Tuesday, May 31, 2016
ଶ୍ରୀମନ୍ଦିରର ଖାଦ୍ୟ ସଂସ୍କୃତି : ଏକ ଅଭିଧାନ - ୧୧
ଉତ୍ସ - ଶ୍ରୀ ସୁରେନ୍ଦ୍ର ନାଥ ଦାସ କୃତ 'ଶ୍ରୀମନ୍ଦିର ଶବ୍ଦକୋଶ'
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
କନ୍ଦମୂଳ - ମିଷ୍ଟ ଖାଦ୍ୟ ମୂଳ ବିଶେଷ । ଏହା ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ବ୍ୟଞ୍ଜନରେ ବ୍ୟବହୃତ ହୁଏ ।
କର୍ପୂର - ଶ୍ରୀମହାପ୍ରଭୁଙ୍କର ଧୂପ ପରେ ବିଡ଼ିଆ ମଣୋହି ହୁଏ । ଖିଲିପାନରେ ଅଳେଇଚ, ଲବଙ୍ଗ, ଶୁଖିଲା ଗୁଆ ସହ କର୍ପୂର ଓ ଯାଇପତ୍ରି ଦେଇ ଖିଲ ପ୍ରସ୍ତୁତ କରାଯାଏ । ବିଡ଼ିଆ ମଣୋହି ପରେ ଭୀମସେନ କର୍ପୂରରେ ଆଳତି ହୁଏ । ପ୍ରତ୍ୟେକ ଅବକାଶ ଆଳତିରେ, ଅଧର ପୋଛା ବା ଶ୍ରୀମୁଖ ପୋଛା ପାଇଁ ପ୍ରସ୍ତୁତ ଜଳରେ କର୍ପୂର ବ୍ୟବହୃତ ହୁଏ ।
କାକତୁଆଝିଲି - ବିରି ଓ ଘିଅରେ ପ୍ରସ୍ତୁତ ଏକ ପ୍ରକାର ପିଠା । ଶ୍ରୀମନ୍ଦିରରେ ଏହା ଭୋଗରେ ଲାଗି ହୋଇଥାଏ ।
କାକରା - ଶ୍ରୀମନ୍ଦିରରେ ତୈଳାକ୍ତ କରି ମଶାଲ ଜାଳିବା ନିମନ୍ତେ ପ୍ରସ୍ତୁତ ଗୋଲାକାର କନା ବଳିତାବିଣ୍ଡା । ଗୁଡ଼ ପାଗରେ ଚାଉଳ ଚୂନା ବା ଅଟା ପକାଇ ଖଳି କରି ସେହି ଖଳିରୁ ଚଟକା ଚଟକା ଗୋଲ କରି ସେଗୁଡ଼ିକୁ ଘିଅରେ ଛାଣିଦେଲେ କାକରା ପିଛା ହୁଏ । ଏହା ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିକାନ୍ତି, ଧୂପ ଅନ୍ୟାନ୍ୟ ଭୋଗ ଇତ୍ୟାଦିରେ ଲାଗି ହୋଇଥାଏ । - ଏହି କାକରା ସଦୃଶ ଏକ ସ୍ୱର୍ଣ୍ଣ ଅଳଙ୍କାର ଉପଲବ୍ଧ ଯାହାକୁ ସ୍ତ୍ରୀମାନେ କେଶ ଉପରେ କପାଳରେ ବା ତାଳୁରେ ପିନ୍ଧନ୍ତି ।
କାକେରୀ - ସାନ କାକରା । ଏହା ମଧ୍ୟ ଏକ ପିଷ୍ଟକ ବିଶେଷ । ଏହା ଠାକୁରଙ୍କ ପହିଲି ଭୋଗରେ ଲାଗି ହୋଇଥାଏ ।
କାଙ୍ଗୁଳା - ଗହିରିଆ ପାତ୍ର ବିଶେଷ ।
କାର୍ତ୍ତିକ ହବିଷ୍ୟ - ନୈଷ୍ଠିକ ହିନ୍ଦୁ ନାରୀ ମାନେ କାର୍ତ୍ତିକ ମାସରେ ପାଳନ କରୁଥିବା ବ୍ରତ । ଅରୁଆ ଚାଉଳ, କଞ୍ଚାମୁଗ, ନଡ଼ିଆ, କଦଳୀ, ସାରୁ, ଓଉ, ଅଦା, କମଳା, ବେତକନ୍ଦା, ଅଗସ୍ତି ଶାଗ ହବିଷ୍ୟାଳୀମାନେ ଏ ମାସରେ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି । ତରକାରୀରେ ହଳଦୀ, ତେଲ, ଲଙ୍କାମରିଚ ଓ ମସଲା ଇତ୍ୟାଦି ପଡ଼େ ନାହିଁ କିମ୍ବା ବଘରା ହୁଏ ନାହିଁ । ଖଟା ପାଇଁ କମଳା, ରାଗ ପାଇଁ ଅଦା, ପିତା ପାଇଁ ବେତକନ୍ଦା, କସା ପାଇଁ ଅଗସ୍ତି ଶାଗ ଓ ମିଠା ପାଇଁ କନ୍ଦମୂଳ ବ୍ୟବହୃତ ହୁଏ । ମାତ୍ର ଶ୍ରୀକ୍ଷେତ୍ରରେ କାର୍ତ୍ତିକ ହବିଷ୍ୟରେ ମହାପ୍ରସାଦ ସେବନରେ ହବିଷ୍ୟ ପାଳନ କରାଯାଇଥାଏ ।
Monday, May 30, 2016
ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ପ୍ରଥମ ଅଧ୍ୟାୟ
ପ୍ରଥମ ବଲ୍ଲୀ
![]() |
