ଫକୀର ମୋହନଙ୍କର କିଛି ଗଡ଼ଜାତିଆ ଶବ୍ଦ - ୫
ଶ୍ରୀ ଫକୀରମୋହନ ସେନାପତି କୃତ ପ୍ରବନ୍ଧ 'ଆଳିମାଲିକା' ରୁ ସଂଗୃହୀତ
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଶୂଳେଇ, ଝଗଡ଼ା, ବରଡ଼ା - ବହିର୍ଦେଶ ଯିବା ।
ବିଡ଼ିଆ - ଭଙ୍ଗା ବା ସଜଡ଼ା ପାନ ।
ପନିଆର - କ୍ଷୌର ହେବା ।
ମଙ୍ଗଳକୃତ୍ୟ - ବିବାହ ।
ଦୁର୍ବଳ - ମୃତ୍ୟୁ ବା ମୃତାଶୌଚ ।
ମର୍ଦ୍ଦନ - ତେଲ ଲଗାଇବା ।
ଘୋରା - ଔଷଧ; ବଟିକା ଘୋରି ବ୍ୟବହାର କରନ୍ତି । ଗଡ଼ଜାତରେ ବଟିକାର ବିଶେଷ ପ୍ରଚଳନ । କଥା କଥାକେ ବୈଦ୍ୟଙ୍କ ବଟୁଆରୁ ବା ଚାଦର କାନିରୁ ବଟିକା ବାହାରେ । ଏତେ ବହୁଳ ପ୍ରଚଳନ ଯେ ମୁଗଲ ବନ୍ଦିଆଙ୍କର ଦେଖି ହୃତ୍କମ୍ପ ହୁଏ । ବୋଧେହୁଏ ଏହି ହେତୁରୁ ଔଷଧର ସାଧାରଣ ନାମ ଘୋରା ।
No comments:
Post a Comment