ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ପ୍ରଥମ ଅଧ୍ୟାୟ
ପ୍ରଥମ ବଲ୍ଲୀ
![]() |
ନଚିକେତାଙ୍କ ସହ ଯମ ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ମନ୍ତ୍ର ୧
ଥିଲେ ୠଷି ଉଦ୍ଦାଳକ ପୁରାଣ ପ୍ରଧାନ ।
ବାଜସ୍ରବା ତାଙ୍କ ବଂଶେ ସୁଯୋଗ୍ୟ ସନ୍ତାନ ।।
ସ୍ୱର୍ଗଲାଭ ଆଶେ କଲେ ଇନ୍ଦ୍ରଜିତ ଯାଗ ।
ଧନ ଦାନେ ସର୍ବସ୍ୱାନ୍ତ ହେଲେ ମହାଭାଗ ।।
ବିଚକ୍ଷଣ ନଚିକେତା ଥିଲେ ତାଙ୍କ ସୁତ ।
ବାଳକାଳୁ ତାଙ୍କ ମନ ସଦା ଶୁଦ୍ଧ ପୂତ । (ନ.ଉ। ୧।୧।୧)।
ମନ୍ତ୍ର ୨
ଦେଉଥିଲେ ପିତା ଯେବେ ବୃଦ୍ଧା ଗାଭୀ ଦାନ ।
ଦେଖି ଦୁଃଖ ଅବସନ୍ନ ନଚିକେତା ପ୍ରାଣ ।(ନ.ଉ। ୧।୧।୧)।
ମନ୍ତ୍ର ୩
ମର୍ମ୍ମେବ୍ୟଥା ପାଇ ମନେ କଲେ ସେ ବିଚାର ।
ଏଭଳି ଗୋଦାନେ ଆନ କିବା ଉପକାର ।।
ଏ ସକଳ ଗୋରୁ ଆହା ଜୀର୍ଣ୍ଣ କ୍ଷୀଣ ଅତି ।
ପାଇଛି ଇନ୍ଦ୍ରିୟ ଲୋପ, ଯାଇଛି ଶକତି ।।
ପିଇଛନ୍ତି ଶେଷ ଢୋକ ଚିରଦିନ ପାଇଁ ।
ଖାଇଛନ୍ତି ଶେଷ ଘାସ ପୁଳା ଏହୁ ଗାଈ ।।
ଦୁଧ ଦେବା ଲାଗି ଆଉ ନାହିଁ ଦେହେ ବଳ ।
ଏ ଗୋଦାନେ ଦୁଃଖମୟ ଲୋକ ସିନା ଫଳ ।(ନ.ଉ। ୧।୧।୧)।
No comments:
Post a Comment