ନଚିକେତାଙ୍କ ସହ ଯମ ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ମନ୍ତ୍ର ୧
ଥିଲେ ୠଷି ଉଦ୍ଦାଳକ ପୁରାଣ ପ୍ରଧାନ ।
ବାଜସ୍ରବା ତାଙ୍କ ବଂଶେ ସୁଯୋଗ୍ୟ ସନ୍ତାନ ।।
ସ୍ୱର୍ଗଲାଭ ଆଶେ କଲେ ଇନ୍ଦ୍ରଜିତ ଯାଗ ।
ଧନ ଦାନେ ସର୍ବସ୍ୱାନ୍ତ ହେଲେ ମହାଭାଗ ।।
ବିଚକ୍ଷଣ ନଚିକେତା ଥିଲେ ତାଙ୍କ ସୁତ ।
ବାଳକାଳୁ ତାଙ୍କ ମନ ସଦା ଶୁଦ୍ଧ ପୂତ । (ନ.ଉ। ୧।୧।୧)।
ମନ୍ତ୍ର ୨
ଦେଉଥିଲେ ପିତା ଯେବେ ବୃଦ୍ଧା ଗାଭୀ ଦାନ ।
ଦେଖି ଦୁଃଖ ଅବସନ୍ନ ନଚିକେତା ପ୍ରାଣ ।(ନ.ଉ। ୧।୧।୧)।
ମନ୍ତ୍ର ୩
ମର୍ମ୍ମେବ୍ୟଥା ପାଇ ମନେ କଲେ ସେ ବିଚାର ।
ଏଭଳି ଗୋଦାନେ ଆନ କିବା ଉପକାର ।।
ଏ ସକଳ ଗୋରୁ ଆହା ଜୀର୍ଣ୍ଣ କ୍ଷୀଣ ଅତି ।
ପାଇଛି ଇନ୍ଦ୍ରିୟ ଲୋପ, ଯାଇଛି ଶକତି ।।
ପିଇଛନ୍ତି ଶେଷ ଢୋକ ଚିରଦିନ ପାଇଁ ।
ଖାଇଛନ୍ତି ଶେଷ ଘାସ ପୁଳା ଏହୁ ଗାଈ ।।
ଦୁଧ ଦେବା ଲାଗି ଆଉ ନାହିଁ ଦେହେ ବଳ ।
ଏ ଗୋଦାନେ ଦୁଃଖମୟ ଲୋକ ସିନା ଫଳ ।(ନ.ଉ। ୧।୧।୧)।
କଟକ ଅଞ୍ଚଳର ପିଲାଙ୍କୁ ଖୁଆଇବା ଗୀତ
![]() |
ଫଟୋ କ୍ରେଡ଼ିଟ୍ - ୱିକିମି଼ଡ଼ିଆ କମନସ୍ |
କଇଞ୍ଚି କାକୁଡ଼ି ନଳିତା ପିତା
ବାବୁଲି ହେବ ମୋ ଜଗତଜିତା
କହିବେ ରେ ଲୋକେ କିଏ ତା ମାତା ।
ଏଇଟି ମୋ ଧନ
କଳା ମେଘରେ ଜହ୍ନ ତ ।
ସରଗର ଦରପଣ ତ
ଇନ୍ଦ୍ରପଟିଆ ଚଢ଼ି ତ
ତିନିପୁର ଦେବ ପୋଡ଼ି ତ ।
ବଗୁଲିଆ ଏଟା ତ
ନାଚଇ ବଣିଆ ଗେଟା ତ ।
ପିଲାଙ୍କ ଭିତରେ ଚାନ୍ଦ ତ
ଛୋଟ ବାଳକେରା ବାନ୍ଧ ତ ।
ନନା ହେ ନମସ୍କାର
ବୋଉ ଲୋ ଶୁଖୁଆ ପୋଡ଼ି ପଖାଳ ବାଢ଼ ।
Sunday, May 29, 2016
ପାଲି ଧମ୍ମପଦର ଓଡ଼ିଆ ପଦ୍ୟାନୁବାଦ - ୨ ଯମକ ବଗ୍ଗ
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ମନୋପୁବ୍ବଙ୍ଗମା ଧମ୍ମା ମନୋସେଟ୍ଠା ମନୋମୟା
ମନସା ଚେ ପସନ୍ନେନ ଭାସତି ବା କରୋତି ବା
ତତୋ'ନଂ ଏନଂ ସୁଖମନ୍ୱେତି ଛାୟା'ବ ଅନପାୟିନୀ ।୨।
ମନୋପୁବ୍ବଙ୍ଗମା ଧମ୍ମା ମନୋସେଟ୍ଠା ମନୋମୟା
ଓଡ଼ିଆ ପଦ୍ୟାନୁବାଦ
ଓଡ଼ିଆ ପଦ୍ୟାନୁବାଦ
ସମସ୍ତ ଧର୍ମର ମୂଳ ମନ ବୋଲି ଜାଣ ।
ସେହି ମାନଙ୍କ ମଧ୍ୟରେ ମନ ହିଁ ପ୍ରଧାନ ।।
ପ୍ରସନ୍ନ ମନରେ ଯାହା କର୍ମ ବା କଥନ ।
କରଇ ଯେବେଣ ଯଦି କେହି ଜଣେ ଜନ ।।
ସୁଖ ପଶ୍ଟାଦଗମନ କରଇ ତାହାରେ ।
ଛାୟା ଯେପରି କାୟାର ପଛେ ଅନୁସରେ ।।
ସମସ୍ତ ଧର୍ମର ମୂଳ ମନ ବୋଲି ଜାଣ ।
Saturday, May 28, 2016
Friday, May 27, 2016
ଘର, ଘରୁଆ ଓ ଘରଣୀ ଉପରେ କିଛି ଓଡ଼ିଆ ଢ଼ଗଢ଼ମାଳୀ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
୧. ଅଚିନ୍ତା ନାରୀ ବାପଘର ଯାଏ, ମନଫୁଲାଣିଆ ଗୀତ ଗାଉଥାଏ ।
୨. ଅରସଲାକେ ଅରସଲୀ, ଦଭବ ଦେଇଛେ ଭେଟ୍ କରି ।
