Tuesday, January 26, 2016

ଉପଦେଶ ସାର ଶ୍ଲୋକ ୨୮, ୨୯ ଏବଂ ୩୦



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଶ୍ଲୋକ ୨୮


କି‌ଂ ସ୍ୱରୂପମିତ୍ୟାତ୍ମଦର୍ଶନେ ।
ଅବ୍ୟୟାଭବାପୂର୍ଣ୍ଣ ଚିତ୍ ସୁଖମ୍ ।୨୮।

ପଦଚ୍ଛେଦ


କିଂ ସ୍ୱରୂପମ୍ ଇତି - ମୋର ସ୍ୱରୂପ କଅଣ
ଆତ୍ମ ଦର୍ଶନେ -  ଆତ୍ମଦର୍ଶନ ଦ୍ୱାରା 
ଅବ୍ୟୟ - ଅବ୍ୟୟ 
ଅଭବ - ଜନ୍ମ ରହିତ 
 ଆପୂର୍ଣ୍ଣ ଚିତ୍ ସୁଖମ୍ - ପରିପୂର୍ଣ୍ଣ ଚିତ୍ ସୁଖ  

ପଦ୍ୟାନୁବାଦ 


 କିପରି ସ୍ୱରୂପ ମୋହର
କରିଲେ ଏପରି ବିଚାର ।।
ଚୈତନ୍ୟ ଅଜନ୍ମା ଅବ୍ୟୟ ।
ଆତ୍ମାର ହୁଏ ପରିଚୟ।।
ସୁଖରୂପୀ ଆନନ୍ଦ ପୂର୍ଣ୍ଣ । 
ଆତ୍ମାର ଏପରି ଦର୍ଶନ ।। 

ଶ୍ଲୋକ ୨୯ 


ବନ୍ଧମୁକ୍ତ୍ୟତୀତଂ ପରଂ ସୁଖମ୍  ।
ବୀନ୍ଦତୀହ ଜୀବସ୍ତୁ ଦୈବିକଃ ।୨୯।

ପଦଚ୍ଛେଦ


ବନ୍ଧମୁକ୍ତ୍ୟତୀତଂ - ବନ୍ଧ ଓ ମୋକ୍ଷରୁ ଉର୍ଦ୍ଧ୍ୱରେ  
ପରମ୍ - ସର୍ବଶ୍ରେଷ୍ଠ   
 ସୁଖମ୍ - ସୁଖ
ବୀନ୍ଦତି - ପାଏ
ଇହ - ଏହିଠାରେ 
ଜୀବଃ - ଜୀବ
ତୁ - ବିରଳତାର ସୂଚକ ଶବ୍ଦ 
ଦୈବିକଃ - ଦୈବୀଗୁଣଯୁକ୍ତ 


ପଦ୍ୟାନୁବାଦ   


ଏ ସଂସାରେ ବିରଳ ନର 
ଦୈବିକ ଗୁଣେ ବଳିଆର 
ହୋଇ ଲଭନ୍ତି ଶ୍ରେଷ୍ଠ ସୁଖ 
         ବନ୍ଧନ ମୋକ୍ଷରୁ ଅତୀତ । ୨୯।


ଶ୍ଲୋକ ୩୦


 ଅହମପେତକଂ ନିଜବିଭାନକମ୍ ।
 ମହଦିଦଂ ତପୋ ରମଣ ବାଗିୟମ୍ । ୩୦।

ପଦଚ୍ଛେଦ


                                                             ଅହମ ପେତକମ୍ - ଅହଂକାର ରହିତ 
ନିଜ ବିଭାନକମ୍ - ସ୍ୱପ୍ରକାଶ ରୂପ 
ମହତ୍ - ଶ୍ରେଷ୍ଠ 
ଇଦମ୍ - ଏହି
ତପଃ - ତପସ୍ୟା 
ରମଣବାକ୍ - ରମଣଙ୍କର ବାଣୀ
ଇୟମ୍ 


ପଦ୍ୟାନୁବାଦ 


ଅହଂକାରକୁ ଦୂର କରି ।
ମହତ ତପ ଯେ ଆଚରି ।।
ସ୍ୱପ୍ରକାଶରେ ପ୍ରକଟଇ ।
ରମଣ ମହାୠଷି କହି ।।

No comments:

Post a Comment