ତିନୋଟି ଦନାଇ ବଚନ
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
୧
ଶୀତ ପାହାନ୍ତିରେ ପରିସ୍ରା ଜକା
କଅଁଳା ପୁଅ ଯଦି ପାରେ ଡକା
ରାନ୍ଧୁଣୀ ନାକରୁ ବହେ ଭଡ଼କା
ରୋଗୀପାଖ ଲୋକ ନୁହେଁ କଡ଼କା
ମାଦଳ କିରଣ ହେଲେ ଚଡ଼କା
ରଙ୍କୁଣୀର ଯେଉଁ କ୍ଷିରୀ ସୋଡ଼କା
ବୋଲେ ଦନାଇ ଏ ଲାହି ତଡ଼କା ।
୨
ଶୀତରେ ଦାନ୍ତ ବାଜେ ଠାଇ ଠାଇ
ଗ୍ରହଣ ବେଳେ ହଜିଲେ ଗାଈ
ଶତ୍ରୁଙ୍କ ସଙ୍ଗରେ ମିଳିଲେ ଭାଇ
ବାନ୍ତି କରେ ଯେହୁ ଆକଣ୍ଠେ ଖାଇ
ଖାଇଲା ବେଳକୁ ଲେଉଟେ ଛାଇ
କନିଆଁ ମାଇପ ହୋଇଲେ ବାଇ
ଗାରଡ଼କୁ ବୋଲେ ଯେ ଢ଼ାଇ ଢ଼ାଇ
ଦେଖିଲେ ଦନାଇ ଚମକେ ନାହିଁ ।
୩
ଶିରୀ ପଞ୍ଚମୀରେ ପୁଅ
କୁମାର ପୂର୍ଣ୍ଣମୀ ଝିଅ
ଚଇତ ମାସରେ ପାଟୁଆ
ଫଗୁଣ ଦୋଳର ନାଟୁଆ
ଚୋର ଧରାବେଳେ ଛାଟିଆ
ପୋଖରୀ ଖୋଳାରେ ମାଟିଆ
ପୁଷ ମାସରେ ହାଟୁଆ
ନଈ ବଢ଼ିଲେ ଘାଟିଆ
ଆଦର ପାଆନ୍ତି ବୋଲେ ଦନାଇ ଛୋଟିଆ ।
ଉତ୍ସ - ଶ୍ରୀ କୁଞ୍ଜବିହାରୀ ଦାଶ କୃତ 'ଲୋକବାଣୀ ସଞ୍ଚୟନ' - ଷଷ୍ଠ ଭାଗ ।
ଆଦର ପାଆନ୍ତି ବୋଲେ ଦନାଇ ଛୋଟିଆ ।
ଉତ୍ସ - ଶ୍ରୀ କୁଞ୍ଜବିହାରୀ ଦାଶ କୃତ 'ଲୋକବାଣୀ ସଞ୍ଚୟନ' - ଷଷ୍ଠ ଭାଗ ।
No comments:
Post a Comment