Sunday, May 22, 2016

ପାଲି ଧମ୍ମପଦର ଓଡ଼ିଆ  ପଦ୍ୟାନୁବାଦ 



୧ ଯମକ ବଗ୍ଗ


୧. ମନୋପୁଦ୍ଦଙ୍ଗମା ଧମ୍ମା ମନୋସେଟ୍ଠା ମନୋମୟା ।
ମନସା ଚେ ପଦୁଟ୍ଠେନ ଭାସତି ବା କରୋତି ବା ।
ତତୋ'ନଂ ଦୁକ୍ଖମନ୍ୱେତି ଚକ୍କଂ ବ ବହତୋ ପଦଂ ।୧।

ଓଡ଼ିଆ ପଦ୍ୟାନୁବାଦ  


ସମସ୍ତ ଧର୍ମର ମୂଳ ମନ ବୋଲି ଜାଣ ।
ସେହି ମାନଙ୍କ ମଧ୍ୟରେ ମନ ହିଁ ପ୍ରଧାନ ।।

ପ୍ରଦୂଷିତ ମନେ ଯାହା କୃତ ଓ କଥିତ । 
ତହିଁରୁ ଦୁଃଖ ହୁଅଇ ନିଶ୍ଚିତ ଯେ ଜାତ ।।

ଧୁର୍ଯ୍ୟ ଶକଟର ଚକ ଅନୁସରି ଗମେ 
ଦୁଃଖ  ସେପରି ଅନୁସରେ ଆବିଳ ମନେ ।।

No comments:

Post a Comment