ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ପ୍ରଥମ ଅଧ୍ୟାୟ
ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୭
ଆଶ୍ଚର୍ଯ୍ୟ ଏ ଆତ୍ମତତ୍ତ୍ୱ କେତେ ଲୋକେ ଜଣେ
କେବେ ବା ସୁଯୋଗ ପାଏ ଏ ତତ୍ତ୍ୱ ଶ୍ରବଣେ ।
ଶୁଣି ସୁଦ୍ଧା ଅତି ଅଳ୍ପ ବୁଝନ୍ତି ଏ ତତ୍ତ୍ୱ
ଆତ୍ମାର ଯଥାର୍ଥ ତତ୍ତ୍ୱ ପ୍ରକୃତ ମହତ୍ତ୍ୱ ।
ଆତ୍ମତତ୍ତ୍ୱ ପ୍ରକାଶକ ବକ୍ତା ବିଚକ୍ଷଣ
ଅତ୍ୟନ୍ତ ବିରଳ, ମିଳେ କାହିଁ କଦାଚନ ।
ସୁଯୋଗ୍ୟ କୁଶଳ ଶ୍ରୋତା ଜଗତେ ଦୁର୍ଲ୍ଲଭ
ଲଭି ଉପଦେଶ ଶୁଣି ଆତ୍ମ ଅନୁଭବ।
କୋଟିକେ ଗୋଟିଏ କରେ ବହୁତ ପ୍ରୟାସେ
ଯେ ତତ୍ତ୍ୱ ରହସ୍ୟ ବିପ୍ର ପୁଚ୍ଛିଲ ମୋ' ପାଶେ । (ନ.ଉ. ୧.୨.୧୧)
No comments:
Post a Comment