୩. ଅଳପ ତେଣ୍ଟା, ମାଇପ ଖେଣ୍ଟା, ମଠୁଆ ବଳଦ ଯାର;
ଯମଘର ଯାଇ କି ଫଳ ମିଳିବ ନିଇତି ମରଣ ତାର ।
୪. ଆଙ୍ଗୁଠି ସନ୍ଧିରେ ମଳି,
ଭିତରେ ଭିତରେ ସଲାସୁତର
ଉପରେ ଲାଗିଛି କଳି ।
୫. ଆଟିକା ଚୁହଁର ମାଇପ ମରେ ।
୬. ଉଭା ତାଳ, ପୋତା ଶାଳ, ରୁଅ ହେନ୍ତାଳ, ଗଣ୍ଠି ବେତାଳ, ଘରଣୀ ଚେତୁଆଳ, ତେବେ ସେ ଘର ଯାଏ ଅପାର କାଳ ।
୭. କୋଳରେ ଶୁଏ, କାନରେ କୁହେ, ତା କଥା କି ଅନ୍ୟଥା ହୁଏ ।
୮. ଖଣ୍ଡି ଗୁଣିଆର ଦିଗୁଣ ସରେ, ଆଟିକା ପୋଛାର ମାଇପ ମରେ ।
୯. ଗଙ୍ଗାକୁ ଡେଇଁବା ବେଳେ କିଏ ପୁଅ ମାଇପକୁ ଚାହେଁ ।
୧୦. ଗୁଜ୍-ଗୁଜିଆର ମାଇପ ମରେ ।
୧୧. ଘଇତା ଅଯୋଗ୍ୟ ପଣେ, ମାଇପ ଶୁଏ ସନ୍ତରା ବଣେ ।
Thursday, May 26, 2016
ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ
ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୧୬ - ୨୧
ଅନୁବାଦକ - ଉତ୍କଳବ୍ୟାସ ଶ୍ରୀ ଫକୀରମୋହନ ସେନାପତି
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
କିଂ କର୍ମ କିମକର୍ମେତି କବୟୋଽପ୍ୟତ୍ର ମୋହିତାଃ ।
ତତ୍ତେ କର୍ମ ପ୍ରବକ୍ଷ୍ୟାମି ୟଜ୍ ଜ୍ଞାତ୍ୱା ମୋକ୍ଷ୍ୟ ସେଽଶୁଭାତ୍ ।୧୬।
ବିବେକିଗଣ ଏ ସଂସାରେ । କର୍ମ ଅକର୍ମ ବିଷୟରେ ।।
ହୋଇଣ ଅଛନ୍ତି ମୋହିତ । ତେଣୁ ବୋଲୁଛୁଁ ଆହେ ପାର୍ଥ ।।
ଯେ କଥା ତୁମ୍ଭେ ଜ୍ଞାତ ହୋଇ । ସଂସାରୁ ଯିବ ମୁକ୍ତ ହୋଇ ।।
ସେ କଥା କରୁଛୁଁ ବର୍ଣ୍ଣନ । ଏବେ ହୋ ମନ ଦେଇ ଶୁଣ ।୧୬।
କର୍ମଣୋହ୍ୟପି ବୋଦ୍ଧବ୍ୟଂ ବୋଦ୍ଧବ୍ୟଞ୍ଚ ବିକର୍ମ୍ମଣଃ ।
ଅକର୍ମଣଶ୍ଚ ବୋଦ୍ଧବ୍ୟଂ ଗହନା କର୍ମଣୋଗତିଃ ।୧୭।
ବିହିତ ଅବିହିତ କର୍ମ । ପୁଣି ଯେପରି ତ୍ୟାଗ କର୍ମ ।।
ଏ ତିନି ତତ୍ତ୍ୱେ ଦିଅ ମତି । ଦୂରବଗାହ କର୍ମଗତି ।୧୭।
କର୍ମଣକର୍ମ୍ମ ୟଃ ପଶ୍ୟେଦକର୍ମ୍ମଣି ଚ କର୍ମ ୟଃ ।
ସ ବୁଦ୍ଦିମାନ୍ ମନୁଷ୍ୟେଷୁ ସ ୟୁକ୍ତଃ କୃତ୍ସ୍ନକର୍ମକୃତ୍ ।୧୮।
କର୍ମେ ହେଁ ଥିଲେ ବର୍ତ୍ତମାନ । ନିଜକୁ ବୁଝେ କର୍ମହୀନ ।।
ଅଥବା ହୋଇ କର୍ମଚ୍ୟୁତ । ନିଜକୁ ବୁଝେ କର୍ମଯୁକ୍ତ ।।
ସେ ଲୋକ ଅଟେ ବୁଦ୍ଧିମାନ । ପୁଣି ସେ ଯୋଗୀ ସାବଧାନ ।୧୮।
ୟସ୍ୟ ସର୍ବେ ସମାରମ୍ଭାଃ କାମସଂକଳ୍ପ ବର୍ଜିତାଃ ।
ଜ୍ଞାନାଗ୍ନି ଦଗ୍ଧ କର୍ମ୍ମାଣଂ ତମାହୁଃ ପଣ୍ଡିତଂ ବୁଧାଃ ।୧୯।
ଯେ ଲୋକର କର୍ମ କାମ ସଂକଳ୍ପ-ବର୍ଜିତ । ଜ୍ଞାନୀଙ୍କ ମଧ୍ୟରେ ସେହି ଯଥାର୍ଥ ପଣ୍ଡିତ ।।
ସେ ଲୋକ ଯେତେକ କର୍ମମାନ ଆଚରଇ । ଜ୍ଞାନବହ୍ନି ଦ୍ୱାରା ସର୍ବଯାଏ ଦଗ୍ଧ ହୋଇ ।୧୯।
ତ୍ୟକ୍ତ୍ୱା କର୍ମଫଳାସଙ୍ଗମ୍ ନିତ୍ୟତୃପ୍ତୋ ନିରାଶ୍ରୟଃ ।
କର୍ମ୍ମଣ୍ୟଭିପ୍ରବୃତ୍ତୋଽପି ନୈବ କିଞ୍ଚିତ୍ କରୋତି ସଃ ।୨୦।
କର୍ମଫଳରେ ଅନୁରାଗ । ଯେ କରି ଯତ୍ନେ ପରିତ୍ୟାଗ ।।
