ ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ସେଣ୍ଟର୍ ଫର୍ ହ୍ୟୁମାନ୍ ସାଇନ୍ସେସ୍ ଭୁବନେଶ୍ପର (ସଂକ୍ଷେପରେ ସେଣ୍ଟର୍) : ଆଜ୍ଞା ଆମେ ଟିକେ ଜାଣିବାକୁ ଚାହିଁବୁ କି ଗୋଟିଏ ନିର୍ଦ୍ଦିଷ୍ଟ ପରିବେଶ ଭିତରେ ଗୋଟିଏ ସାଙ୍ଗିତିକ ଧାରା ପ୍ରବାହିତ ହୁଏ ।ମୋର ପଚାରିବାର ଉପଲକ୍ଷ ହେଲା ଯେ ଆପଣ ଗୋଟିଏ ନିର୍ଦ୍ଦଷ୍ଟ ପାରିବାରିକ ପରିବେଶର ଆଧ୍ୟାତ୍ମବୋଧ ଭିତରେ ଯାହା ଗାଉଥିଲେ, ପରିବାର ଭିତରେ ଗାୟକୀର ଢ଼ଙ୍ଗ ଓ ପରମ୍ପରା କିପରି ଥିଲା ?
ଶ୍ରୀମତି
ଶ୍ୟାମାମଣି ଦେବୀ :
ପରିବାର
ଭିତରେ ଖାଲି କୀର୍ତ୍ତନ ଛଡ଼ା ଆଉ
ମୁଁ କିଛି ଗାଇନି । ବାପା ବୋଉଙ୍କ
ସହିତ ମୁଁ କେବଳ କୀର୍ତ୍ତନ ହିଁ
ଗାଉଥିଲି ।
ସେଣ୍ଟର୍ : ସେଥିରୁ
ଯଦି ଆପଣ ଆମ ପାଇଁ ଗୋଟିଏ ଯୋଡ଼ିଏ
ଗାଇ ପାରନ୍ତେ ।
ଶ୍ରୀମତି
ଶ୍ୟାମାମଣି ଦେବୀ : ସିଏ
ସକାଳୁ ସକାଳୁ ଭୋରରୁ ଗୋଟିଏ
ଗାଆନ୍ତି ,
(ଗାଇ
ଶୁଣାନ୍ତି)
- "ନିତାଇ
ଗୋଉର୍ ରାଧେ ଶ୍ୟାମ୍ ଜପ,
ହରେ
କ୍ରିଷ୍ନ ହରେ ରାମ୍,
ନିତାଇ
ଗୋଉର୍ ରାଧେ ଶ୍ୟାମ୍ ଜପ,
ହରେ
କ୍ରିଷ୍ନ ହରେ ରାମ୍"
।
ଏଇ ଗୋଟେ କୀର୍ତ୍ତନ ଗାଉଥିଲେ ।
ଏହି ପରି ଆହୁରି ଅନେକ କୀର୍ତ୍ତନ
ଗାଉଥିଲେ । ଏବେ ଆଉ ମନେ ପଡ଼ୁନି
। (ଭିନ୍ନ
ସ୍ୱରରେ ଗାଆନ୍ତି)
"ନିତାଇ
ଗୋଉର୍ ରାଧେ ଶ୍ୟାମ୍ ଜପ,
ହରେ
କ୍ରିଷ୍ନ ହରେ ରାମ୍,
ନିତାଇ
ଗୋଉର୍ ରାଧେ ଶ୍ୟାମ୍ ଜପ,
ହରେ
କ୍ରିଷ୍ନ ହରେ ରାମ୍"
।
ଏମିତି ବି ଗାଉଥିଲେ । ଆଉ ମନେ
ପଡ଼ୁନି ।
ସେଣ୍ଟର୍ : ଆପଣ
ଆମକୁ ରେଡ଼ିଓରେ ଗାଇଥିବା ଅତି
ସୁନ୍ଦର ଗୀତଟିଏ ଗାଇ ଶୁଣାଇଲେ
। ମାତ୍ର ମଞ୍ଚ ଉପରେ ଗାଇଥିବା
ଆପଣଙ୍କର ପ୍ରଥମ ଗୀତ କେଉଁଟି ।
ସେଇଟି ଆପଣ ରେଡ଼ିଓ ରେ ଗାଇଥିବା
ଗୀତ ପୂର୍ବରେ ଗାଇଥିଲେ ନା ପରେ
?
