Wednesday, July 06, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୪



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ବିଦ୍ୟା ଅବିଦ୍ୟାର ତତ୍ତ୍ୱ କଲି ଯେ ବିବୃତି
ବିପରୀତ ଅଟଇ ସେ ଉଭୟ ପ୍ରକୃତି ।

ଉଜ୍ଜ୍ୱଳ ଆଲୋକ ଏକ, ଅନ୍ୟ ଘୋର ତମ,
ମୁକତି ଏକର ଫଳ, ଅନ୍ୟର ବନ୍ଧନ ।

ଜାଣିଲି ତୁମ୍ଭଙ୍କୁ ବିପ୍ର ବିଦ୍ୟା-ଅଭିଳାଷୀ
ନୁହ ନଚିକେତା, କାମ ସମ୍ଭୋଗ-ପ୍ରୟାସୀ ।

ବହୁ କାମ ପ୍ରଲୋଭନେ ନ ଟଳିଲା ମନ
ନ ଛାଡ଼ିଲ ଶ୍ରେୟପଥ ଧନ୍ୟ ବିଚକ୍ଷଣ । (ନ.ଉ. ୧।୨।୧୦)

No comments:

Post a Comment