ମନକୁ ପରିତୃପ୍ତ କରି । ଆଶ୍ରୟ ନ ଘେନି କାହାରି ।।
ହେଲେ ହେଁ କର୍ମରେ ପ୍ରବୃତ୍ତ । ହୁଅନ୍ତି ନାହିଁ କର୍ମଯୁକ୍ତ ।୨୦।
ନିରାଶୀର୍ୟତଚିତ୍ତାତ୍ମା ତ୍ୟକ୍ତସର୍ବପରିଗ୍ରହଃ ।
ଶରୀରଂ କେବଳଂ କର୍ମ କୁର୍ବନ୍ନାପ୍ନୋତି କିଳ୍ୱିଷମ୍ ।୨୧।
ଅଭିଳାଷ ପରିଗ୍ରହ ଯେବା ତ୍ୟାଗ କରେ । ଯାହା ଆତ୍ମା ମନ ଶୁଦ୍ଧି ଥାଏ ନିରନ୍ତରେ ।।
ଦେହ ଯୋଗେ କଲେ ମଧ୍ୟ କର୍ମ ଅନୁଷ୍ଠାନ । କେଭେ ପାପ ଭାଗୀହୁଏ ନାହିଁ ସେହି ଜନ ।୨୧।
ଫକୀର ମୋହନଙ୍କର କିଛି ଗଡ଼ଜାତିଆ ଶବ୍ଦ - ୫
ଶ୍ରୀ ଫକୀରମୋହନ ସେନାପତି କୃତ ପ୍ରବନ୍ଧ 'ଆଳିମାଲିକା' ରୁ ସଂଗୃହୀତ
କିରଣ - କିଣିବା
ଗହଣ - ସାଙ୍ଗରେ ଯିବା । ରାଜାଙ୍କ ଗହଣରେ ଯାଉଚି । ରାଜ ସହଯାତ୍ରୀ ହୋଇଚି ।
ବେହରଣ - ବସିବା - ରାଜାଙ୍କ ବେହରଣ ବଢ଼ିଚି ଅର୍ଥାତ୍ ରାଜା ବସିଛନ୍ତି ।
ବେହରଣ ମଣ୍ଡପ - ଯେଉଁଠାରେ ରାଜା ଅବସର ସମୟରେ ବସନ୍ତି ।
ବାହୁଡ଼ା - ଫେରି ଆସିବା ; ଶ୍ରୀଜଗନ୍ନାଥ ଦେବଙ୍କ ଗୁଣ୍ଡିଚା ମନ୍ଦିରରୁ ବଡ଼ ଦେଉଳକୁ ପ୍ରତ୍ୟାଗମନ ବାହୁଡ଼ା । ସେଥିରୁ ରାଜ ପ୍ରତ୍ୟାବର୍ତ୍ତନ ମାନେ ବାହୁଡ଼଼ା ହୋଇଅଛି । ଯେହେତୁ ରାଜା ଚଳନ୍ତି ବିଷ୍ଣୁ । "ଅଷ୍ଟାନାଂ ଲୋକପାଳାନାଂ ମାତ୍ରାର୍ଭିର୍ନିତୋନପଃ ।"
ଅପସର - ବଡ଼ ତକିଆ , ଯାହାକୁ ଆଉଜି ବସିବାକୁ ହୁଏ । ଅପସରର ପ୍ରଧାନ ଅର୍ଥ ରାଜତ୍ୱ କାଳ । ଅମୁକ ରାଜାଙ୍କ ଅପସରରେ ଅମୁକ ଘଟଣା ଘଟିଥିଲା ।
ନିକ - ଭଲ ।
Wednesday, May 25, 2016
ଶ୍ରୀମନ୍ଦିରର ଖାଦ୍ୟ ସଂସ୍କୃତି : ଏକ ଅଭିଧାନ - ୧୦
ଉତ୍ସ - ଶ୍ରୀ ସୁରେନ୍ଦ୍ର ନାଥ ଦାସ କୃତ 'ଶ୍ରୀମନ୍ଦିର ଶବ୍ଦକୋଶ'
କଟାସରା - ଏକ ପ୍ରକାର ମାଟି ପାତ୍ର । ଯେଉଁଥିରେ ପାଚିଲା କଦଳୀ, କଦଳୀ ଭଜା ପ୍ରଭୃତି ରଖାଯାଇ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଲାଗି କରାଯାଏ ।
କଡ଼ମ୍ବା - ଏକ ପ୍ରକାର ଭୋଗ ପ୍ରସାଦ । ଶ୍ରୀମନ୍ଦିର ଠାକୁରଙ୍କର ମକର ଚଉରାଶି ଭୋଗରେ ପୂଜା କରାଯାଏ ।
କଣ୍ଟେଇ - ଏକ ପ୍ରକାର ଭୋଗ ଦ୍ରବ୍ୟ । ଏହା ପହିଲି ଭୋଗରେ ଠାକୁରଙ୍କୁ ଲାଗି ହୁଏ ।
କଦଳୀ - ରମ୍ଭାଗଛ ଓ ଫଳ, ମୃଗୀ ବିଶେଷ, ପତାକା, ହସ୍ତୀ ଉପରେ ବାହିତ ହେବା ନିଶାଣ । ସାଧାରଣ ଜୀବନରେ କଦଳୀର ମହତ୍ତ୍ୱ ଓ ବ୍ୟବହାର ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । କଞ୍ଚା କଦଳୀକୁ ତରକାରୀ କରି ଓ ପାଚିଲା କଦଳୀର ଚୋପା ଛଡ଼ାଇ ଦୁଗ୍ଧ ସହ ଚକଟି ଅମୃତକୁଣ୍ଡ ବା ସିରିଣି କରି ଖିଆଯାଏ । କଦଳୀ ମଞ୍ଜା ଓ ଭଣ୍ଡାରେ ମଧ୍ୟ ତରକାରୀ ପ୍ରସ୍ତୁତ ହୁଏ । କଦଳୀ ଗଛରୁ ମଧ୍ୟ କର୍ପୂର ତିଆରି ହୋଇ ଠାକୁରଙ୍କ ଆଳତୀରେ ଲାଗି ହୁଏ । ଶ୍ରୀମନ୍ଦିରରେ ପ୍ରତିଦିନ ଗୋପାଳବଲ୍ଲଭ ଭୋଗରେ କଦଳୀ ଲାଗି ହୋଇଥାଏ । କଞ୍ଚା କଦଳୀ ତରକାରୀ ହୋଇ ଅନ୍ନ ସହ ଭୋଗ ମଧ୍ୟ ହୋଇଥାଏ । କଦଳୀ ବାହୁଙ୍ଗାରେ ତୁଳସୀ, ପଦ୍ମ ଓ ବିଭିନ୍ନ ଫୁଲପତ୍ର ଗୁନ୍ଥା ହୋଇ ଶ୍ରୀବିଗ୍ରହଙ୍କଠାରେ ଲାଗି କରାଯାଏ । ମହାପ୍ରସାଦ ସେବନ ଲାଗି କଦଳୀପତ୍ର ମଧ୍ୟ ବ୍ୟବହୃତ ହୋଇଥାଏ ।
