Sunday, January 31, 2016

ସାଲବେଗ ଭଜନ - କାହିଁକି ଆସିଛୁ ମନ କିସ ନେବା ପାଇଁରେ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

କାହିଁକି ଆସିଛୁ ମନ କିସ ନେବା ପାଇଁରେ ।
ଆସିଛୁ ଲଙ୍ଗଳା ତୁ ଯିବୁ ଶୂନ୍ୟ ହୋଇରେ । ୧।

ଘାଇଯାକ ମୁକୁଳା ତୁ ବନ୍ଧ କେତେ ବାନ୍ଧୁରେ ।
ଆପେ ମଲେ ଯୁଗଯାଏ ପରଲାଗି କାନ୍ଦୁରେ । ୨।

ତୁ ଯାହାକୁ ବିଭାହେଲୁ ଶାଢ଼ି ଶଙ୍ଖା ଦେଇ ରେ । 
ଖାଉଅଛି ସେହି ତୋତେ କାଳରୂପୀ ହୋଇରେ । ୩।

ମାଟିଘଟ ପଞ୍ଜରିରେ ପାଳୁ ସୁନା ଶୁଆରେ ।
ଅଠାକାଠି ଲଗାଇଛି ଭାବବିନୋଦିଆ ରେ । ୪।

କହେ ସାଲବେଗ ହୀନ ପାଦପଦ୍ମେ ଧ୍ୟାୟିରେ ।
ଶ୍ରୀରଙ୍ଗାଚରଣ ବିନୁ ଅନ୍ୟ ଗତି ନାହିଁରେ । ୫। 

No comments:

Post a Comment