Wednesday, May 11, 2016

ଶ୍ୟାମାମଣୀ ଦେବୀଙ୍କ ସହ ସାକ୍ଷାତକାର - ୬


ଖଞ୍ଜଣି
ଫଟୋ କ୍ରେଡ଼ିଟ୍ - http://www.europeana.eu/portal/

ସେଣ୍ଟର୍ ଫର୍ ହ୍ୟୁମାନ୍ ସାଇନ୍ସେସ୍ ଭୁବନେଶ୍ପର (ସଂକ୍ଷେପରେ ସେଣ୍ଟର୍) : ମୋତେ ଗୋଟେ ଜିନିଷ ଆଶ୍ଚର୍ଯ୍ୟ ଲାଗିଲା ଶୁଣିକି ଯେ ଆପଣଙ୍କର ଭଉଣୀ ଖୋଳ ବଜଉଥିଲେ । ବର୍ତ୍ତମାନ ମଧ୍ୟ ଓଡ଼ିଶାରେ ସ୍ତ୍ରୀଲୋକ ଖୋଳ ବଜଉଥିବା ପାଇବା କଷ୍ଟକର । 

ଶ୍ରୀମତି ଶ୍ୟାମାମଣି ଦେବୀ : ନା ଏବେ ବଜେଇଲେଣି । ଏଇ ମହିଳା ପାଲା ଗାୟକମାନେ ଯେଉଁ ଦଳରେ ଅଛନ୍ତି ତାଙ୍କ ମଧ୍ୟରୁ କେହି କେହି ବଜଉଛନ୍ତି ।  କିନ୍ତୁ ମୋ ଭଉଣୀ ବହୁତ ଭଲ ବଜଉଥିଲା । ଘରେ କୀର୍ତ୍ତନ ହୁଏ ତ । ସେ ଖୋଳ ବଜାଏ । ତା ସାଙ୍ଗରେ ଆମେ ଗାଉ । 

ସେଣ୍ଟର୍ : କିନ୍ତୁ ପ୍ରଫେସନାଲି ସେ କେବେ ଆଉ... 

ଶ୍ରୀମତି ଶ୍ୟାମାମଣି ଦେବୀ : କିନ୍ତୁ କୀର୍ତ୍ତନଟା ସେବେ ବଙ୍ଗାଳୀରେ ହେଉଥିଲା । ଯେଉଁ କୀର୍ତ୍ତନ ହେଉଥିଲା - 'ନିତାଇ ଗଉର ରାଧେ ଶ୍ୟାମ୍ । ହରେ କୃଷ୍ଣ ହରେ ରାମ୍' କରୁଥିଲେ । କିନ୍ତୁ ଯେଉଁ ଅଷ୍ଟ ପ୍ରହରୀ, ଚବିଶ ପ୍ରହରୀ ହେଉଥିଲା, ସେଥିରେ ବଙ୍ଗାଳୀ କୀର୍ତ୍ତନ କରୁଥିଲେ । କାରଣ ତା' ପରେ କାଳୀ ବଡ଼ବାପା ବୋଧେ ହୁଏ ଯୋଡ଼ିଏ ଚାରୋଟି ଓଡ଼ିଆ କୀର୍ତ୍ତନ ଲେଖିଛନ୍ତି । ନହେଲେ ବାକି ସବୁ ବଙ୍ଗଳା କୀର୍ତ୍ତନ । କୀର୍ତ୍ତନର ଓଡ଼ିଆ ଏ ପର୍ଯ୍ୟନ୍ତ ମଧ୍ୟ ଆଉ କିଛି ପ୍ରାୟ ନାହିଁ । 

