ପାଲି ଧମ୍ମପଦର ଓଡ଼ିଆ ପଦ୍ୟାନୁବାଦ - ୧ ଓ ୨ ଅପ୍ପମାଦବଗ୍ଗୋ
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
୧ ଅପ୍ପମାଦବଗ୍ଗୋ
ଅପ୍ପମାଦୋ ଅମତପଦଂ ପମାଦୋ ମଚ୍ଛୂନୋ ପଦଂ ।
ଅପ୍ପମତ୍ତା ନ ମୀୟନ୍ତି ଯେ ପମତ୍ତା ଯଥା ମତା ।୧।
ଅପ୍ରମାଦ ଅଟଇ ଯେ ଅମୃତର ପଦ ।
ମୃତ୍ୟୁପଦ ଅଟଇ ନିଶ୍ଚିତରେ ପ୍ରମାଦ ।।
ଅପ୍ରମାଦ ଗୁଣଯୁକ୍ତ ବ୍ୟକ୍ତି ମରେ ନାହିଁ ।
ପ୍ରମାଦଯୁକ୍ତ ମରିଲା ପ୍ରକାରେ ବଞ୍ଚଇ ।୧।
୨ ଅପ୍ପମାଦବଗ୍ଗୋ
ଏତଂ ବିସେସତୋ ଞତ୍ୱା ଅପମ୍ମାଦମ୍ହି ପଣ୍ଡିତା ।
ଅପ୍ପମାଦେ ପମୋଦନ୍ତି ଅରିୟାନଂ ଗୋଚରେ ରତା ।୨।
ଅପ୍ରମାଦ, କୁଶଳୀ ଜନେ ବିଶେଷେ ଜାଣି ।
ଅାର୍ଯ୍ୟମାନଙ୍କ ମାର୍ଗରେ ରତ ହୋଇ ପୁଣି ।
ଅପ୍ରମାଦେ ପ୍ରମୋଦିତ ହୁଏ ସେହୁ ଜ୍ଞାନୀ ।୨।
No comments:
Post a Comment