ପାଲି ଧମ୍ମପଦର ଓଡ଼ିଆ ପଦ୍ୟାନୁବାଦ - ୭ ଓ ୮ ଅପ୍ପମାଦବଗ୍ଗୋ
![]() |
ବୁଦ୍ଧପାଦ ଫଟୋ କ୍ରେଡିଟ୍ - ୱିକିମିଡ଼ିଆ କମନସ୍ |
୭ ଅପ୍ପମାଦବଗ୍ଗୋ
ମା ପମାଦମନୁଯୁଞ୍ଜେଥ ମା କାମରତିସନ୍ଥବଂ ।
ଅପ୍ପମତ୍ତୋ ହି ଝାୟନ୍ତୋ ପପ୍ପୋତି ବିପୁଳଂ ସୁଖଂ ।୭।
ପ୍ରମାଦରେ କେବେହେଲେ ନହୁଅ ପ୍ରବୃତ୍ତ ।
କାମରତି ପ୍ରସ୍ତାବରେ ହୁଅନାହିଁ ଲିପ୍ତ ।।
ଅପ୍ରମାଦ ଗୁଣଯୁକ୍ତ କଉଣସି ଜନ
ଲଭଇ ବିପୁଳ ସୁଖ କଲେ ସେହୁ ଧ୍ୟାନ ।୭।
୮ ଅପ୍ପମାଦବଗ୍ଗୋ
ପମାଦଂ ଅପ୍ପମାଦେନ ଯଦା ନୁଦତି ପଣ୍ଡିତୋ ।
ପଞ୍ଯପାସାଦମାରୁୟ୍ହ ଅସୋକୋ ସୋକିନିଂ ପଜଂ ।
ପଦ୍ଦତଟ୍ଠୋ'ବ ଭୁମ୍ମଟ୍ଠେ ଧୀରା ବାଳେ ଅବେକ୍ଖତି ।୮।
ଅପ୍ରମାଦ ଦ୍ୱାରା ଯ଼େତେବେଳେ ବୁଧଜନ ।
ପରମାଦର କରଇ ସେ ଅପନୋଦନ ।।
ସେହି ଧୀର ବ୍ୟକ୍ତି ଯେବେ ପ୍ରଜ୍ଞାର ପ୍ରାସାଦ
ଆରୋହଣ କରି ହୋଇ ଶୋକରୁ ରହିତ,
ଶୋକପିଡ଼ିତ ଜନଙ୍କୁ ଦେଖଇ ସେପରି,
ପର୍ବତସ୍ଥ ଭୂମିସ୍ଥଙ୍କୁ ନିରେଖିଲା ପରି ।୮।
No comments:
Post a Comment