ସେଣ୍ଟର୍ : ତେଣୁ ଗୋଟେ ପ୍ରଶ୍ନ ଉଠେ କାହିଁକି । ଆପଣ କହୁଥିଲେ ପିଲାବେଳେ ଆପଣଙ୍କ ପରିବାରରେ ଗୋଟେ ସାଙ୍ଗୀତିକ ବାତାବରଣ ଥିଲା । କୀର୍ତ୍ତନ ତଥା ଅନ୍ୟ ସଙ୍ଗୀତର ଚର୍ଚ୍ଚା ହେଉଥିଲା । ଘରେ, ପରିବାର ଭିତରେ ସମସ୍ତେ ଗାଉଥିଲେ ଏବଂ ବଜାଉଥିଲେ । ଆପଣ ପିଲାବେଳେ ଯାହା କିଛି ଗାଉଥିଲେ କିମ୍ବା ଶୁଣୁଥିଲେ (ପରିବାର ଭିତରେ), ଯଦି ଆପଣ ତାହା ଟିକିଏ ଆମମାନଙ୍କ ପାଇଁ ଗାଇ ପାରନ୍ତେ ତାହାହେଲେ ବହୁତ ଭଲ ହୁଅନ୍ତା ।  

ଶ୍ରୀମତି ଶ୍ୟାମାମଣି ଦେବୀ : ସେତେବେଳେ ସେଇ ଯେଉଁସବୁ ଗୀତ ଆମେମାନେ ଗାଉଥିଲୁ.. (ସେଥିରୁ ଗୋଟିଏ ଗାଇ ଶୁଣାଇଲେ) ।

ଦାଣ୍ଡରେ ଶୁଭିଲା ରାମ କୃଷ୍ଣ ବେନି ଭାଇ । ଏଇ ଗୀତଟା ଏହି ପରି ସ୍ୱରଥିଲା । ତା ପରେ ପରବର୍ତ୍ତୀ ଅବସ୍ଥାରେ.. .ସେତେବେଳେ ସେଇଆ ଥିଲା । ତ ପରେ ଏବା ତାକ ୁ ବଦଳା ଯାଇଛି । (ପରିବର୍ତ୍ତିତ ସ୍ୱରରେ ଗାଆନ୍ତି ) - "ଦାଣ୍ଡରେ ଶୁଭିଲା ରାମ କୃଷ୍ଣ ବେନି ଭାଇ / ଅକୃର ଆସିଛି ତାଙ୍କୁ ଧରିନେବା ପାଇଁ । ରାଜା ପରଜା ସହିତେ ସଜ ହୋଇ ଥାଅ କାଲି ଚଳିବାର ବାଟେ, ରାଜା ପରଜା ସହିତେ" । [ଗାୟନ ଶେଷ]ଏବେ ତାକୁ ଆଉଟିକେ ପରିବର୍ତ୍ତିତ କରିକି ମୋ ସ୍ୱର୍ଗତ ଗୁ୍ରୁ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଏହି ସ୍ୱର କରିଛନ୍ତି । ଏବଂ ବର୍ତ୍ତମାନ ଏହି ସ୍ୱର ପ୍ରଚଳିତ ଅଛି । ସେତେବେଳେ - 'ବୋଇତ ଲାଗିଲା ଯାଇ' (ଗାଆନ୍ତି) - ଯେଉଁ ଚଉଦ ଅକ୍ଷରୀ ବୃତ୍ତ ଥିଲା, ସେତେବେଳେ ସେଇଆ ହିଁ ଗାଉଥିଲେ । 

ସେଣ୍ଟର୍ : ଯଦି ଆପଣ ପୂର୍ବ ପ୍ରଚଳିତ ସ୍ୱରରେ କିଛି ଗାଆନ୍ତି ତାହାହେଲେ ଆମର ସେ ବିଷୟରେ କିଛି ଧାରଣା ହୁଅନ୍ତା । 

