ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ପ୍ରଥମ ଅଧ୍ୟାୟ
ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୬
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ବାଳକ ସ୍ୱଭାବ ଯେହୁ ନୁହେ ବୁଦ୍ଧିମନ୍ତ
ମନ ଯାର ବିତ୍ତ ମୋହେ ମୋହିତ ସନ୍ତତ ।
ପ୍ରମାଦ ଜଡ଼ିତ ମତି ଯେ ମୂଢ଼ ପାମର
ନ ବୁଝେ ମରଣ ଅନ୍ତେ ଅଛି ଲୋକାନ୍ତର ।
ଏ ସଂସାର ସବୁ, ନାହିଁ ଆନ ଏହା ପରେ
ଏ ମୂଢ଼ ବିଶ୍ୱାସ ନୋହୁ ଘୋଷଇ ଅନ୍ତରେ ।
ବାରମ୍ବାର ମୋର ବଶେ ଆସଇ ସେ ଜନ
ନ ତୁଟେ ତା ଜନ୍ମ-ଜରା-ମରଣ-ବନ୍ଧନ । (ନ.ଉ. ୧।୨।୧୦)
No comments:
Post a Comment