ବିଶ୍ୱର ସଙ୍କଟ ବା ଡଙ୍କେଲ ପ୍ରସ୍ତାବର ଭିତିରି କଥା - ୫
ଲେଖକ - ଶ୍ରୀ କିଶନ ପଟ୍ଟନାୟକ
କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଆଗକୁ
ସାରା ବିଶ୍ୱରେ,
ପୂରା
ସମାଜ ଉପରେ ଯେଉଁ ବିପତ୍ତି ପଡ଼ିବାକୁ
ଯାଉଛି,
ବିଶେଷକରି
ଶିଳ୍ପ ଉତ୍ପାଦନର ପରିମାଣ ଯେପରି
କମ୍ ହେବାକୁ ଯାଉଛି,
ସେଥିରେ
ବିକଶିତ ଦେଶମାନେ ବେଶ୍ ଆତଙ୍କିତ
ଅବସ୍ଥାରେ ଅଛନ୍ତି । ୟୁରୋପୀୟ
ଦେଶମାନେ ଚାହୁଁଛନ୍ତି ଯେ ଏହାର
ପ୍ରଭାବ ତାଙ୍କ ଦେଶ ଉପରେ ନପଡ଼ୁ
। ସେମାନେ ଚାହୁଁଛନ୍ତି ଯେ ସବୁ
ବିପଦ ଏସିଆ,
ଆଫ୍ରିକା
ଓ ଦକ୍ଷିଣ ଆମେରିକୀୟ ଦେଶଗୁଡ଼ିକ
ଉପରେ ପଡ଼ୁ । ବିକଶିତ ଦେଶଗୁଡ଼ିକ
ବିଶ୍ୱର ଅନ୍ୟ ଦେଶର ରାଜନୀତି ଓ
କଳ-କାରଖାନା
ଉପରେ ନିୟନ୍ତ୍ରଣ ରଖିବାକୁ
ଚାହୁଁଛନ୍ତି,
ଯାହାଦ୍ୱାରା
ସେମାନେ ଏସିଆ,
ଆଫ୍ରିକା
ଓ
ଲାଟିନ୍ ଆମେରିକୀୟ ଦେଶଗୁଡ଼ିକୁ
ବଳି ପକାଇ ଦେବା ପାଇଁ ପ୍ରସ୍ତୁତ
କରିପାରିବେ । ଏହି ନିୟନ୍ତ୍ରଣ
ଫଳରେ ବିକଶିତ ରାଷ୍ଟ୍ରଗୁଡ଼ିକ
ସେମାନଙ୍କର ଆଣବିକ ବର୍ଜ୍ୟବସ୍ତୁକୁ
ଗରିବ ଦେଶଗୁଡ଼ିକରେ ଫୋପାଡ଼ି ପାରିବେ
।
ଏହି
ବିଷୟରେ କିନ୍ତୁ ତୃତୀୟ ବିଶ୍ୱର
ଦେଶଗୁଡ଼ିକରେ କୌଣସି ଆଲୋଚନା
ହେଉନାହିଁ । ଯଦି ବା
କେଉଁଠାରେ ହେଉଛି,
ତେବେ
ତାହାକୁ ଜୋରଦାର ଭାବରେ କରାନଯାଇ
ଛୋଟିଆ ମୋଟିଆ ଘଟଣା ରୂପେ ଦେଖାଯାଉଛି
। ବିକଶିତ ଦେଶଗୁଡ଼ିକରେ ଏ ବିଷୟରେ
କେବଳ ରୁଦ୍ଧ କୋଠରୀରେ ଆଲୋଚନା
କରାଯାଉଛି । ଏହା ମଧ୍ୟ ଅତି ଛୋଟିଆ
ଗୋଷ୍ଠୀ ମଧ୍ୟରେ ସୀମିତ ରହୁଛି
। କାରଣ ସେମାନେ ଏହି ଆଲୋଚନାକୁ
ବିଶ୍ୱବ୍ୟାପୀ କରିବାକୁ ଚାହୁଁନାହାନ୍ତି
। ବିକଶିତ ଦେଶମାନେ ଚାହୁଁନାହାନ୍ତି
ଯେ ଭାରତ,
ପାକିସ୍ତାନ
ବା ବାଂଲାଦେଶର ଜନସାଧାରଣ ବିଶ୍ୱର
ଭବିଷ୍ୟତକୁ ନେଇ ଆଲୋଚନା କରନ୍ତୁ
। ଏହି ଦେଶର ଶାସକ ଗୋଷ୍ଠୀ ଯେ ସେ
ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ସେକଥା,
ମଧ୍ୟ
କୁହାଯାଇପାରିବ ନାହିଁ । କିନ୍ତୁ
ସେମାନେ ଏହାକୁ ଜନସାଧାରଣଙ୍କର
ଆଲୋଚନାର ବିଷୟବସ୍ତୁ କରାଇ ଦେବାକୁ
