Thursday, July 07, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୫





ପରିବୃତ୍ତ ହୋଇ ଘୋର ଅଜ୍ଞାନ-ଅନ୍ଧାରେ 
କାମଭୋଗେ ବିମୋହିତ ସଦା ଯେ ସଂସାରେ ;

ମଣନ୍ତି ନିଜକୁ ଧୀର ପଣ୍ଡିତ ପ୍ରବୀଣ
ଆଧି ବ୍ୟାଧି ଜରାମୃତ୍ୟୁ ଦୁଃଖ ଚିରଦିନ ।

ଭୋଗନ୍ତି ସେ ଅବିବେକୀ ବହୁ ବକ୍ର ଗତି 
ଏକ ଅନ୍ଧ ଆନ ଅନ୍ଧେ ଚଳାଏ ଯେମିତି । (ନ.ଉ. ୧.୨.୧୦)

No comments:

Post a Comment