Sunday, July 10, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୮





ଇତର  ପ୍ରାକୃତ ବୁଦ୍ଧି ଗୁରୁ ଉପଦେଶେ 
ଆତ୍ମତତ୍ତ୍ୱ ପରକାଶ ନ ହୁଏ ବିଶେଷେ ।

ଆତ୍ମତତ୍ତ୍ୱ ନାନା ଭାବେ କରି ଯେହୁ ଧ୍ୟାନ 
ବ୍ରହ୍ମରୁ ଆତ୍ମାକୁ କେବେ ନ ଦେଖନ୍ତି ଆନ ।

ସେହି ବିଚକ୍ଷଣ ଗୁରୁ ଦେଲେ ଉପଦେଶ 
ସଂଶୟ ହୃଦୟେ ଆଉ ନ ରହଇ ଲେଶ ।

ଜଗତର ଭେଦବୁଦ୍ଧି ପାଏ ଅବସାନ 
ସର୍ବତ୍ର  ପ୍ରକଟ ଏକ-ବ୍ରହ୍ମ ଆତ୍ମ-ଜ୍ଞାନ ।

ଗୁରୁ ଉପଦେଶ ବିନା ତର୍କ ଅନୁମାନେ 
ଅଥବା ଇନ୍ଦ୍ରିୟଗ୍ରାହ୍ୟ ପ୍ରତ୍ୟକ୍ଷ ପ୍ରମାଣେ ।

ନୁହଇ ଏ ଆତ୍ମତତ୍ତ୍ୱ ମାନବ ଗୋଚର 
ତର୍କେ ବହୁଦୂର ଆତ୍ମା ସୂକ୍ଷ୍ମୁ ସୂକ୍ଷ୍ମତର ।

No comments:

Post a Comment