ପାଲି ଧମ୍ମପଦର ଓଡ଼ିଆ ପଦ୍ୟାନୁବାଦ - ୧୯ ଓ ୨୦ ଯମକ ବଗ୍ଗ
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
୧୯ ଯମକ ବଗ୍ଗ
ବହୁଂପି ଚେ ସହିତଂ ଭାସମାନୋ ନ ତକ୍କରୋ ହୋତି ନରୋ ପମତ୍ତେ ।
ଗୋପୋ'ବ ଗାବୋ ଗଣୟଂ ପରେସଂ ନ ଭାଗବା ସାମଞ୍ଜସ୍ସ ହୋତି ।୧୯।
ଯଦିଚ ମଣିଷ ଧର୍ମଗ୍ରନ୍ଥ କରି ପାଠ ।
ପ୍ରମାଦ ନ ତେଜି ପୁଣ ହୋଇ କରି ମଠ ।।
ଗୋପାଳ ଯେପରି ପର ଗାଭୀ ଗଣୁଥାଇ ।
ଶ୍ରାମଣ୍ୟ ଫଳର ଭାଗୀ ହୋଇ ନ ପାରଇ ।୧୯।
୨୦ ଯମକ ବଗ୍ଗ
ଅପ୍ପମ୍ପି ଚେ ସହିତଂ ଭାଷମାନୋ ଧମ୍ମସ୍ସ ହୋତି ଅନୁଧମ୍ମଚାରୀ ।
ରାଗଞ୍ଚ ଦ୍ୱେଷଞ୍ଚ ପହାୟ ମୋହଂ ସମ୍ମପ୍ପଜାନୋ ସୁବିମୁକ୍ତଚିତ୍ତୋ ।
ଅନୁପାଦିୟାନୋ ଇଧ ବା ହୁରଂ ବା ସ ଭାଗବା ସାମଞ୍ଯସ ହୋତି । ୨୦।
ଯେଉଁ ଜନ ଧର୍ମଗ୍ରନ୍ଥ ଅଳ୍ପ କରି ପାଠ ।
ଧର୍ମ ଅନୁସାରେ ଧର୍ମ କରୁଥାଇ ଶାଠ ।।
ରାଗ, ଦ୍ୱେଷ, ମୋହ ଆଦି ତ୍ୟାଗ କରିଦେଇ ।
ସମ୍ୟକ ପ୍ରଜ୍ଞାନଯୁକ୍ତ ନିଶ୍ଚିତେ ହୁଅଇ ।।
ଚିତ୍ତ ସୁବିମୁକ୍ତ, ଶ୍ରାମଣ୍ୟ ଫଳେ ତା ଭାଗ
ଇହ ପର ଲୋକେ ନାହିଁ ଉପାଦାନେ ଯୋଗ ।୨୦।
No comments:
Post a Comment