ବିଶ୍ୱର ସଙ୍କଟ ବା ଡଙ୍କେଲ ପ୍ରସ୍ତାବର ଭିତିରି କଥା - ୩
ଲେଖକ - ଶ୍ରୀ କିଶନ ପଟ୍ଟନାୟକ
କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ
ଆଦିବାସୀମାନଙ୍କର
ବୁଦ୍ଧି ଏତେ ପ୍ରଖର ହୋଇନଥିବାରୁ
ରାଜତନ୍ତ୍ର ଓ
ବିକାଶତନ୍ତ୍ର ସେମାନଙ୍କୁ
ସବୁକଥାରେ ହତୋତ୍ସାହିତ କରିବାରେ
ସଫଳ ହୋଇଯାଏ। ସେମାନେ ଛନ୍ଦକପଟ
କଥା କମ୍ ବୁଝନ୍ତି। ସେମାନଙ୍କ
ମନରେ ଏପରି ଶଙ୍କା ମଧ୍ୟ ଥାଏ ଯେ
ସେମାନେ ସେମାନଙ୍କର
କାର୍ଯ୍ୟ ବା ଆଚରଣ ଦ୍ୱାରା ରାଷ୍ଟ୍ରର
ବିକାଶରେ ବା ଅନ୍ୟ ବର୍ଗର ବିକାଶରେ
ବାଧା ଦେଉ
ନାହାନ୍ତି ତ !
ଏହି
ପୁଞ୍ଜିବାଦୀ ବିକାଶ ରୂପୀ ରାକ୍ଷସ
ବଡ଼ ମାୟାବୀ । ସେ ଏଭଳି ଚାଲାକିରେ
ହସି ହସି ଲୋକଙ୍କୁ ବିଷ ଦିଏ ଯେ
ଲୋକଙ୍କୁ ଲାଗେ ଯେମିତି ତାଙ୍କୁ
ଅମୃତ ମିଳୁଛି। ସିଏ ଯେତେବେଳେ
ଶୂଳୀରେ ଚଢ଼ାଏ ଲୋକଙ୍କୁ ଲାଗେ
ଯେମିତି ସିଏ ଜୀବନ ଦାନ କରୁଛି ।
ଯେଉଁମାନେ ସବୁ ଏହି ବିକାଶ ପାଇଁ
ବାସହରା ହୁଅନ୍ତି ସେମାନେ ସବୁ
କୁଆଡ଼େ ଯାଆନ୍ତି ତାହାର
ହିସାବ ମିଳେନା । ଏଥିରେ ଜଣେ
ବ୍ୟକ୍ତି ହୁଏତ ଧନୀ ହୋଇଯାଇପାରେ,
କିନ୍ତୁ
ଦଶ ଜଣ ବ୍ୟକ୍ତି ବାସ୍ତୁହରା ହୋଇ
କାଙ୍ଗାଳ ହୋଇଯାଆନ୍ତି । ଯେଉଁ
ଅଞ୍ଚଳରେ ଏପରି ଘଟଣା ଘଟେ ସେ
ଅଞ୍ଚଳର ପଛୁଆପଣ ବଢ଼ି ବଢ଼ି ଯାଏ।
ରାଉରକେଲାରେ ଯେଉଁମାନଙ୍କୁ
ବାସ୍ତୁହରା କରିଦିଆଗଲା,
ସେମାନେ
ସବୁ ଜଙ୍ଗଲର ଆଭ୍ୟନ୍ତରକୁ ଚାଲିଗଲେ
। ସେହିପରି କୋଇଲାଖଣିକୁ ଚଳାଇବା
ବାଲା ସମସ୍ତେ ବାହାରୁ ଆସିଲେ ।
ସ୍ଥାନୀୟ ଲୋକମାନଙ୍କୁ ଦଳି ଦିଆଯାଏ
। ସେମାନଙ୍କର ରେକର୍ଡ଼୍
ବା ଇତିହାସ କିଛି ଲେଖା ହୋଇ ରହେନା