କଦଳୀ ବଡ଼ା - ଏହା ଏକ ପ୍ରକାର କଦଳୀ ପ୍ରସ୍ତୁତ ଭୋଗ । ଏହା ଠାକୁରଙ୍କର ବଡ଼ସିଂହାର ଧୂପରେ ଲାଗି ହୋଇଥାଏ ।
କଦଳୀ ତଳିଆ - ଶ୍ରୀମନ୍ଦିରରେ ବିଭିନ୍ନ ଉତ୍ସବ ଓ ପର୍ବପର୍ବାଣିରେ କଞ୍ଚା କଦଳୀ ଚୋପା ଛଡ଼ାଯାଇ ଚାରିସୋରା କରି କାଟି ଶୁଦ୍ଧ ଘିଅରେ ଭଜାଯାଇ ଏହା ପ୍ରସ୍ତୁତ ହୋଇଥାଏ । ରାମଜନ୍ମ ଉତ୍ସବ ଓ ଦୀପାବଳି ଅମାବାସ୍ୟା ଭୋଗରେ ମଧ୍ୟ ଏହା ଲାଗି ହୋଇଥାଏ ।
କନକଦୁର୍ଗାଓଳି - ଛୋଟ ମାଟି କୁଡ଼ୁଆ ଶ୍ରୀନଅରରେ କନକ ଦୁର୍ଗାଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏକ ଓଳି ମହାପ୍ରସାଦ ।
ଓଡ଼ିଆ ସିନେମା ଗୀତ - 'ଆରତ ସୁର ବାରେ କରେ ମିନତି'
ଗୀତର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=vkahvr_IS68
ଫିଲ୍ମ୍ - ଲକ୍ଷ୍ମୀ (୧୯୬୨)
ପ୍ରଯୋଜନା - କଳିଙ୍ଗ ଫିଲ୍ମସ୍
ସଙ୍ଗୀତ - ବାଳକୃଷ୍ଣ ଦାଶ
ଗୀତ - ସାରଦାପ୍ରସନ୍ନ ନାୟକ
ଗାୟନ - ମହମ୍ମଦ୍ ସିକନ୍ଦର୍ ଆଲାମ୍

ଗୀତର ସଙ୍ଗୀତକାର ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ
ଆରତ ସୁରେ ବାରେ କରେ ମିନତିରେ
ଚକାନୟନ ଚାହାଁ ମାଗେ ମାଗୁଣିରେ
ଆରତ ସୁରେ ବାରେ କରେ ମିନତିରେ
କଳା କଳା ଦୁଇ ଆଖି
ମନ କେତେ ଖୋଜିଲା
ଉଷା କାଳ ରବି ଛବି
ମନେ ମନେ ହଜିଲା
ଉଷା କାଳ ରବି ଛବି
ସବୁଜ ପଥରେ ଥରେ
ପାଦ ତୁମେ ଥାପିଲେ
ଫିଲ୍ମ୍ - ଲକ୍ଷ୍ମୀ (୧୯୬୨)
ପ୍ରଯୋଜନା - କଳିଙ୍ଗ ଫିଲ୍ମସ୍
ସଙ୍ଗୀତ - ବାଳକୃଷ୍ଣ ଦାଶ
ଗୀତ - ସାରଦାପ୍ରସନ୍ନ ନାୟକ
ଗାୟନ - ମହମ୍ମଦ୍ ସିକନ୍ଦର୍ ଆଲାମ୍
![]() |
ଗୀତର ସଙ୍ଗୀତକାର ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ |
ଆରତ ସୁରେ ବାରେ କରେ ମିନତିରେ
ଚକାନୟନ ଚାହାଁ ମାଗେ ମାଗୁଣିରେ
ଆରତ ସୁରେ ବାରେ କରେ ମିନତିରେ
କଳା କଳା ଦୁଇ ଆଖି
ମନ କେତେ ଖୋଜିଲା
ଉଷା କାଳ ରବି ଛବି
ମନେ ମନେ ହଜିଲା
ଉଷା କାଳ ରବି ଛବି
ସବୁଜ ପଥରେ ଥରେ
ପାଦ ତୁମେ ଥାପିଲେ
Tuesday, May 24, 2016
"ଶିଶୁଗୀତ"
କବି - କୃଷ୍ଣମୋହନ ପଟ୍ଟନାୟକ (୧୮୭୭-୧୯୪୦)
![]() |
ସହବାଦୀମାନଙ୍କର ଚିହ୍ନ ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଘର ପୋଡ଼ିଗଲା ଆମ ସାଇରେ
ଆମ ସାଇ ପିଲା ଛୁଟିରେ ଖରେ ।
ନିଆଁ ଲିଭିଯା'ନ୍ତେ ଆସିଲେ ଫେରି
ବାଟେ ଜଣେ ଲୋକ ଦେଲା ପଚାରି -
"ପରଘରେ ସେଣେ ଲାଗିଲା ନିଆଁ
ତୁମେରେ ବାଉଳା ହୋଇଲ କିଆଁ ?"
