ପାଲି ଧମ୍ମପଦର ଓଡ଼ିଆ ପଦ୍ୟାନୁବାଦ - ୧୨ ଓ ୧୩ ଯମକ ବଗ୍ଗ
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
୧୨ ଯମକ ବଗ୍ଗ
ସାରଞ୍ଚ ସାରତୋ ଞତ୍ତ୍ୱା ଅସାରଞ୍ଚ ଅସାରତୋ
ତେ ସାରମ୍ ଅଧିଗଚ୍ଛନ୍ତି ସମ୍ମାସଙ୍କପ୍ପଗୋଚରା ।୧୨।
ଯେ ସାର ବସ୍ତୁକୁ ସାର ବୋଲି ମଣୁଥାଇ
ଅସାର ବସ୍ତୁ ଅସାର ବୋଲି ସେ ଜାଣଇ ।
ସମ୍ୟକ ସଂକଳ୍ପ ସହ ହୋଇ ସେହୁ ଯୁକ୍ତ
ସାର ବସ୍ତୁକୁ ସର୍ବଦା ହୋଇଥାଏ ପ୍ରାପ୍ତ । ୧୨।
୧୩ ଯମକ ବଗ୍ଗ
ଯଥା ଅଗାରଂ ଦୁଚ୍ଛନଂ ବୁଟ୍ଠୀ ସମତିବିଜ୍ଝତି ।
ଏବଂ ଅଭାବିତଂ ଚିତ୍ତଂ ରାଗୋ ସମତିବିଜ୍ଝତି । ୧୩।
ବୃଷ୍ଟି ପ୍ରବେଶିଲା ପରି ଛିଦ୍ରଯୁକ୍ତ ଘରେ
ଅଭ୍ୟାସରହିତ ଚିତ୍ତେ ରାଗ ବିଦ୍ଧ କରେ । ୧୩।
No comments:
Post a Comment