ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ପ୍ରଥମ ଅଧ୍ୟାୟ
ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୯
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଆତ୍ମତତ୍ତ୍ୱ ଲାଭେ ତବ ବଳିଛି ଯେ ମତି
ନୁହଇ କେବଳ ତର୍କେ ଏହାର ତୃପତି ।
ବ୍ରହ୍ମ ଆତ୍ମା ବେନି ମଧ୍ୟେ ନାହିଁ ଭେଦାଭେଦ
ଯେ ଆଚାର୍ଯ୍ୟ ଜାଣନ୍ତି ଏ ଗୁଢ଼ ସାର ବେଦ ।
ତାଙ୍କ ଉପଦେଶେ ପୁରେ ଏହି ଅଭିଳାଷ
ପୂର୍ଣ୍ଣ ଆତ୍ମଜ୍ଞାନ ଯେବେ ଅନ୍ତରେ ପ୍ରକାଶ ।
ପ୍ରିୟତମ ଧନ୍ୟ ତୁମ୍ଭେ, ଧନ୍ୟ ସତ୍ୟ ଧୃତି
ନାନାଲୋଭେ ନ ଟଳିଲ, ତୁମ୍ଭେ ଏକା କୃତି ।
ନଚିକେତ ! ତୁମ୍ଭ ପରି ତତ୍ତ୍ୱ-ଅଭିଳାଷେ
ଶ୍ରଦ୍ଧାବନ୍ତ ଶିଷ୍ୟ ବହୁ ଆସନ୍ତୁ ମୋ ପାଶେ । (ନ.ଉ. ୧।୨। ୧୨)
No comments:
Post a Comment