ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ
ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୧୬ - ୨୧
ଅନୁବାଦକ - ଉତ୍କଳବ୍ୟାସ ଶ୍ରୀ ଫକୀରମୋହନ ସେନାପତି
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
କିଂ କର୍ମ କିମକର୍ମେତି କବୟୋଽପ୍ୟତ୍ର ମୋହିତାଃ ।
ତତ୍ତେ କର୍ମ ପ୍ରବକ୍ଷ୍ୟାମି ୟଜ୍ ଜ୍ଞାତ୍ୱା ମୋକ୍ଷ୍ୟ ସେଽଶୁଭାତ୍ ।୧୬।
ବିବେକିଗଣ ଏ ସଂସାରେ । କର୍ମ ଅକର୍ମ ବିଷୟରେ ।।
ହୋଇଣ ଅଛନ୍ତି ମୋହିତ । ତେଣୁ ବୋଲୁଛୁଁ ଆହେ ପାର୍ଥ ।।
ଯେ କଥା ତୁମ୍ଭେ ଜ୍ଞାତ ହୋଇ । ସଂସାରୁ ଯିବ ମୁକ୍ତ ହୋଇ ।।
ସେ କଥା କରୁଛୁଁ ବର୍ଣ୍ଣନ । ଏବେ ହୋ ମନ ଦେଇ ଶୁଣ ।୧୬।
କର୍ମଣୋହ୍ୟପି ବୋଦ୍ଧବ୍ୟଂ ବୋଦ୍ଧବ୍ୟଞ୍ଚ ବିକର୍ମ୍ମଣଃ ।
ଅକର୍ମଣଶ୍ଚ ବୋଦ୍ଧବ୍ୟଂ ଗହନା କର୍ମଣୋଗତିଃ ।୧୭।
ବିହିତ ଅବିହିତ କର୍ମ । ପୁଣି ଯେପରି ତ୍ୟାଗ କର୍ମ ।।
ଏ ତିନି ତତ୍ତ୍ୱେ ଦିଅ ମତି । ଦୂରବଗାହ କର୍ମଗତି ।୧୭।
କର୍ମଣକର୍ମ୍ମ ୟଃ ପଶ୍ୟେଦକର୍ମ୍ମଣି ଚ କର୍ମ ୟଃ ।
ସ ବୁଦ୍ଦିମାନ୍ ମନୁଷ୍ୟେଷୁ ସ ୟୁକ୍ତଃ କୃତ୍ସ୍ନକର୍ମକୃତ୍ ।୧୮।
କର୍ମେ ହେଁ ଥିଲେ ବର୍ତ୍ତମାନ । ନିଜକୁ ବୁଝେ କର୍ମହୀନ ।।
ଅଥବା ହୋଇ କର୍ମଚ୍ୟୁତ । ନିଜକୁ ବୁଝେ କର୍ମଯୁକ୍ତ ।।
ସେ ଲୋକ ଅଟେ ବୁଦ୍ଧିମାନ । ପୁଣି ସେ ଯୋଗୀ ସାବଧାନ ।୧୮।
ୟସ୍ୟ ସର୍ବେ ସମାରମ୍ଭାଃ କାମସଂକଳ୍ପ ବର୍ଜିତାଃ ।
ଜ୍ଞାନାଗ୍ନି ଦଗ୍ଧ କର୍ମ୍ମାଣଂ ତମାହୁଃ ପଣ୍ଡିତଂ ବୁଧାଃ ।୧୯।
ଯେ ଲୋକର କର୍ମ କାମ ସଂକଳ୍ପ-ବର୍ଜିତ । ଜ୍ଞାନୀଙ୍କ ମଧ୍ୟରେ ସେହି ଯଥାର୍ଥ ପଣ୍ଡିତ ।।
ସେ ଲୋକ ଯେତେକ କର୍ମମାନ ଆଚରଇ । ଜ୍ଞାନବହ୍ନି ଦ୍ୱାରା ସର୍ବଯାଏ ଦଗ୍ଧ ହୋଇ ।୧୯।
ତ୍ୟକ୍ତ୍ୱା କର୍ମଫଳାସଙ୍ଗମ୍ ନିତ୍ୟତୃପ୍ତୋ ନିରାଶ୍ରୟଃ ।
କର୍ମ୍ମଣ୍ୟଭିପ୍ରବୃତ୍ତୋଽପି ନୈବ କିଞ୍ଚିତ୍ କରୋତି ସଃ ।୨୦।
କର୍ମଫଳରେ ଅନୁରାଗ । ଯେ କରି ଯତ୍ନେ ପରିତ୍ୟାଗ ।।
ମନକୁ ପରିତୃପ୍ତ କରି । ଆଶ୍ରୟ ନ ଘେନି କାହାରି ।।
ହେଲେ ହେଁ କର୍ମରେ ପ୍ରବୃତ୍ତ । ହୁଅନ୍ତି ନାହିଁ କର୍ମଯୁକ୍ତ ।୨୦।
ନିରାଶୀର୍ୟତଚିତ୍ତାତ୍ମା ତ୍ୟକ୍ତସର୍ବପରିଗ୍ରହଃ ।
ଶରୀରଂ କେବଳଂ କର୍ମ କୁର୍ବନ୍ନାପ୍ନୋତି କିଳ୍ୱିଷମ୍ ।୨୧।
ଅଭିଳାଷ ପରିଗ୍ରହ ଯେବା ତ୍ୟାଗ କରେ । ଯାହା ଆତ୍ମା ମନ ଶୁଦ୍ଧି ଥାଏ ନିରନ୍ତରେ ।।
ଦେହ ଯୋଗେ କଲେ ମଧ୍ୟ କର୍ମ ଅନୁଷ୍ଠାନ । କେଭେ ପାପ ଭାଗୀହୁଏ ନାହିଁ ସେହି ଜନ ।୨୧।
No comments:
Post a Comment