ପିଲାଯାକ ଭାଳି କଲେ ଉତ୍ତର -
"ସହଜ କଥାଟା ବୁଝି ନ ପାର ?
ଆମର ବିପତ୍ତି ପଡ଼ିବ ଯେବେ
କିଏ କିମ୍ପା ଆଉ ଚାହିଁବ ତେବେ ।
ଜାତି-ଭାଇ ଯେବେ ହୋଇଲା ପର
କାହାକୁ ଘେନି କେ କରିବ ଘର ?
ଅସମୟେ ଯଦି ଏକୁ ଆରେକ
ଖୋଜୁଥିବ, ଥିବ ଜାତିର ଟେକ । "
ଶ୍ରୀ ମହେଶ୍ୱର ମହାନ୍ତି ସମ୍ପାଦିତ (୨୦୧୫), 'ଓଡ଼ଆ ଶିଶୁ-କିଶୋର କବିତା' (ସାହିତ୍ୟ ଏକାଡ଼େମୀ : ନୂଆଦିଲ୍ଲୀ) ରୁ ସଙ୍ଗୃହିତ ।
ଶ୍ରୀ ମହେଶ୍ୱର ମହାନ୍ତି ସମ୍ପାଦିତ (୨୦୧୫), 'ଓଡ଼ଆ ଶିଶୁ-କିଶୋର କବିତା' (ସାହିତ୍ୟ ଏକାଡ଼େମୀ : ନୂଆଦିଲ୍ଲୀ) ରୁ ସଙ୍ଗୃହିତ ।
Sunday, May 22, 2016
ପାଲି ଧମ୍ମପଦର ଓଡ଼ିଆ ପଦ୍ୟାନୁବାଦ
୧ ଯମକ ବଗ୍ଗ
୧. ମନୋପୁଦ୍ଦଙ୍ଗମା ଧମ୍ମା ମନୋସେଟ୍ଠା ମନୋମୟା ।
ମନସା ଚେ ପଦୁଟ୍ଠେନ ଭାସତି ବା କରୋତି ବା ।
ତତୋ'ନଂ ଦୁକ୍ଖମନ୍ୱେତି ଚକ୍କଂ ବ ବହତୋ ପଦଂ ।୧।
ଓଡ଼ିଆ ପଦ୍ୟାନୁବାଦ
ସମସ୍ତ ଧର୍ମର ମୂଳ ମନ ବୋଲି ଜାଣ ।
ସେହି ମାନଙ୍କ ମଧ୍ୟରେ ମନ ହିଁ ପ୍ରଧାନ ।।
ପ୍ରଦୂଷିତ ମନେ ଯାହା କୃତ ଓ କଥିତ ।
ତହିଁରୁ ଦୁଃଖ ହୁଅଇ ନିଶ୍ଚିତ ଯେ ଜାତ ।।
ଧୁର୍ଯ୍ୟ ଶକଟର ଚକ ଅନୁସରି ଗମେ
ଦୁଃଖ ସେପରି ଅନୁସରେ ଆବିଳ ମନେ ।।
Friday, May 20, 2016
ଶ୍ୟାମାମଣୀ ଦେବୀଙ୍କ ସହ ସାକ୍ଷାତକାର - ୭
![]() |
ଚୈତନ୍ୟ ସଙ୍କୀର୍ତ୍ତନ ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ସେଣ୍ଟର୍ ଫର୍ ହ୍ୟୁମାନ୍ ସାଇନ୍ସେସ୍ ଭୁବନେଶ୍ପର (ସଂକ୍ଷେପରେ ସେଣ୍ଟର୍) : ଆଜ୍ଞା ଆମେ ଟିକେ ଜାଣିବାକୁ ଚାହିଁବୁ କି ଗୋଟିଏ ନିର୍ଦ୍ଦିଷ୍ଟ ପରିବେଶ ଭିତରେ ଗୋଟିଏ ସାଙ୍ଗିତିକ ଧାରା ପ୍ରବାହିତ ହୁଏ ।ମୋର ପଚାରିବାର ଉପଲକ୍ଷ ହେଲା ଯେ ଆପଣ ଗୋଟିଏ ନିର୍ଦ୍ଦଷ୍ଟ ପାରିବାରିକ ପରିବେଶର ଆଧ୍ୟାତ୍ମବୋଧ ଭିତରେ ଯାହା ଗାଉଥିଲେ, ପରିବାର ଭିତରେ ଗାୟକୀର ଢ଼ଙ୍ଗ ଓ ପରମ୍ପରା କିପରି ଥିଲା ?
