Friday, July 01, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 

ପ୍ରଥମ ବଲ୍ଲୀ : ଶ୍ଲୋକ ୨୯



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ପରମ ଅଭିଷ୍ଟ ସିଦ୍ଧି ହେବ ଯେ ଉପାୟେ 
ପରଲୋକେ, ବତାଅ ସେ ତତ୍ତ୍ୱ ଯମରାଏ !

ମରଣ ଅନ୍ତରେ ଆତ୍ମା ଥାଏ କି ନ ଥାଏ
ମର୍ତ୍ତ୍ୟେ ଲୟ ପାଏ କିବା ପରଲୋକେ ଯାଏ ?

ଚିରଦିନ ମାନବର ରହିଛି ସଂଶୟ 
ଅତିଗୁରୁ ଗହନ ଏ ନିଗୁଢ଼ ବିଷୟ ।

ଦିଅ ଉପଦେଶ, କର ସଂଶୟ ମୋଚନ
ନାହିଁ ମୃତ୍ୟୁ, ମୋର ଅନ୍ୟ ବରେ ପ୍ରୟୋଜନ । (ନ.ଉ. ୧।୧।୮)

No comments:

Post a Comment