Sunday, January 17, 2016

 ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ (ଦ୍ୱିତୀୟ ଅଧ୍ୟାୟ - ଶ୍ଲୋକ ୪୮ - ୫୩)


ଅନୁବାଦକ - ଉତ୍କଳ ବ୍ୟାସ ଶ୍ରୀ ଫକୀର ମୋହନ ସେନାପତି



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ୟୋଗସ୍ଥଃ କୁରୁ କର୍ମାଣି ସଙ୍ଗମ୍ ତ୍ୟକ୍ତ୍ୱା ଧନଞାଜୟ ।
ସିଦ୍ଧସିଦ୍ଧ୍ୟୋଃ ସମୋଭୁତ୍ୱା ସମତ୍ୱଃ ୟୋଗ ଉଚ୍ୟତେ । ୪୮ ।

ହେ ପାର୍ଥ ତେଜିଣ ଆସକ୍ତି । ଇଶ୍ୱର ପଦେ ଦିଅ ମତି ।।
ସିଦ୍ଧ ଅସିଦ୍ଧ ଫଳ ବେନି । ସମାନ ମଣି ଫାଲଗୁନି ।।
କର୍ମାଦି କର ଅନୁଷ୍ଠାନ । ଏହା ବୋଲନ୍ତି ଜ୍ଞାନିଗଣ ।।
ସିଦ୍ଧି ଅସିଦ୍ଧି ତୁଲ୍ୟଜ୍ଞାନ । ଅଟଇ ଯୋଗର ନିଦାନ ।୪୮।

ଦୂରେଣ ହ୍ୟବରଂ କର୍ମ ବୁଦ୍ଧି ୟୋଗାଦ୍ଧନଞ୍ଜୟ ।
ବୁଦ୍ଧୌ ଶରଣମନ୍ୱିଚ୍ଛ କୃପଣାଃ ଫଳହେତବଃ ।୪୯।

କାମ୍ୟ କର୍ମମାନ ଅତିଶୟ ଅପକୃଷ୍ଟା । ସଂଶୟ ରହିତ ବୁଦ୍ଧି ଯୋଗେ କର୍ମଶ୍ରେଷ୍ଠ ।।
ଅତଏବ କର କର୍ମ ଯୋଗ ଅନୁଷ୍ଠାନ । ସକାମ ମନୁଷ୍ୟମାନ ଅଟନ୍ତି ଯେ ହୀନ ।୪୯।

ବୁଦ୍ଧିୟୁକ୍ତୋ ଜହାତୀହ ଉଭେ ସୁକୃତଦୁଷ୍କୃତେ ।
ତସ୍ମାତ୍ ୟୋଗାୟ ୟୁଜ୍ୟସ୍ୟ ୟୋଗଃ କର୍ମସୁ କୌଶଳମ୍ । ୫୦ ।

କର୍ମଯୋଗ ବିଷୟିଣୀ ବୁଦ୍ଧି ଅଛି ଯାର । ସୁକୃତ ଦୁଷ୍କୃତ ଦୁଇ କରେ ପରିହାର ।।
ହେ ପାର୍ଥ ସଚେଷ୍ଟ ହୁଅ କର୍ମଯୋଗ ପାଇଁ । ଆରାଧନା ଯୋଗ ମୋକ୍ଷ ଯୋଗ ଯେ ଅଟଇ । ୫୦।

କର୍ମଜଂ ବୁଦ୍ଧିୟୁକ୍ତାହି ଫଳଂ ତ୍ୱକ୍ତ୍ୱା ମନିଷୀଣଃ ।
ଜନ୍ମବନ୍ଧବିନିର୍ମୁକ୍ତାଃ ପଦଂ ଗଚ୍ଛନ୍ତ୍ୟନାମୟମ୍ । ୫୧।

କର୍ମଜ ଫଳ ତ୍ୟାଗ କରି । କେବଳ କର୍ମ ଅନୁସରି ।।
ଜ୍ଞାନିଏ ଶାପୁଁ ହୋଇ ମୁକ୍ତ । ହୁଅନ୍ତି ମୋକ୍ଷ ପଦ ଯୁକ୍ତ । ୫୧।

ୟଦାତେ ମୋହକଲିଣଂ ବୁଦ୍ଧିର୍ବ୍ୟତିତରିଷ୍ୟତି ।
ତଦା ଗନ୍ତାସି ନିର୍ବେଦଂ ଶ୍ରୋତବ୍ୟସ୍ୟ ଶୃତସ୍ୟ ଚ । ୫୨।

ତୁମ୍ଭର ବୁଦ୍ଧି ଯେବେ ପାର୍ଥ । ଗହନ ମୋହୁଁ ହେବ ମୁକ୍ତ ।।
ଶ୍ରୋତବ୍ୟ ଶ୍ରୋତା ଏ ଉଭୟ । ବୈରାଗ୍ୟ ଜନ୍ମିବ ନିଶ୍ଚୟେ ।।
ଏଥିରେ କରିବା ପ୍ରସନ୍ନ । କିଛି ହିଁ ନାହିଁ ପ୍ରୟୋଜନ । ୫୨ ।

ଶୃତିବିପତ୍ତିପନ୍ନା ତେ ୟଦା ସ୍ଥାସ୍ୟତି ନିଶ୍ଚଳା  ।
ସମାଧାବଚଳା ବୁଦ୍ଧି ସ୍ତଦା ୟୋଗମବାପ୍ସ୍ୟସି । ୫୩ ।

ଲୌକିକ ବୈଦିକ ନାନା କଥା ଶୁଣିବାକୁ । ହେ ପାର୍ଥ ଚଞ୍ଚଳ କିମ୍ପା କରୁଛ ମନକୁ ।।
ସ୍ଥିର ଚିତ୍ତେ କର ଯେବେ ପ୍ରଭୁ ପଦ ଧ୍ୟାନ । ଅବଶ୍ୟ କରିବ ଲାଭ ତେବେ ତତ୍ତ୍ୱଜ୍ଞାନ । ୫୩ ।

No comments:

Post a Comment