। କେବଳ ବିକାଶର ଜୟ ଜୟକାର ଚାଲେ
।
ରାଷ୍ଟ୍ରୀୟତାର
ଅବଧାରଣା ହେଉଛି ଯେ ଯିଏ ଯେଉଁଠାରେ
ଜନ୍ମଗ୍ରହଣ କରେ,
ସେହି
ସ୍ଥାନ ଉପରେ ତା’ର ସମ୍ପୂର୍ଣ୍ଣ
ଅଧିକାର ଥାଏ । ଯଦି ଭାରତ ଉପରେ
ଭାରତୀୟମାନଙ୍କର ଅଧିକାର ଅଛି,
ତେବେ
କାଶ୍ମୀର ଉପରେ କାଶ୍ମୀରବାସୀଙ୍କର
ଅଧିକାର ରହିବା ଉଚିତ । ସିଙ୍ଗ୍ରୋଲିରେ
ଝାଡ଼ଖଣ୍ଡରେ,
ନର୍ମଦା
ଘାଟିରେ ଥିବା ଜଙ୍ଗଲ ଉପରେ ସେଠାକାର
ବନବାସୀମାନଙ୍କର ଆତ୍ମନିର୍ଣ୍ଣୟର
ଅଧିକାର ରହିବା
କଥା। ଛୋଟନାଗପୁରରେ ପ୍ରଚୁର
ଖଣିଜଦ୍ରବ୍ୟ ରହିଛି । ତାହା
ଉପରେ
ସେଠାକାର ମୂଳ ଆଦିବାସୀଙ୍କର
ଅଧିକାର ରହିବା ଉଚିତ । ସେଠାକାର
ଖଣିଜ ଦ୍ରବ୍ୟର ବ୍ୟବହାର ସ୍ଥାନୀୟ
ଆଦିବାସୀମାନଙ୍କର ଅନୁମତି ଓ
ନିୟମ ମୁତାବକ ହେବା ଆବଶ୍ୟକ।
ସିଙ୍ଗ୍ରୋଲିର
କୋଇଲାକୁ ସ୍ଥାନୀୟ ଲୋକଙ୍କର
ବିନା ଅନୁମତିରେ ବ୍ୟବହାର କରାଯିବା
ସାମ୍ରାଜ୍ୟବାଦ ଅଟେ । କୌଣସି ଏକ
ସ୍ଥାନରେ ଥିବା ସମ୍ପତ୍ତିକୁ
ଚାଲାକ ଲୋକମାନେ ନିଜ ସୁବିଧା
ପାଇଁ ନିଜ ଅକ୍ତିଆରକୁ ନେଇ ନିଅନ୍ତି
ଆଉ ସ୍ଥାନୀୟ ଲୋକେ କାଙ୍ଗାଳ
ହୋଇଯାଆନ୍ତି । ଅବଶ୍ୟ ବିସ୍ଥାପିତ
ପରିବାରଗୁଡ଼ିକର କେତେଜଣ ସଦସ୍ୟଙ୍କୁ
କିଛି କିଛି କାମ ଦେବାର ଔପଚାରିକତା
ଦେଖାଇ ଦିଆଯାଏ । କିନ୍ତୁ ବାସ୍ତବରେ
ଯାହା ହୁଏ ତାହା ହେଉଛି ବାହାରୁ
ଆସିଥିବା ଲୋକେ ମାଲିକ ହୋଇଯାନ୍ତି
ଓ ସ୍ଥାନୀୟ ଲୋକେ ପିଅନ ବା ଚପରାସୀ
ହିଁ ହୁଅନ୍ତି ।
ଏହି
ଅଞ୍ଚଳକୁ ଦେଖାଇ କୁହାଯାଏ ଯେ
ଏହା ହେଉଛି ଆଧୁନିକ ବିକାଶର
ମନ୍ଦିର ବା ତୀର୍ଥସ୍ଥାନ। ଏକଥା
ନେହେରୁ ନିଜେ କହିଥିଲେ । ଗୋଟିଏ
