ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ପ୍ରଥମ ଅଧ୍ୟାୟ
ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୧୦
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ସ୍ୱର୍ଗଭୋଗ ନୁହେଁ ନିତ୍ୟ, ଜାଣଇ ମୁଁ ଭଲେ
ଲଭଇ ମାନବ ଯାହା ନିଜ କର୍ମଫଳେ ।
ବ୍ରହ୍ମପଦ ନିତ୍ୟ ସତ୍ୟ ସୁଧ୍ରୁବ ଶାଶ୍ୱତ
ନୁହେଁ ସେ ଅଧ୍ରୁବ କର୍ମ ସାଧନେ ପ୍ରାପତ ।
ନଚିକେତା ଅଗ୍ନି ଯେ ମୁଁ କଲି ଆରାଧନା
ଇଷ୍ଟକ ବେଦୀରେ କରି ସାଦରେ ସ୍ଥାପନା ।
ବହୁତ ଅନିତ୍ୟ ଦ୍ରବ୍ୟ ଦେଇ ଉପହାର
ମିଳିଛି ସେ ଫଳେ ମତେ ଯମ ଅଧିକାର ।
ମର୍ତ୍ତ୍ୟଭୋଗ ତୁଳନାରେ ଚିର ଯମପଦ
ଯଥାର୍ଥ ନୁହେଁ ଏ ନିତ୍ୟ ଶାସ୍ୱତ ସମ୍ପଦ । (ନ.ଉ. ୧।୨।୧୨)
No comments:
Post a Comment