Friday, May 06, 2016

ପିଲାଙ୍କ ଗୀତ - 'ବେଙ୍ଗୁଲୀ ବେଙ୍ଗୁଲୀ ପାଣି ଦଉଁ'


ଗୋପାଳଚନ୍ଦ୍ର ପ୍ରହରାଜ (୧୮୭୪-୧୯୪୫)


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ବେଙ୍ଗୁଲୀ ବେଙ୍ଗୁଲୀ ପାଣି ଦଉଁ
ନଇବଢ଼ି କରି ଭସାଇ ଦଉଁ ।
ବେଙ୍ଗୁଲି ବୋବାଏ କେଁ-କଟର
ବେଙ୍ଗରଡ଼ି ଶୁଣି ବରଷେ ନୀର ।

ସଂସାରେ ହେଲାଣି ଭାରି ଗ୍ରୀଷମ 
ମେଘ ବରଷିଲେ ହେବ ଉତ୍ତମ ।
ବରଷା ନ ହେଲେ ଏ ଗୁଳୁଗୁଳି
ତରୁଲତା ଯାକ ଯିବେ ଝାଉଁଳି ।

ଭୂଇଁ ବତୁରିଲେ ବୁଣିବା ଧାନ
ଧାନ ହେଲେ ସିନା ବଞ୍ଚିବ ପ୍ରାଣ ।
ବେଙ୍ଗୁଲି ନାନୀଟି ଫର୍କଟୀ ଗୋଡ଼ୀ
ବରଷା ଦିନେ ସେ ଛାଡ଼ଇ ରଡ଼ି ।

ଇନ୍ଦ୍ରଦେବ ଶୁଣି ବେଙ୍ଗ ବୋବାଳି 
ଦୁଲୁ ଦୁଲୁ ପାଣି ଦିଅନ୍ତି ଢ଼ାଳି ।
ନଈବଢ଼ି ହୋଇ ବୁଡ଼ିବ ଦେଶ
ବେଙ୍ଗୁଲି ନାନୀର ବଡ଼ ହରଷ ।

ବେଙ୍ଗୁଲି ନାନୀଟି ଉଞ୍ଚୁ ପାଟେଈ
ପୋକଜୋକ ଯାକ ଖାଏ ଗୋଟେଇ ।
ବେଙ୍ଗୁଲୀ ନାନୀର ଦିହରେ ଆବୁ 
ମାଲପା ହଳଦୀ ଲଗାଉ ଥିବୁ ।

ବେଙ୍ଗୁଲୀ ନାନୀଟି ଚାଲଇ ଡେଇଁ
ପୋକଯୋକ ଯାକ ଟୁକି ଦିଅଇ ।
ନାନୀ ବସିଥାଏ ପାଣ୍ଡିଆ ପାଡ଼ି
ଯାହା ପାଉଥାଏ ଦିଅଇ ଗିଳି ।

ବେଙ୍ଗୁଲୀ ନାନୀର ନାହିଁଟି କାନ
ଦଇବ ଦେଲାଟି କିଆଁ ଜନମ ?

No comments:

Post a Comment