ମଧୁ ବର୍ଣ୍ଣବୋଧରୁ କିୟଦଂଶ - ୧
(ଅଷ୍ଟମ ସଂସ୍କରଣ - ୧୯୦୧ ମସିହା)
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ପୃଷ୍ଠା - ୭ (ଆ କାର)
ମାଛ ଭାସଇ । ଜାହାଜ ଆସଇ ।
କଳା ଛତା ଧର । ଧାନଚାଷ କର ।
ଯାଦବ ବସଇ । ମାଧବ ହସଇ ।
ଆକାଶର ତାରା । ବରଷାର ଧାରା ।
ପାହାଡ଼ର ତଳ । ଭଲ ଝର ଜଳ ।
ଉମାଭାଇ ରାମ । ଉଷାଭାଇ ଶାମ ।
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ପୃଷ୍ଠା - ୮ (ହ୍ରସ୍ୱ ଇ କାର )
ହରିଣ ନ ଦିଏ ଧରା । ଦଉଡ଼ ନା ବଡ଼ ଖରା ।
ଛବି ବହି କିଣି ଆଣ । ଭଲପାଣି କର ପାନ ।
ହରି ଖାଇବାର ନିଅ । ଭାତ ଡାଲି ଦହି ଘିଅ ।
ଭାଇ ଶିବ ନାରାୟଣ । ପଢ଼ ଆଜି ରାମାୟଣ ।
ରାମର ସିତାର ଧରି । ବଜାଅ ବଜାଅ ହରି ।
ରାତି ପାହିଲାଣି ରାବଇ କାଉ । ଉଠ ଉଠ ମଠ ନକର ଆଉ ।
No comments:
Post a Comment