ଶ୍ରୀମତି
ଶ୍ୟାମାମଣି ଦେବୀ : ମଞ୍ଚରେ
ମୁଁ ବହୁତ ପରେ ଗାଇଲି । ପରେ ମାନେ,
ମଞ୍ଚରେ
ମୁଁ ଗାଇବା ଆରମ୍ଭ କଲି ୧୯୫୪
ମସିହାରୁ । ତା ପୂର୍ବରୁ ମୁଁ
ଷ୍ଟେଜ୍ କାର୍ଯ୍ୟକ୍ରମ କରିନି
।
ସେଣ୍ଟର୍ : ଆପଣଙ୍କର
ପ୍ରଥମ ମଞ୍ଚ କାର୍ଯ୍ୟକ୍ରମରେ
କେଉଁ ଗୀତଟି ଆପଣ ଗାଇଥିଲେ ?
ଶ୍ରୀମତି
ଶ୍ୟାମାମଣି ଦେବୀ : ଗୋଟେ
ଗାଇଥି୍ଲି ରାମଚନ୍ଦ୍ର ଭବନରେ
-
(ଗାଇ
ଶୁଣାନ୍ତି଼)
"ଜୀବଧନ
ନାହିଁ ମୋ ପାଶରେ,
ଜୀବଧନ,
କେମନ୍ତେ
ବଞ୍ଚିବି ଦିବା ରଜନୀରେ । ଜୀବଧନ
।"
ଏଇଟା
ମୁଁ ଗାଇଥିଲି । ମହତାବ ବାବୁ
ମୋତେ...
ଗୋଟେ
ନିଖିଳ ଓଡ଼ିଶୀ ପ୍ରତିଯୋଗିତା
ହେଉଥିଲା । ମହତାବ ବାବୁ ଥିଲେ,
ମୋ
ବଡ଼ବାପା,
କବିଚନ୍ଦ୍ର
କାଳୀଚରଣ ପଟ୍ଟନାୟକ ଥିଲେ ।
ସେତେବେଳେ ମୁଁ ପ୍ରଥମ ହେଇଥିଲି
। ମୋ ସାଙ୍ଗରେ ବିଷ୍ଣୁପ୍ରିୟା
ଦାଶ ହରିକା ସବୁ ଦେଇଥିଲେ । ବଡ଼
କପ୍ ଟା ଥିଲା । ମୁଁ ଟିକେ ଛୋଟ
ହାଇଟ୍ ର ଥିଲି । ମୋଟା ବି ଥିଲି
ପିଲାଦିନେ । ଏକେ ତ କଳା ଥିଲି ।
ମୋଟା ଥିଲି,
ଛୋଟ
ଥିଲି,
ସେ
କପ୍ ଟା ମୋତେ ଚାହିଁ ବଡ଼ ଥିଲା
। ସେ କପ୍ ଟା ଟେକିଲା ବେଳକୁ ମୁଁ
ପଡ଼ିଗଲି । ମହତାବ୍ ବାବୁ ମୋତେ
ଧରିଲେ । ଆଉ କହିଲେ କି,
"ଓ
ସିଂଘାରିଏ ତମେ କଅଣ ଗୋଟେ ଛୁଆଟାକୁ
ଗୀତ ଶିଖଉଛ,
ସେ
ତ କପ ଟେକି ପାରୁନି । ସେ ଗୀତ କଅଣ
ଗାଇବ !"