ସ୍ଥାନରେ ରହୁଥିବା ଜନବସତିକୁ
ଭାଙ୍ଗିରୁଜି ନିର୍ମାଣ କରାଯାଇଥିବା
ନୂତନ ଢାଞ୍ଚାକୁ କୁହାଗଲା
ତୀର୍ଥସ୍ଥାନ,
ମନ୍ଦିର
। ଆଧୁନିକତାର ତୀର୍ଥସ୍ଥଳଠାରୁ
ଅଧିକ ମାୟାବୀ ଆଉ କ’ଣ ହୋଇପାରେ
? ଏହି
ହେଉଚି ବିଶ୍ୱବ୍ୟବସ୍ଥା ଓ ଏହି
ହେଉଛି ବିକାଶ । ମୃତ୍ୟୁକୁ
ଅମୃତର ସଂଜ୍ଞା ଦିଆଯାଉଛି। ସମାଜର
ମୁଖପାତ୍ର ସାଜିଥିବା ଶିକ୍ଷିତ
ଲୋକେ କହନ୍ତି ଯେ,
ସିଙ୍ଗ୍ରୋଲି
ହେଉଛି ତୀର୍ଥସ୍ଥଳ । ଯେତେବେଳେ
ସେମାନେ ପ୍ରମାଣପତ୍ର ଦେଉଛନ୍ତି,
ପାଠଶାଠ
ପଢ଼ିନଥିବା ଜନତା ଏହାକୁ ଆଉ ବିନାଶ
ବୋଲି କିପରି କହିବ ?
ତେବେ
ଭାରତ ପରି ଦେଶରେ ଯେଉଁ ଶିକ୍ଷିତ
ଓ
ବୁଦ୍ଧିଜୀବୀ ଗୋଷ୍ଠୀ ଅଛନ୍ତି,
ସେମାନଙ୍କ
ମଧ୍ୟରେ ବିନାଶକୁ ବିକାଶ ବୋଲି
ମନେ କରୁନଥିବା ଲୋକ ମଧ୍ୟ ଅଛନ୍ତି
। ଯଦି ବୁଦ୍ଧିଜୀବୀ ଗୋଷ୍ଠୀର ଏକ
ଅଂଶ ଦୃଢ଼ ଭାବରେ ଏପରି ବିକାଶକୁ
ଅସ୍ୱୀକାର କରିବ ତେବେ ଅନ୍ୟମାନେ
ମଧ୍ୟ ଏହାକୁ ଖରାପ କହିବା ଆରମ୍ଭ
କରିବେ। ଯଦି ସମସ୍ତେ ଏହାକୁ ଖରାପ
କହିବା ଆରମ୍ଭ କରିବେ ତାହା
ହେଲେ
ଏହାକୁ ବଦଳା ଯାଇ ପାରିବ।
ଅସ୍ତ୍ରଶସ୍ତ୍ର,
ବୋମା,
ସତ୍ୟାଗ୍ରହ
ଏସବୁର ଦାୟିତ୍ୱ ନେବ ସମୟ। ମଣିଷର
ବୁଦ୍ଧି,
ବିବେକ,
ହୃଦୟ
ତଥା ମସ୍ତିଷ୍କ ଯଦି ସତ କହିବା
ଆରମ୍ଭ କରିବ,
ତାହା
ହେଲେ ଅନ୍ୟ କାର୍ଯ୍ୟଟି ସମୟ ତଥା
ଇତିହାସ କରିଦେବ। ବୁଦ୍ଧିଜୀବୀମାନଙ୍କର
କାର୍ଯ୍ୟ ହେଉଛି ସତ୍ୟକୁ ପ୍ରକାଶ
କରାଇବା । ବାକି କାର୍ଯ୍ୟ ଇତିହାସ
କରିବ । ଯେଉଁଠାରେ ବୁଦ୍ଧିଜୀବୀମାନେ
ସତ୍ୟକୁ ଉଦ୍ଘାଟନ କରିପାରନ୍ତି
ନାହିଁ,
ସେଇଠି
ଇତିହାସ ମଧ୍ୟ ଅଟକି ଯାଏ ।
No comments:
Post a Comment