ଶ୍ରୀମତି
ଶ୍ୟାମାମଣି ଦେବୀ :
ପରିବାର
ଭିତରେ ଖାଲି କୀର୍ତ୍ତନ ଛଡ଼ା ଆଉ
ମୁଁ କିଛି ଗାଇନି । ବାପା ବୋଉଙ୍କ
ସହିତ ମୁଁ କେବଳ କୀର୍ତ୍ତନ ହିଁ
ଗାଉଥିଲି ।
ସେଣ୍ଟର୍ : ସେଥିରୁ
ଯଦି ଆପଣ ଆମ ପାଇଁ ଗୋଟିଏ ଯୋଡ଼ିଏ
ଗାଇ ପାରନ୍ତେ ।
ଶ୍ରୀମତି
ଶ୍ୟାମାମଣି ଦେବୀ : ସିଏ
ସକାଳୁ ସକାଳୁ ଭୋରରୁ ଗୋଟିଏ
ଗାଆନ୍ତି ,
(ଗାଇ
ଶୁଣାନ୍ତି)
- "ନିତାଇ
ଗୋଉର୍ ରାଧେ ଶ୍ୟାମ୍ ଜପ,
ହରେ
କ୍ରିଷ୍ନ ହରେ ରାମ୍,
ନିତାଇ
ଗୋଉର୍ ରାଧେ ଶ୍ୟାମ୍ ଜପ,
ହରେ
କ୍ରିଷ୍ନ ହରେ ରାମ୍"
।
ଏଇ ଗୋଟେ କୀର୍ତ୍ତନ ଗାଉଥିଲେ ।
ଏହି ପରି ଆହୁରି ଅନେକ କୀର୍ତ୍ତନ
ଗାଉଥିଲେ । ଏବେ ଆଉ ମନେ ପଡ଼ୁନି
। (ଭିନ୍ନ
ସ୍ୱରରେ ଗାଆନ୍ତି)
"ନିତାଇ
ଗୋଉର୍ ରାଧେ ଶ୍ୟାମ୍ ଜପ,
ହରେ
କ୍ରିଷ୍ନ ହରେ ରାମ୍,
ନିତାଇ
ଗୋଉର୍ ରାଧେ ଶ୍ୟାମ୍ ଜପ,
ହରେ
କ୍ରିଷ୍ନ ହରେ ରାମ୍"
।
ଏମିତି ବି ଗାଉଥିଲେ । ଆଉ ମନେ
ପଡ଼ୁନି ।
ସେଣ୍ଟର୍ : ଆପଣ
ଆମକୁ ରେଡ଼ିଓରେ ଗାଇଥିବା ଅତି
ସୁନ୍ଦର ଗୀତଟିଏ ଗାଇ ଶୁଣାଇଲେ
। ମାତ୍ର ମଞ୍ଚ ଉପରେ ଗାଇଥିବା
ଆପଣଙ୍କର ପ୍ରଥମ ଗୀତ କେଉଁଟି ।
ସେଇଟି ଆପଣ ରେଡ଼ିଓ ରେ ଗାଇଥିବା
ଗୀତ ପୂର୍ବରେ ଗାଇଥିଲେ ନା ପରେ
?
ଶ୍ରୀମତି
ଶ୍ୟାମାମଣି ଦେବୀ : ମଞ୍ଚରେ
ମୁଁ ବହୁତ ପରେ ଗାଇଲି । ପରେ ମାନେ,
ମଞ୍ଚରେ
ମୁଁ ଗାଇବା ଆରମ୍ଭ କଲି ୧୯୫୪
ମସିହାରୁ । ତା ପୂର୍ବରୁ ମୁଁ
ଷ୍ଟେଜ୍ କାର୍ଯ୍ୟକ୍ରମ କରିନି
।
ସେଣ୍ଟର୍ : ଆପଣଙ୍କର
ପ୍ରଥମ ମଞ୍ଚ କାର୍ଯ୍ୟକ୍ରମରେ
କେଉଁ ଗୀତଟି ଆପଣ ଗାଇଥିଲେ ?
ଶ୍ରୀମତି
ଶ୍ୟାମାମଣି ଦେବୀ : ଗୋଟେ
ଗାଇଥି୍ଲି ରାମଚନ୍ଦ୍ର ଭବନରେ
-
(ଗାଇ
ଶୁଣାନ୍ତି଼)
"ଜୀବଧନ
ନାହିଁ ମୋ ପାଶରେ,
ଜୀବଧନ,
କେମନ୍ତେ
ବଞ୍ଚିବି ଦିବା ରଜନୀରେ । ଜୀବଧନ
।"
ଏଇଟା
ମୁଁ ଗାଇଥିଲି । ମହତାବ ବାବୁ
ମୋତେ...
ଗୋଟେ
ନିଖିଳ ଓଡ଼ିଶୀ ପ୍ରତିଯୋଗିତା
ହେଉଥିଲା । ମହତାବ ବାବୁ ଥିଲେ,
ମୋ
ବଡ଼ବାପା,
କବିଚନ୍ଦ୍ର
କାଳୀଚରଣ ପଟ୍ଟନାୟକ ଥିଲେ ।
ସେତେବେଳେ ମୁଁ ପ୍ରଥମ ହେଇଥିଲି
। ମୋ ସାଙ୍ଗରେ ବିଷ୍ଣୁପ୍ରିୟା
ଦାଶ ହରିକା ସବୁ ଦେଇଥିଲେ । ବଡ଼
କପ୍ ଟା ଥିଲା । ମୁଁ ଟିକେ ଛୋଟ
ହାଇଟ୍ ର ଥିଲି । ମୋଟା ବି ଥିଲି
ପିଲାଦିନେ । ଏକେ ତ କଳା ଥିଲି ।
ମୋଟା ଥିଲି,
ଛୋଟ
ଥିଲି,
ସେ
କପ୍ ଟା ମୋତେ ଚାହିଁ ବଡ଼ ଥିଲା
। ସେ କପ୍ ଟା ଟେକିଲା ବେଳକୁ ମୁଁ
ପଡ଼ିଗଲି । ମହତାବ୍ ବାବୁ ମୋତେ
ଧରିଲେ । ଆଉ କହିଲେ କି,
"ଓ
ସିଂଘାରିଏ ତମେ କଅଣ ଗୋଟେ ଛୁଆଟାକୁ
ଗୀତ ଶିଖଉଛ,
ସେ
ତ କପ ଟେକି ପାରୁନି । ସେ ଗୀତ କଅଣ
ଗାଇବ !"
