Thursday, January 14, 2016

ପ୍ରାଚୀନ ଓଡ଼ିଆ ଗଦ୍ୟ -  ବଳରାମଙ୍କର ଦୁର୍ଯ୍ୟୋଧନ ନିକଟକୁ ଶ୍ରୀମୁଖ ଲେଖନ 


ସାରଳା ଦାସ କୃତ ମହାଭାରତ - ମଧ୍ୟପର୍ବ 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଜୟ ଜୟ ଅନନ୍ତ ବିଶ୍ୱଭୂତ । ସପତ ବିଶ୍ୱ ଭାରଭାର ବିହିତ ସୁର ସନକାଦି ବନ୍ଦିତ । ଅର୍କ ବିଧୁ ଉଦିତ ତ୍ରଇଲୋକ୍ୟ ନାଥ । ବଳେ ବଳବନ୍ତ । ବିକ୍ରମ ସିଂହ ମତ୍ତ । ରୋହୀଣୀ ଗର୍ଭ ସମ୍ଭୁତ । ଅଶେଷ କୋଟି ବ୍ରହ୍ମାଣ୍ଡ ଆଧିପତ୍ୟ । ଶ୍ରୀ ବିଶ୍ୱ ଯୋଗେଶ୍ୱର । ଶ୍ରୀ ଅନାଦି ଦେବ ପରଂବ୍ରହ୍ମ ଇଶ୍ୱର । ଅଂକୁଶ ଧାରଣା ନୀଳାମ୍ବର । ଚତୁର୍ଦ୍ଦଶ ଭୁବନ ପ୍ରତଜ୍ଞା‌ଂ ପ୍ରଖର । ବିଶ୍ୱାସୀ ହିତସାଧକ । ସମସ୍ତ ଶ୍ରୀଅଙ୍ଗ ଅଳଂକୃତି କାରକ । ସୁର ମନୁଷ୍ୟ ମର୍ଯ୍ୟାଦାରକ୍ଷିତ ଅଭିଷେକ । ସତ୍ୟ ସାଧକ । ଉତପର୍ତ୍ତି ସ୍ଥିତି ନାଶକାରକ । ଦୁଷ୍ଟ ଜନ ନାଶକ । ଦେବ କୁଳ ରକ୍ଷଣ । ଅବିବେକୀ ବିହୃଦ ବିବେକ ଦାନ । ସତ୍ତ୍ୱ ରଜ ତମ ତ୍ରିଗୁଣ ନିର୍ବାଣ । ସୂକ୍ଷ୍ମ ବିମଳ ମଣିମୟ ମଣ୍ଡନ । ସମର୍ଥକ ସଂଧାରଣ । ଉତ୍ତମ ସଉନନ୍ଦ ଭୂଷଣ । କଦମ୍ବା ମୋଡ଼ଣ । ଜରାସନ୍ଧ ମର୍ଦ୍ଦନ । ଦୁର୍ବିନ୍ଦ ବାନର ନାଶନ । ସୂତ ପଉରାଣିକ ବିଧ୍ୱଂଶନ । ପ୍ରଳମ୍ବା ଚାଣୁର ଦର୍ପ ଦଳନ । ବୁବଳୟା ପ୍ରାଣ ହରଣ । ଉଡ଼ଙ୍ଗ ଦେଶ ଭଙ୍ଗାଣ । କଂସାସୁର ନିସୂଦନ । ଅବନି ଭାରା ନିବାରଣ । ଶାମ୍ବ ଗଦ ଯଦ୍ମନ ମହାଛତ୍ରୀ ପରିବାର ଭୂଷଣ । ଗୋମନ୍ତ ପର୍ବତ ଗିରି ମଣ୍ଡନ । ବୃନ୍ଦାବନ ମୋହନ । ଅସତ୍ୟ ଧ୍ୱଂସକାରକ  ତମନାଶକ । ଶ୍ରୀନିରଞ୍ଜନ ପାଦେ ନତ ମସ୍ତକ । କୁଞ୍ଜଗଳ ଦେଶ ହସ୍ତିନା କଟକ । ଦ୍ରିଯୋଧନ ଛାମୁକୁ ଆଜ୍ଞା‌ଂ ଶ୍ରୀମୁଖ । ଶ୍ରୀହସ୍ତ ପ୍ରସାଦ ସନ୍ତକ । ୟେହା ପଢ଼ି ଦୂତ ବଚନ ଶୁଣି ଶାମ୍ବ କୁମର ତୁଲେ ତାହୋର ଦୁହିତା ଚନ୍ଦ୍ରାବତୀକି ଘେନି ବହନ ହୋଇ ତୁ କରିଯିବୁ ଦ୍ରଶନ ନଇଲେ ନଉଚେତ ଧୁଶାସନ । ଦୁର୍ଜୟ ଦୁର୍ବିନ୍ଦ ଜଦ୍ୟରଥ କର୍ଣ୍ଣ ଭୂରିସର୍ବା ବାହ୍ଲିକ ଭୀଷ୍ମ ଦ୍ରୋଣ ଶକୁନି । ସେ ୟେଗାର ଅଉକ୍ଷଣୀ ବଳ ଘେନି । ପଟୋୟାରେ ସାବଧାନ ଥିବୁ । ନୋହିଳେ ତୁ ଆସି ମୋର ତୁଲେ ସମର କରିବୁ । କେତେ ଗାଢ଼ କେତେ ଯୁଝିବ ଦେଖିବାକ ପୁଣ । ନ ଜାଣୁ କି ଶାମ୍ବ କୁମର କାହାର ନନ୍ଦନ । ମୋହୋର ନାମ ଗୋଟି ଜାଣିଥିବୁ ବୀର ବଳରାମ । ଆହୋ ମାନଗୋବିନ୍ଦ । ତୋହହୋର ବାପ ସିନା ଅନ୍ଧ । ତୋହର ଯେବେ ଅଛି ବେନି ଚକ୍କୁ ମୋହାର ପୁତ୍ରକୁ କିମ୍ପେ ୟେଡ଼େ କଷ୍ଟ ଦେଉଅଛୁ । ପୁତ୍ର ଅଭାବେ ତୁ ନାଶ ଯେ ହୋଇଣ । ସମସ୍ତ ଜନ ମରାଇଣ ଏମନ୍ତ କରିବ । ହସ୍ତିନା ନବର ଲଙ୍ଗଳ ମୂନରେ ତାଡ଼ିବି । ସମୁଦ୍ର ଭିତରେ ନେଇଣ ମାଡ଼ିବି ଯଦ୍ୟପି ମନେ ପ୍ରତେ ନ ଯିବି । ମୁହିଂ ଅଟଇ ବଳେ ବଳଦେବ । ୟେମନ୍ତେ କରି ଯେ ଶ୍ରୀମୁଖ ଲିହି ମୁଦେ ଦିଲେ ଚନ୍ଦନ କର୍ପୁର ମିଶ୍ରିତ କରିଦେଇ । 

No comments:

Post a Comment