ଶ୍ରୀମନ୍ଦିରର ଖାଦ୍ୟ ସଂସ୍କୃତି : ଏକ ଅଭିଧାନ - ୮
ଉତ୍ସ - ଶ୍ରୀ ସୁରେନ୍ଦ୍ର ନାଥ ଦାସ କୃତ 'ଶ୍ରୀମନ୍ଦିର ଶବ୍ଦକୋଶ'
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଉପନ୍ନା - ଶର୍କାରା, ଚିନି, ମିଠାଦ୍ରବ୍ୟ ।
ଉପନଭୋଗ - ଏକ ମିଷ୍ଟାନ୍ନ ଭୋଗ, ଯାହାକି ଶ୍ରୀମନ୍ଦିରରେ ଠାକୁରଙ୍କୁ ଲାଗି ହୁଏ ।
ଉପାଧି ଭୋଗ - ଶ୍ରୀମନ୍ଦିରରେ ଦୈନିକ ନିର୍ଦ୍ଧାରିତ ଭୋଗ ଅପେକ୍ଷା ଅତିରିକ୍ତ ଭୋଗ । ଯଜମାନୀ ଭୋଗ ।
ଉପାସ - ଅନାହାର, ଅନଶନ, ଓଷା, ବ୍ରତାନୁଷ୍ଠାନ। ଗୋଟିଏ ଦିନର ସୂର୍ଯ୍ୟୋଦୟରୁ ପରଦିନ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଅନାହାର ରହିବା ।
ଊଖଳ - ଧାନ କୁଟିବା ପାତ୍ର, ଢ଼ିଙ୍କି ଭରାଣ୍ଡି ।
ଏକବର୍ଣ୍ଣୀ - ଶ୍ରୀମନ୍ଦିରରେ ଶ୍ରୀ ଜୀଉଙ୍କର ଏକପ୍ରକାର ସଙ୍ଖୁଡ଼ି ଭୋଗ ବିଶେଷ । ପନିପରିବା, ଫୁଟଣ ଇତ୍ୟାଦି ପଡ଼ି ପ୍ରସ୍ତୁତ କରାଯାଉଥିବା ଘୃତପକ୍ୱ ଅନ୍ନ । ଏହା ଶ୍ରୀଜୀଉଙ୍କୁ ଭୋଗରୂପେ ଅର୍ପଣ କରାଯାଏ ।
ଏଣ୍ଡୁରି - ଏକ ପ୍ରକାର ପିଷ୍ଟକ ବିଶେଷ । ବିରି ଓ ଚାଉଳ ବଟା ଦ୍ୱାରା ଅଥାରରେ ସିଝାଇ ଏହି ପିଠା ପ୍ରସ୍ତୁତ କରାଯାଏ । ମାର୍ଗଶିର କୃଷ୍ଣ ଅଷ୍ଟମୀକୁ ପ୍ରଥମାଷ୍ଟମୀ କୁହାଯାଏ । ଏହିଦିନ ଓଡ଼ିଶାର ଘରେ ଘରେ ଜ୍ୟେଷ୍ଠ ସନ୍ତାନକୁ ସମ୍ମାନ ଦେବା ଅର୍ଥେ ପ୍ରଥମାଷ୍ଟମୀ ପାଳିତ ହୁଏ ଓ ଏହି ଅଷ୍ଟମୀରେ ଏଣ୍ଡୁରୀ ବିଶେଷତଃ ପ୍ରସ୍ତୁତ କରି ଘରେ ଖାଇବା ସହିତ ବନ୍ଧୁବାନ୍ଧବରେ ବଣ୍ଟନ କରାଯାଏ । ଏହି ଦିନ ଶ୍ରୀଜଗନ୍ନାଥଙ୍କ ଧୂପରେ ଏଣ୍ଡୁରି ପିଠା ପ୍ରସାଦ ରୂପେ ପୂଜା କରାଯାଏ ।
No comments:
Post a Comment