ପାଲି ଧମ୍ମପଦର ଓଡ଼ିଆ ପଦ୍ୟାନୁବାଦ - ୫ ଓ ୬ ଅପ୍ପମାଦବଗ୍ଗୋ
![]() |
ବୋଧିଧର୍ମ ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
୫ ଅପ୍ପମାଦବଗ୍ଗୋ
ଉଟ୍ଠାନେନ'ପ୍ପମାଦେନ ସଞ୍ଯମେନ ଦମେନ ଚ ।
ଦୀପଂ କୟିରାଥ ମୋଧାବୀ ଯଂ ଓଘୋ ନାଭିକୀରତି ।୫।
ଉଦ୍ୟମ, ଅପ୍ରମାଦ, ସଞ୍ଜମ, ଦମ ଧରି
ବୁଦ୍ଧିମାନ ବିରଚିବ ଦ୍ୱୀପଟି ଏପରି
ବନ୍ୟା ଭସାଇ ନନେଇ ପାରିବ ଯେପରି ।୫।
୬ ଅପ୍ପମାଦବଗ୍ଗୋ
ପମାଦମନୁଯୁଞ୍ଯନ୍ତି ବାଳା ଦୁମ୍ମେେଧିନୋ ଜନା ।
ଅପ୍ପମାଦଞ୍ଚ ମେଧାବୀ ଧନଂ ସେଟ୍ଠଂ'ବ ରକ୍ଖତି ।୬।
ମୂର୍ଖ ପରମାଦେ ଲିପ୍ତ, ତଥା ଅପ୍ରମାଦେ
ଶ୍ରେଷ୍ଠ ଧନ ପରି ରକ୍ଷା କରନ୍ତି ଯେ ବୁଧେ ।୬।
No comments:
Post a Comment