ଚାହାନ୍ତି ନାହିଁ। ଏପରିକି ଏଠାରେ
ବିଶ୍ୱ ବାଣିଜ୍ୟ ସଙ୍ଗଠନ ଓ
ପେଟେଣ୍ଟ୍
ଆଇନି
ସଂଶୋଧନ ଅଧିନିୟମକୁ ମଧ୍ୟ ସଂସଦରେ
ଆଲୋଚନା ନକରି,
ବିନା
ଅଧ୍ୟାଦେଶରେ ଆଇନିରେ
ପରିଣତ କରିଦିଆଯାଉଛି ।
ବିଶ୍ୱବ୍ୟାଙ୍କ୍
ଓ
ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷର
ଅର୍ଥନୀତିଜ୍ଞମାନେ କଅଣ
ଏତିକି ଜାଣିନାହାନ୍ତି ଯେ,
ଶିକ୍ଷା
ଓ
ସ୍ୱାସ୍ଥ୍ୟ ସେବା ପାଇଁ ହେଉଥିବା
ଖର୍ଚ୍ଚ କାଟ୍ କଲେ ବିକାଶଶୀଳ
ଦେଶଗୁଡ଼ିକରେ ନିରକ୍ଷର ଓ
ରୋଗଗ୍ରସ୍ତ ଲୋକଙ୍କ ସଂଖ୍ୟା
ଅସାଧାରଣ ଭାବରେ ବଢ଼ିଯିବ।
ସେମାନେ କଅଣ
ଜାଣିନାହାନ୍ତି ଯେ,
ଗ୍ୟାଟ୍
ଚୁକ୍ତିର ପରିଣାମସ୍ୱରୂପ ପେଟେଣ୍ଟ୍
ଆଇନିରେ
ସଂଶୋଧନ ହେବାଫଳରେ ଔଷଧର ଦରଦାମ୍
କେତେଗୁଣ ବଢ଼ିଯିବ ଓ ଏହା ଦରିଦ୍ର
ଲୋକମାନଙ୍କର କ୍ରୟ କ୍ଷମତାର
ବାହାରକୁ ଚାଲିଯିବ ?
କ୍ଷୁଦ୍ର
ଓ
ସ୍ଥାନୀୟ ଉଦ୍ୟୋଗଗୁଡ଼ିକ ବନ୍ଦ
ହୋଇଗଲେ ବେକାରୀ ବଢ଼ିବ ତଥା ଆଧୁନିକ
ପ୍ରଯୁକ୍ତିବିଦ୍ୟା ଅବଲମ୍ବନ
କରିବା କାରଣରୁ ଶିକ୍ଷିତ ଯୁବକଙ୍କ
ପାଇଁ କର୍ମନିଯୁକ୍ତିର ସୁଯୋଗ
ସଙ୍କୁଚିତ ହୋଇଯିବ ?
ଅଶୀ
ଦଶକରେ କରାଯାଇଥିବା ଢାଞ୍ଚାଗତ
ସୁଧାର କାର୍ଯ୍ୟକ୍ରମର ସବୁ ଉଦ୍ୟମ
ବିଫଳ ହେବା ସତ୍ତ୍ୱେ ଧନୀ ଦେଶଗୁଡ଼ିକ
ସମଗ୍ର ଗରିବ ପଛୁଆ ଦେଶଗୁଡ଼ିକୁ
ଗ୍ୟାଟ୍ ଚୁକ୍ତିରେ ସ୍ୱାକ୍ଷର
କରିବା ପାଇଁ ଜିଦ୍ କରିବାର କାରଣ
କଅଣ ?
କାରଣ
ଅତି ସ୍ପଷ୍ଟ । ଗଣମାଧ୍ୟମରେ
ପ୍ରଚାରିତ କଥାରୁ ଅଲଗା କରି ଯଦି
କେହି କୌଣସି କଥା କହିଲା ତେବେ
ସେ କଥାଟି କମ୍ ବିଶ୍ୱସନୀୟ ପଦବାଚ୍ୟ
ହୁଏ । ଏହିପରି ଏକ ସତ୍ୟ (ଯାହାକି
ଏହି ଯୁଗର ସବୁଠାରୁ ମହତ୍ୱପୂର୍ଣ୍ଣ
ସତ୍ୟ)
ହେଉଛି,
ଆଧୁନିକ
ସମୃଦ୍ଧିର ଆଧାରଶିଳା ଏବେ ଖସି
ଖସି ଯାଉଛି । ପ୍ରକୃତି ବା ପରିବେଶର
ଅବକ୍ଷୟ,
ଖଣିଜ
ଦ୍ରବ୍ୟର ଦୃତ ହ୍ରାସ,
ଆର୍ଥିକ
ବିକାଶର ଅବନତି,
ଅନିର୍ବାଯ୍ୟ
ହୋଇଯାଉଛି । ଏ କଥାଟି ଏକବିଂଶ
ଶତାବ୍ଦୀର ପ୍ରଥମାର୍ଦ୍ଧରେ ହିଁ
ଦେଖିବାକୁ ମିଳିବ । ବିକଶିତ
ଦେଶମାନେ ମଧ୍ୟ ଆର୍ଥିକ ଅବନତିର
ଚାପରୁ ମୁକ୍ତ ରହିପାରିବେ ନାହିଁ
।
No comments:
Post a Comment