Thursday, May 05, 2016

ପରକୀୟା ଉପରେ କିଛି ଓଡ଼ିଆ ଢ଼ଗ ଢ଼ମାଳୀ 

ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ଶଶୁର ଖରକୁ ଜୋଇଁ ଯାଇଥିଲା
ଚାଷ କରିଥିଲା ମାଣେ
ଶଳା ଭାଉଜକୁ ଦୋକତା ମାଗିଲା 
ଛାଞ୍ଚୁଣି ପିଟିଲା ପଣେ । 


ଶାଗ ବୁଣିଗଲି କିଆରି କିଆରି
ଶାଗରେ ପଡ଼ିଛି କାକର
ତୋହରି ପରିକା 
ଛଅଟା ଭେଣ୍ଡିଆ
ମୁଁ ରଖିଅଛି ଚାକର ।
ବେଶ୍ ବେଶ୍ ।
(ତଥାକଥିତ ପ୍ରେମିକ ପ୍ରତି ସ୍ତ୍ରୀର ବ୍ୟଙ୍ଗ)


ଶଶୁର ଘର ସୁନ୍ଦର,
ଶାଳୀ ଥିଲେ ସୁନ୍ଦରୀ । 


ଶାରୀ ମନ ବନେ
ଦାରୀ ମନ ଧନେ
ପାଶରୁ ଅନ୍ତର ହେଲେ
ବାରି ଦିଅନ୍ତି ଭିନ୍ନେ ।



ଶିମ ଲଟା କଲି ପଘା
ନୂଆ ପୀରତିରେ ଦେଉଚ ଦଗା
କରିବି କତରାଲଗା । 

ଉତ୍ସ - ଶ୍ରୀ କୁଞ୍ଜବିହାରୀ ଦାଶ କୃତ 'ଲୋକବାଣୀ ସଞ୍ଚୟନ' - ଷଷ୍ଠ ଭାଗ ।

No comments:

Post a Comment