ଶ୍ରୀମତି ଶ୍ୟାମାମଣି ଦେବୀ : ସେତେବେଳେ ଦେଖନ୍ତୁ କେତେକ ଗୁଡ଼ିଏ ଚଉପଦୀର - (ଗାଆନ୍ତି) "କହଇ ମନ ଆରେ ମୋ ବୋଲ କର ଆରେ ମୋ ବୋଲ କର । କଳା ଶ୍ରୀମୁଖ ବାରେ ଦେଖିବା ଚାଲରେ" ।  ସେତେବେଳେ ଏମିତିଆ ଗାଉଥିଲେ । ଏବେ ଏପରି ଗାଉଛନ୍ତି । ('କହଇ ମନ ଆରେ' କୁ ନୂତନ, ପରିବର୍ତ୍ତିତ ସ୍ୱରରେ ଗାଆନ୍ତି) । ଏବେ ଆକୁ ସ୍ୱର ବଦଳା ହେଇଚି । ସେମିତି ଏମିତି କିଛି ଗୀତ ଥିଲା ଯାହାକୁ ଏବେ ଧୀରେ ଧୀରେ ପରିବର୍ତ୍ତନ କରା ହୋଇକି.. ସେମାନେ ସେତେବେଳେ ସେ ରକମର କରୁଥିଲେ, ତାହାର କାରଣ ଅଲଗା ଥିଲା । କାରଣ ତାଙ୍କର ସେଇ ଖଞ୍ଜଣି ହେଲା ବା ମୃଦଙ୍ଗ ହେଲା, ସେ ପ୍ରକାରର ରିଦମ୍ ରେ ତାଙ୍କୁ ସୁବିଧା ହେଉଥିଲା । କିନ୍ତୁ ବର୍ତ୍ତମାନ ଆମେ ତାକୁ ଯେତେବେଳେ ତବଲାରେ, ମର୍ଦ୍ଦଳରେ, ଗାଇବା ଆରମ୍ଭ କଲୁ, ସେତେବେଳେ ଆମେ ତାକୁ ଅନ୍ୟ ତାଳକୁ ଆଣିଲୁ । ତାକୁ ଆଉ ଟିକିଏ ବଢ଼େଇବାକୁ ଚେଷ୍ଟା କଲୁ । କିନ୍ତୁ ମୋର ଏବେ ବି ସେଇ ପୁରୁଣା ସ୍ୱର... ଧରନ୍ତୁ ସେତେବେଳେ ଆମର ଯେଉଁ ଥିଲା -"ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ କରେ ସୁରବର ତାପ ଚାରୁଧାରା ସେ" -  ଏଇ ସ୍ୱର ‌ଥି୍ଲା । ଏବେ କଅଣ କରୁଛନ୍ତି, ('ବିତଳକୁ ଆଲିଙ୍ଗନ' କୁ ନୂତନ, ପରିବର୍ତ୍ତିତ ସ୍ୱରରେ ଗାଆନ୍ତି) । ଅବିକା ପରିବର୍ତ୍ତନ କରାଯାଇଛି ଟିକେ । କିନ୍ତୁ ସେଇଟା ପାରମ୍ପରିକ ସ୍ୱର ଥିଲା । ଏମିତି କିଛି ଗୀତ ଅଛି ଯେଉଁଗୁଡ଼ିକ ସେତେବେଳେ ଗାଉଥିଲେ । କେତେଗୁଡ଼ିଏ ଗୀତର ସ୍ୱର ସେତେବେଳେ ଯାହା ଥିଲା, ଏବେ ବି ସେଇଆ ଅଛି । ଯେମିତି (ଗାଇକରି ଶୁଣାନ୍ତି), "ବଡ଼ ମାୟାବୀ ଜୀବ ନୁହେଁ କାହାରି" । ଯଶୋବନ୍ତଙ୍କର । ସେ ଗୀତ ସେତେବେଳେ ଖଞ୍ଜଣୀରେ ଯେମିତି ଗାଉଥିଲେ, ଏବେ ବି ସେମିତି ଗାଉଛନ୍ତି । 

No comments:

Post a Comment