(ହସନ୍ତି)
।
ମୋର ଏବେ ବି ମନେ ଅଛି ମହତାବ ବାବୁ
ସବୁବେଳେ ସେ କଥା କହନ୍ତି -
"ତୁଟା
କପ୍ ଟେକି ପାରୁନୁ । ତୁ ସଙ୍ଗୀତ
କଅଣ କରିବୁ ।"
ମତେ
ଏମିତି କହୁଥିଲେ । ତା ପରେ ମୁଁ
ଟିକେ ଡେଙ୍ଗା ହେଲି । କିନ୍ତୁ
ମୋ ହାଇଟ୍ କମ୍ ଥିଲା ଆଉ ମୁଁ ଆହୁରି
କଳା ଥିଲି । ତେଣୁ ମୋତେ କାଳିକା
ବୋଲି ବି ଡାକୁଥି୍ଲେ । କେହି କେହି
କାଳିକା ଡାକିଲେ ମୁଁ ଭାରି ରାଗେ
। ଛୁଆଦିନେ ରାଗିଯାଏ । (ହସନ୍ତି)
ଗୋଟେ
କଅଣ ପ୍ରାର୍ଥନା କରୁଥିବି ଅନ୍ଧାରରେ
ବସିକି । ଭାଇ ଯିବେ,
ମୋ
ଦେହରେ ଏମିତି ଗୋଡ଼ଫୋଡ଼ ବାଜିଯିବ
। କହିବେ,
"ଏଠି
ବସିଚି ଯେ ଦେଖାଯାଉନି । ମୁଁ ଏଇନେ
ମାଡ଼ି ପକେଇଥାଆନ୍ତି"
।
(ହସନ୍ତି)
ମୋତେ
ଏମିତି ବି ଥଟ୍ଟା କରୁଥିଲେ ।
ମୁଁ,
ମାନେ
କଅଣ କହିବି । ମୋର ଗୋଟେ । ମାନେ
କେମିତି କହିବି । ଗୁଡ଼ାଏ କମ୍ପ୍ଲେକ୍ସ୍
ଭିତରେ ମୁଁ ନିଜକୁ ସେଟେଲ୍ କରିବାକୁ
ଚେଷ୍ଟା କରିଛି । ମାନେ ଦେଖନ୍ତୁ
(ଆଙ୍ଗୁଠିରେ
ନିର୍ଦ୍ଦେଶ କରି,
କାନ୍ଥରେ
ଥିବା ପାରିବାରିକ ଫଟୋକୁ ଦେଖାନ୍ତି)
ଏଠି
ତ ମୋ ପରିବାରର ସମସ୍ତେ ଅଛନ୍ତି
। ପାଞ୍ଚ ଭାଇ ଭଉଣୀ । ସେପଟେ ବାପା
ବୋଉ । ମୋ ଭାଇ ଭଉଣୀ
ସମସ୍ତେ ବେଶ ଗୋରା ଭଲ ଦେଖିବାକୁ
। ମୁଁ କଳା । ମୋ ବାପାଙ୍କ ଭଳିଆ
। ମୋ ବୋଉ ସେଠି ଅଛନ୍ତି । ବୋଉଙ୍କ
ଭଲିଆ ସେମାନେ ସବୁ । ଥରେ ବଡ଼ବାପା,
କାଳୀ
ବଡ଼ବାପାଙ୍କ ଭଳିଆ ଲୋକ । ଥରେ
ଯାଇଥିଲି ତାଙ୍କ ଘରକୁ । ବୋଉ ବି
ସାଙ୍ଗରେ ଯାଇଥିଲେ । ବାକି ସବୁ
ତ ଭାଇ ଭଉଣୀ ଏମିତି । ଏଇଟା କଅଣ
ମହାନଦୀରେ ଭାସି ଯାଉଥିଲା ଗୋଟେଇ
ଆଣିଥିଲୁ କି । ମୋତେ ଏଇଟା ଭାରି
ବାଧିଥିଲା । ମୁଁ କହିଲି ବୋଉ ତମେ
ଆପତ୍ତି କରିପାରିଲନି । ସେ କଅଣ
ଏମିତି କହିଲେ,
ଗୋଟେଇ
ଆଣିଛକି ବୋଲି । ବୋଉ କହିଲେ,
"ସେ
କହିଲେ କହିଲେ ଥଟ୍ଟାରେ କହିଲେ
। ଗୁରୁଜନ ଲୋକ । ତୁ କାହିଁକି
ଧରୁଛୁ ।"
ବୋଉ
ମୋତେ ବୁଝେଇଲେ । ମାତ୍ର ସେହି
ବାକ୍ୟଟି ମୋ ମନରେ ବହୁତ ଦୁଃଖ
ଦେଇଥିଲା । ଏକେ ତ ଛୁଆ ଦିନୁଁ ତ
ସେଇ କମ୍ଲେକ୍ସ୍ ଟା ମୋର ଥିଲା ।
ସେତେବେଳେ ବି ମୋର ମୋର ଥିଲା ।
ତା ସହିତ ମୋର ଦୃଢ଼ନିଶ୍ଚୟ ଆହୁରି
ବଢ଼ିଗଲା । ଯେ ମୁଁ କେମିତି ମୁ
ପରିଶ୍ରମ କରିବି । କେମିତି କିଛି
କରି ସେଟେଲ୍ ହେବି । ଯାହା ଫଳରେ
ମୋର ଏଇ ହିନମନ୍ୟତାଟା ଯିବ ।
ଏମିତି ଗୋଟେ ଚିନ୍ତାଧାରା ମୋ
ମନରେ ଛୁଆଦିନୁ ଆସିଲା ।
No comments:
Post a Comment