(ହସନ୍ତି)
।
ମୋର ଏବେ ବି ମନେ ଅଛି ମହତାବ ବାବୁ
ସବୁବେଳେ ସେ କଥା କହନ୍ତି -
"ତୁଟା
କପ୍ ଟେକି ପାରୁନୁ । ତୁ ସଙ୍ଗୀତ
କଅଣ କରିବୁ ।"
ମତେ
ଏମିତି କହୁଥିଲେ । ତା ପରେ ମୁଁ
ଟିକେ ଡେଙ୍ଗା ହେଲି । କିନ୍ତୁ
ମୋ ହାଇଟ୍ କମ୍ ଥିଲା ଆଉ ମୁଁ ଆହୁରି
କଳା ଥିଲି । ତେଣୁ ମୋତେ କାଳିକା
ବୋଲି ବି ଡାକୁଥି୍ଲେ । କେହି କେହି
କାଳିକା ଡାକିଲେ ମୁଁ ଭାରି ରାଗେ
। ଛୁଆଦିନେ ରାଗିଯାଏ । (ହସନ୍ତି)
ଗୋଟେ
କଅଣ ପ୍ରାର୍ଥନା କରୁଥିବି ଅନ୍ଧାରରେ
ବସିକି । ଭାଇ ଯିବେ,
ମୋ
ଦେହରେ ଏମିତି ଗୋଡ଼ଫୋଡ଼ ବାଜିଯିବ
। କହିବେ,
"ଏଠି
ବସିଚି ଯେ ଦେଖାଯାଉନି । ମୁଁ ଏଇନେ
ମାଡ଼ି ପକେଇଥାଆନ୍ତି"
।
(ହସନ୍ତି)
ମୋତେ
ଏମିତି ବି ଥଟ୍ଟା କରୁଥିଲେ ।
ମୁଁ,
ମାନେ
କଅଣ କହିବି । ମୋର ଗୋଟେ । ମାନେ
କେମିତି କହିବି । ଗୁଡ଼ାଏ କମ୍ପ୍ଲେକ୍ସ୍
ଭିତରେ ମୁଁ ନିଜକୁ ସେଟେଲ୍ କରିବାକୁ
ଚେଷ୍ଟା କରିଛି । ମାନେ ଦେଖନ୍ତୁ
(ଆଙ୍ଗୁଠିରେ
ନିର୍ଦ୍ଦେଶ କରି,
କାନ୍ଥରେ
ଥିବା ପାରିବାରିକ ଫଟୋକୁ ଦେଖାନ୍ତି)
ଏଠି
ତ ମୋ ପରିବାରର ସମସ୍ତେ ଅଛନ୍ତି
। ପାଞ୍ଚ ଭାଇ ଭଉଣୀ । ସେପଟେ ବାପା
ବୋଉ । ମୋ ଭାଇ ଭଉଣୀ
ସମସ୍ତେ ବେଶ ଗୋରା ଭଲ ଦେଖିବାକୁ
। ମୁଁ କଳା । ମୋ ବାପାଙ୍କ ଭଳିଆ
। ମୋ ବୋଉ ସେଠି ଅଛନ୍ତି । ବୋଉଙ୍କ
ଭଲିଆ ସେମାନେ ସବୁ । ଥରେ ବଡ଼ବାପା,
କାଳୀ
ବଡ଼ବାପାଙ୍କ ଭଳିଆ ଲୋକ । ଥରେ
ଯାଇଥିଲି ତାଙ୍କ ଘରକୁ । ବୋଉ ବି
ସାଙ୍ଗରେ ଯାଇଥିଲେ । ବାକି ସବୁ
ତ ଭାଇ ଭଉଣୀ ଏମିତି । ଏଇଟା କଅଣ
ମହାନଦୀରେ ଭାସି ଯାଉଥିଲା ଗୋଟେଇ
ଆଣିଥିଲୁ କି । ମୋତେ ଏଇଟା ଭାରି
ବାଧିଥିଲା । ମୁଁ କହିଲି ବୋଉ ତମେ
ଆପତ୍ତି କରିପାରିଲନି । ସେ କଅଣ
ଏମିତି କହିଲେ,
ଗୋଟେଇ
ଆଣିଛକି ବୋଲି । ବୋଉ କହିଲେ,
"ସେ
କହିଲେ କହିଲେ ଥଟ୍ଟାରେ କହିଲେ
। ଗୁରୁଜନ ଲୋକ । ତୁ କାହିଁକି
ଧରୁଛୁ ।"
ବୋଉ
ମୋତେ ବୁଝେଇଲେ । ମାତ୍ର ସେହି
ବାକ୍ୟଟି ମୋ ମନରେ ବହୁତ ଦୁଃଖ
ଦେଇଥିଲା । ଏକେ ତ ଛୁଆ ଦିନୁଁ ତ
ସେଇ କମ୍ଲେକ୍ସ୍ ଟା ମୋର ଥିଲା ।
ସେତେବେଳେ ବି ମୋର ମୋର ଥିଲା ।
ତା ସହିତ ମୋର ଦୃଢ଼ନିଶ୍ଚୟ ଆହୁରି
ବଢ଼ିଗଲା । ଯେ ମୁଁ କେମିତି ମୁ
ପରିଶ୍ରମ କରିବି । କେମିତି କିଛି
କରି ସେଟେଲ୍ ହେବି । ଯାହା ଫଳରେ
ମୋର ଏଇ ହିନମନ୍ୟତାଟା ଯିବ ।
ଏମିତି ଗୋଟେ ଚିନ୍ତାଧାରା ମୋ
ମନରେ ଛୁଆଦିନୁ ଆସିଲା ।
Subscribe to:
Posts (Atom)